ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ଜେଲରୁ ମୁକୁଳିଲେ ସାଂସଦ ସଞ୍ଜୟ ରାଉତ

0

ନୂଆଦିଲ୍ଲୀ; ଶିବସେନାର ହେଭିୱେଟ ନେତା ସଞ୍ଜୟ ରାଉତଙ୍କୁ ମିଳିଲା ଜାମିନ ମିଳିଛି । ପାତ୍ରା ଚାୱାଲ ନବୀକରଣ ପ୍ରକଳ୍ପ ଦୁର୍ନୀତି ମାମଲାରେ ଇଡି ଦ୍ୱାରା ଗିରଫ ହୋଇଥିଲେ ସଞ୍ଜୟ । ତେବେ ଦୀର୍ଘ ୩ ମାସ ପରେ ମୁମ୍ବାଇର ସ୍ୱତନ୍ତ୍ର କୋର୍ଟ ସଞ୍ଜୟଙ୍କୁ ଆଜି ଜାମିନ ଦେଇଛନ୍ତି। ଏଥିସହିତ ଦୁର୍ନୀତି ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରବୀଣ ରାଉତଙ୍କୁ ମଧ୍ୟ କୋର୍ଟରୁ ଜାମିନ ମିଳିଛି। ଅଦାଲତ ଉଭୟଙ୍କ ଉପରେ ୨ ଲକ୍ଷ ଟଙ୍କା ଲେଖାଁଏ ମୁଚାଲିକା ବା ‘ବେଲ୍‌ ବଣ୍ଡ୍‌’ କରିଛନ୍ତି ।

ସୂଚନା ଅନୁଯାୟୀ, ଚଳିତ ବର୍ଷ ଏପ୍ରିଲ ମାସରେ ଇଡି ସାଂସଦ ସଞ୍ଜୟ ରାଉତଙ୍କ ସହ ଜଡ଼ିତ ୧୧.୧୫ କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିଲା । ଏହା ମଧ୍ୟରେ ତାଙ୍କ ପତ୍ନୀ ବର୍ଷାଙ୍କ ନାଁରେ ଥିବା ଦାଦର ସ୍ଥିତ ଫ୍ଲାଟ ଓ ଆଲିବାଗରେ ଥିବା ୮ଟି ଜମି ରହିଥିଲା । ପାତ୍ରା ଚାୱଲ ଦୁର୍ନୀତି ଘଟଣାରେ ଜୁନ ୨୮ରେ ଇଡି ସଞ୍ଜୟ ରାଉତଙ୍କୁ ଜେରା କରିବାକୁ ସମନ କରିଥିଲା ।ଏହାପରେ ଅଗଷ୍ଟ ୧ ତାରିଖରେ ସଞ୍ଜୟ ରାଉତଙ୍କୁ ଇଡି ୧୦୩୪ କୋଟି ପାତ୍ରା ଚାୱାଲ ଦୁର୍ନୀତି ଘଟଣାରେ ପ୍ରାୟ ୬ ଘଣ୍ଟା ଜେରା କରିଥିଲା । ଏହାପରେ ତାଙ୍କୁ ବିଧିବଦ୍ଧ ଭାବେ ଗିରଫ କରାଯାଇଥିଲା।

ଗିରଫ ପରେ ମୁମ୍ବାଇର ଅର୍ଥର ରୋଡ ଜେଲରେ ଥିବା ସଞ୍ଜୟ ରାଉତ ତାଙ୍କ ଜାମିନ ଆବେଦନରେ କହିଥିଲେ ଯେ କ୍ଷମତାର ଅପବ୍ୟବହାର ଓ ରାଜନୀତିକ ଆକ୍ରୋଶ ଯୋଗୁ ତାଙ୍କୁ ଗିରଫ କରାଯାଇଛି । ଇଡି ତାଙ୍କ ଜାମିନ ଆବେଦନକୁ ବିରୋଧ କରି କହିଥିଲା ଯେ ମନି ଟ୍ରାଏଲରୁ ବର୍ତ୍ତିବା ପାଇଁ ସଞ୍ଜୟ ରାଉତ ପରଦା ପଛରେ ରହି ସବୁ କିଛି କରୁଥିଲେ । ସେ ହିଁ ପୂରା ଦୁର୍ନୀତିର ମାଷ୍ଟରମାଇଣ୍ଡ । ତେବେ ଅକ୍ଟୋବର ୨୧ରେ କୋର୍ଟ ଉଭୟ ପକ୍ଷଙ୍କୁ ଶୁଣିବା ପରେ ସଞ୍ଜୟ ରାଉତଙ୍କ ଜାମିନ ଆବେଦନ ଉପରେ ରାୟ ସଂରକ୍ଷିତ ରଖିଥିଲେ । ଆଜି ଶେଷରେ ସଞ୍ଜୟ ରାଉତଙ୍କୁ ଜାମିନ ମିଳିଛି।

Leave A Reply

Your email address will not be published.