ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ନଭେମ୍ବର ୩ ତାରିଖରେ ଧାମନଗର ଭୋଟ

0

ଭୁବନେଶ୍ବର: ଧାମନଗର ବିଧାନସଭା ଆସନରେ ଉପ ନିର୍ବାଚନ ଲାଗି ଭାରତର ନିର୍ବାଚନ କମିସନ ଆଜି ତାରିଖ ଘୋଷଣା କରିଛନ୍ତି। ନଭେମ୍ବର ୩ ତାରିଖରେ ଏହି ଗୁରୁତ୍ବପୂର୍ଣ୍ଣ ଆସନ ଲାଗି ଉପନିର୍ବାଚନ ଅନୁଷ୍ଠିତ ହେବ। ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ ପରେ ଏହି ଆସନ ଖାଲି ପଡ଼ିଛନ୍ତି। ଏଥିସହିତ ମହାରାଷ୍ଟ୍ରର ଗୋଟିଏ, ବିହାରର ଦୁଇଟି, ହରିୟାଣା, ତେଲେଙ୍ଗାନା ଏବଂ ଉତ୍ତର ପ୍ରଦେଶର ଗୋଟିଏ ଲେଖାଏଁ ଆସନ ଲାଗି ଉପନିର୍ବାଚନ ହେବ।

କମିସନଙ୍କ ବିଜ୍ଞପ୍ତି ଅନୁସାରେ, ଅକ୍ଟୋବର ୭ ତାରିଖରେ ଉପନିର୍ବାଚନ ଲାଗି ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇବ। ୧୪ ତାରିଖ ସୁଦ୍ଧା ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଶେଷ ହେବ। ୧୫ ତାରିଖରେ ଯାଞ୍ଚ ଓ ୧୭ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ଲାଗି ଦିନ ଧାର୍ଯ୍ୟ ହୋଇଛି। ନଭେମ୍ବର ୩ ତାରିଖରେ ଭୋଟ୍ ଗ୍ରହଣ ହେବ ଏବଂ ୬ ତାରିଖରେ ଭୋଟ ଫଳାଫଳ ପ୍ରକାଶ ପାଇବ। ୮ ତାରିଖ ସୁଦ୍ଧା ଉପ ନିର୍ବାଚନ ପ୍ରକ୍ରିୟା ସାରିବା ଲାଗି କମିସନ ଦିନ ଧାର୍ଯ୍ୟ କରିଛନ୍ତି। ଏଠାରେ ଉଲ୍ଲେଖଥାଉକି, ସୋମବାର ଦିନ ବିଜେଡିର ପୁଣି ଜଣେ ବିଧାୟକ ବିଜୟ ରଂଜନ ବରିହାଙ୍କର ପରଲୋକ ଘଟିଛି। ଏଣୁ ପଦ୍ମପୁର ଆସନ ଲାଗି ମଧ୍ୟ ଏହା ପରେ ପରେ ଉପନିର୍ବାଚନ ଅନୁଷ୍ଠିତ ହେବ।

Leave A Reply

Your email address will not be published.