ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା

ଆସନ୍ତା କାଲି ଭୁବନେଶ୍ବର ଅଞ୍ଚଳରେ ଅଧାଦିନ ଛୁଟି

0

ଭୁବନେଶ୍ବର; ଆସନ୍ତାକାଲି ଦିନ ୧ରୁ ଭୁବନେଶ୍ବର ଅଞ୍ଚଳର ଅଫିସ, ସ୍କୁଲ ଓ କଲେଜ ବନ୍ଦ । ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତକୁ ନଜରରେ ରଖି ନିଆଗଲା ଏଭଳି ନିଷ୍ପତ୍ତି । ରାଷ୍ଟ୍ରପତି ଭାବେ ଆସନ୍ତାକାଲି ପ୍ରଥମ ଥର ପାଇଁ ଓଡିଶା ଆସୁଛନ୍ତି ଦୌପ୍ରଦୀ ମୁର୍ମୁ । ଏହି ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି କମିସନରେଟ୍ ପୁଲିସ। ବ୍ଲୁ ବୁକ୍ ଅନୁସାରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଜଧାନୀରୁ ଶ୍ରୀମନ୍ଦିର ଯାଏ ପୁଲିସ ଛାଉଣି ରହିବ। ସୁରକ୍ଷା ବ୍ୟବସ୍ଥାରେ ୩ ଶହ ବରିଷ୍ଠ ପୁଲିସ ଅଧିକାରୀ ଥିବା ବେଳେ ବିମାନବନ୍ଦରରୁ ପୁରୀ, ରାଜଭବନ ଆଦି ସ୍ଥାନରେ ୫୫ ପ୍ଲାଟୁନ୍‌ରୁ ଅଧିକ ପୁଲିସ ମୁତୟନ ହେବେ। କେବଳ ରାଜଧାନୀରେ ୩୦ ପ୍ଲାଟୁନ୍‌ ପୁଲିସ ମୁତୟନ ହେ‌ବେ।

ସେହିପରି ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ କାର୍ଯ୍ୟକ୍ରମକୁ ନେଇ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ସୁରକ୍ଷା ପାଇଁ ଏସ୍‌ପି ରୢାଙ୍କର ୫ ଓ ଏଏସ୍‌ପି ରାଙ୍କର ୭ ଅଧିକାରୀଙ୍କ ସମେତ ୧୮ ଡିଏସ୍‌ପି ଏବଂ ୩୦ ଇନ୍ସପେକ୍ଟରଙ୍କୁ ଦାୟିତ୍ବ ଦିଆଯାଇଛି। ୧୧୦ ଜଣ ଏସ୍‌ଆଇ, ଏଏସ୍‌ଆଇ ଓ ୩୦୦ ହୋମଗାର୍ଡ ଓ ୨୪ ପ୍ଲାଟୁନ ପୁଲିସ ମୁତୟନ ରହିବେ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପୁରୀ ଗସ୍ତ ପାଇଁ ପ୍ରସ୍ତୁତି ଚୁଡାନ୍ତ ହୋଇଛି । ପୁରୀ ଓ ଭୁବନେଶ୍ୱରକୁ ସୁରକ୍ଷା ବଳୟରେ ରଖାଯାଇଛି । ରାଷ୍ଟ୍ରପତି ମଧ୍ୟାହ୍ନରେ ମହାପ୍ରଭୁଙ୍କ ଦର୍ଶନ କରିବେ । ରାଷ୍ଟ୍ରପତିଙ୍କ କୌଳିକ ପଣ୍ଡା ଓ ସୁଆର ମହାସୁଆର ନିଯୋଗ ମିଳିତ ଭାବେ ଅବଢ଼ା ପ୍ରସ୍ତୁତ କରିବେ । ସେହିପରି ମହାମହିମ ରାଷ୍ଟ୍ରପତିଙ୍କ ପାଇଁ କାନିକା, ଖେଚୁଡି, ମିଠା ଡାଲି ଓ ଡାଲମା, ଶାଗ ଭଜା, ଗୋଟା ମୁଗ ତରକାରୀ ଖାଇବା ପାଇଁ ବ୍ୟବସ୍ଥା କରାଯାଇଛି

Leave A Reply

Your email address will not be published.