ପ୍ରମୁଖ ଖବର

କ୍ରସ୍‌ ଭୋଟିଂ ପରେ କଡ଼ା କାର୍ଯ୍ୟାନୁଷ୍ଠାନ: କଂଗ୍ରେସରୁ ନିଲମ୍ବିତ ହେଲେ ୩ ବିଧାୟକ
ହର୍ମୁଜ ଅତିକ୍ରମ କରି ଭାରତରେ ପହଞ୍ଚିଲା ‘ନନ୍ଦାଦେବୀ’ LPG ଜାହାଜ; ଓଡ଼ିଆ କ୍ୟାପଟେନଙ୍କ ସଫଳତା
୧୧ ଜିଲ୍ଲାରେ ୨୩ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ
ପୁରୀ: ବୋମା ଭିଡୁଥିବା ବେଳେ ବିସ୍ଫୋରଣରେ ଛିଡିଗଲା ଯୁବକଙ୍କ ପାପୁଲି
ସୁପ୍ରିମକୋର୍ଟଙ୍କ ବଡ଼ ରାୟ; ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମାଆ ବି ପାଇବେ ମାଟର୍ନିଟୀ ଲିଭ୍
ଭୁବନେଶ୍ୱର ଗସ୍ତରେ ରାଜନାଥ ସିଂହ
୨୯୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଟିଏମସି

ପତାକା ଉତ୍ତୋଳନ: କିଏ, କେଉଁଠି କରିବେ ଜାଣନ୍ତୁ..

0

ଭୁବନେଶ୍ୱର: ଆଉ ମାତ୍ର ପାଞ୍ଚ ଦିନ ପରେ ଆସିବ ସାଧାରଣତନ୍ତ୍ର ଦିବସ । ରାଜ୍ୟସ୍ତରୀୟ ପରେଡ୍ ଆୟୋଜିତ ହେବ । ୨୦ଜିଲ୍ଲାରେ ମନ୍ତ୍ରୀମାନେ କରିବେ ପତାକା ଉତ୍ତୋଳନ। ଏନେଇ ପ୍ରକାଶ ପାଇଛି ତାଲିକା । ଜାଣନ୍ତୁ, ସାଧାରଣତନ୍ତ୍ର ଦିବସରେ କେଉଁଠି କିଏ କରିବେ ପତାକା ଉତ୍ତୋଳନ।…

ସୂଚନାନୁଯାୟୀ; ମନ୍ତ୍ରୀ ଜଗନ୍ନାଥ ସାରକା ଗଜପତିରେ ପତାକା ଉତ୍ତୋଳନ କରିବାକୁ ଥିବା ବେଳେ ମନ୍ତ୍ରୀ ନିରଞ୍ଜନ ପୂଜାରି ଯିବେ କଟକ । ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗଞ୍ଜାମରେ କରିବେ ପତାକା ଉତ୍ତୋଳନ । ପ୍ରଦୀପ କୁମାର ଅମାତ ସୁବର୍ଣ୍ଣପୁର । ପ୍ରମିଳା ମଲ୍ଲିକ ଜଗତସିଂହପୁର ଯିବେ। କେନ୍ଦୁଝରରେ ମନ୍ତ୍ରୀ ଉଷା ଦେବୀ । କେନ୍ଦ୍ରାପଡାରେ ପ୍ରଫୁଲ୍ଲ କୁମାର ମଲ୍ଲିକ କରିବେ ଫ୍ଲାଗ୍ ହୋଷ୍ଟିଂ । ମନ୍ତ୍ରୀ ପ୍ରତାପ କେଶରୀ ଦେବ ପୁରୀରେ ପତାକା ଉତ୍ତୋଳନ କରିବାକୁ ଥିବା ବେଳେ ଢେଙ୍କାନାଳରେ ଅତନୁ ସବ୍ୟସାଚୀ ନାୟକ ପତାକା ଉତ୍ତୋଳନ କରିବେ ।

କଳାହାଣ୍ଡି ଗସ୍ତ କରିବେ ମନ୍ତ୍ରୀ ନବ କିଶୋର ଦାସ । ମନ୍ତ୍ରୀ ଟୁକୁନି ସାହୁ ମାଲକାନାଗିରିରେ କରିବେ ପତାକା ଉତ୍ତୋଳନ  । ଅଶୋକ ଚନ୍ଦ୍ର ପଣ୍ଡା ମୟୁରଭଞ୍ଜ, ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଯିବେ ବରଗଡ଼ । ମନ୍ତ୍ରୀ ସମୀର ରଞ୍ଜନ ଦାସ ଯିବେ ବାଲେଶ୍ୱର । ସୁନ୍ଦରଗଡ଼ରେ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡେଇ, କନ୍ଧମାଳରେ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, କୋରାପୁଟରେ ମନ୍ତ୍ରୀ ତୁଷାରକାନ୍ତି ବେହେରା, ବଲାଙ୍ଗୀରରେ ମନ୍ତ୍ରୀ ରୋହିତ ପୂଜାରୀ, ସମ୍ୱଲପୁରରେ ମନ୍ତ୍ରୀ ରୀତା ସାହୁ, ଦେଓଗଡ଼ରେ ମନ୍ତ୍ରୀ ବାସନ୍ତୀ ହେମ୍ୱ୍ରମ କରିବେ ପତାକା ଉତ୍ତୋଳନ।

ଅନୁଗୁଳ, ଭଦ୍ରକ, ବୌଦ୍ଧ, ଯାଜପୁର ଝାରସୁଗୁଡ଼ା, ଖୋର୍ଦ୍ଧା, ନୂଆପଡ଼ା, ନବରଙ୍ଗପୁର, ନୟାଗଡ଼ ଓ ରାୟଗଡ଼ା ଜିଲ୍ଲାପାଳ କରିବେ ପତାକା ଉତ୍ତୋଳନ । ସେହିପରି ବ୍ରହ୍ମପୁରରେ ଦକ୍ଷିଣାଞ୍ଚଳ ଆରଡିସି ପତାକା ଉତ୍ତୋଳନ କରିବାକୁ ସ୍ଥିର ହୋଇଥିବା ବେଳେ ରାଉରକେଲାରେ ପରେଡ୍ ଅଭିବାଦନ ଗ୍ରହଣ କରିବେ ଉତ୍ତରାଞ୍ଚଳ ଆରଡିସି ।

Leave A Reply

Your email address will not be published.