ପ୍ରମୁଖ ଖବର

ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍‌ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍‌ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍‌ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍‌ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍‌ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ

ଆଜି ଖେଳାଯିବ ହକି ବିଶ୍ବକପର ୪ଟି ମ୍ୟାଚ

0

ଭୁବନେଶ୍ବର/ରାଉରକେଲା: ଆଜି ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯିବ ହକି ବିଶ୍ବକପର ୪ଟି ମ୍ୟାଚ । ଦିନ ଗୋଟାଏରେ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ ଆରମ୍ଭ ହୋଇ ଯାଇଥିବା ବେଳେ ଅପରାହ୍ନ ୩ଟାରେ ଫ୍ରାନ୍ସ ଓ ଆର୍ଜେଣ୍ଟିନା ମଧ୍ୟରେ ମୁକାବିଲା ରହିଛି। ସେହିପରି ସଂଧ୍ୟା ୫ଟାରେ ବେଲଜିୟମ ଓ ଜାପାନ ମଧ୍ୟରେ ଟକ୍କର ହେବ । ରାତି ୭ଟାରେ କୋରିଆ ଓ ଜର୍ମାନୀ ମଧ୍ୟରେ ଖେଳାଯିବ ମ୍ୟାଚ୍‌ ।

ଉଲ୍ଲେଖଯୋଗ୍ୟ, ଗତକାଲି ହକି ବିଶ୍ବକପ ମହାକୁମ୍ଭରେ ବାଜମାତ କରିଥିଲା ଭାରତ। କଳିଙ୍ଗ ଷ୍ଟାଡିୟମରେ ଓ୍ବେଲ୍ସକୁ ୪-୨ ଗୋଲରେ ହରାଇଥିଲା ଇଣ୍ଡିଆ। ଭାରତ ପକ୍ଷରୁ ପ୍ରଥମ ଗୋଲ ସମଶେର ସିଂ ଦେଇଥିବା ବେଳେ ୨ଟି ଗୋଲ ଦେଇଥିଲେ ଆକାଶଦୀପ ସିଂ ଓ ଶେଷ ଗୋଲ ଦେଇଥିଲେ ହରମନପ୍ରୀତ ସିଂ। ଶେଷରେ ମ୍ୟାଚକୁ ୪-୨ ଗୋଲରେ ଜିତି ନେଇଥିଲା ଟିମ୍ ଇଣ୍ଡିଆ । ତେବେ କ୍ବାଟରକୁ ଯିବା ପାଇଁ କ୍ରସ ଓଭର ମ୍ୟାଚ ଖେଳିବ ଭାରତ । ଆସନ୍ତା ୨୨ତାରିଖରେ ପୁଲ ସିର ତୃତୀୟରେ ଥିବା ନ୍ୟୁଜିଲାଣ୍ଡ ସହ କ୍ରସ ଓଭର ଖେଳିବ ଟିମ୍ ଇଣ୍ଡିଆ।

Leave A Reply

Your email address will not be published.