ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ଏଥର ଦୀପାବଳୀ ରେ ପଡୁଛି ସୂର୍ଯ୍ୟପରାଗ

0

ଭୁବନେଶ୍ବର: ଆଗକୁ ଆସୁଛି ପବିତ୍ର ଦୀପାବଳି ଅମାବାସ୍ୟା । ଏହିଦିନ ବର୍ଷର ଦ୍ୱିତୀୟ ତଥା ଶେଷ ସୂର୍ଯ୍ୟ ଗ୍ରହଣ ଲାଗୁଛି। ଏହି ଗ୍ରହଣ ୟୁରୋପ, ପଶ୍ଚିମ ସାଇବେରିଆ, ଦକ୍ଷିଣ ଏସିଆ, ପଶ୍ଚିମ ଏସିଆ, ଉତ୍ତର ଆଫ୍ରିକା, ପୂର୍ବ ଆଫ୍ରିକା ଏବଂ ଆଟଲାଣ୍ଟିକ୍ ରୁ ସୂର୍ଯ୍ୟ ପରାଗ ଦୃଶ୍ୟମାନ ହେବ । ଭାରତରେ ଏହି ପରାଗ ନୂଆଦିଲ୍ଲୀ, ବେଙ୍ଗାଲୁର, କୋଲକାତା, ଚେନ୍ନାଇ, ଉଜ୍ଜୈନ, ବାରଣାସୀ ଓ ମଥୁରାରେ ଦେଖାଯିବ। ଏହା ମଧ୍ୟ କୁହାଯାଉଛି ଯେ ପୂର୍ବ ଭାରତକୁ ଛାଡି ସମ୍ପୂର୍ଣ୍ଣ ଭାରତରେ ସୂର୍ଯ୍ୟ ପରାଗ ଦେଖାଯିବ।

ସୂଚନା ଅନୁସାରେ କାର୍ତ୍ତିକ ମାସ ଅକ୍ଟୋବର ୨୫ ତାରିଖ ଦିନ ସମସ୍ତ ରାଜ୍ୟରେ ଆଂଶିକ ସୂର୍ଯ୍ୟଗ୍ରହଣ ସମ୍ପୂର୍ଣ୍ଣ ଭାବରେ ଦେଖାଯାଇପାରିବ । ଗ୍ରହଣ ଅପରାହ୍ନ ୨.୨୮ ରୁ ଆରମ୍ଭ ହେବ ଏବଂ ଅପରାହ୍ନ ୪.୨୯ ରେ ଏହାର ଶିଖରରେ ରହିବ ।ଏହା ସନ୍ଧ୍ୟା ୬.୩୨ ପର୍ୟ୍ୟନ୍ତ ଚାଲିବ । ତେଣୁ, ମନ୍ଦିର ଏବଂ ଘରେ ଦେବନୀତି ଗ୍ରହଣ ଶେଷ ପର୍ଯ୍ୟନ୍ତ ନିଷେଧ କରାଯିବ ।

Leave A Reply

Your email address will not be published.