ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ସାଧାରଣତନ୍ତ୍ର ଦିବସରେ ସମ୍ମାନିତ ଅତିଥି ହେବେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ବର; ଏବର୍ଷବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ନଯାଇ ଭୁବନେଶ୍ୱରର ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ସମ୍ମାନିତ ଅତିଥି ଭାବେ ସାମିଲ ହେବେ ବୋଲି ଜଣାପଡ଼ିଛି । ଆସନ୍ତା ଜାନୁୟାରୀ ୨୬ରେ ରାଜ୍ୟସ୍ତରୀୟ  ସାଧାରଣତନ୍ତ୍ର ଦିବସ ସମାରୋହରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିବେ । ଏହି ରାଜ୍ୟସ୍ତରୀୟ ସମାରୋହ ପାଇଁ ୨୨ ତାରିଖରୁ କମିଶନରେଟ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା ଆରମ୍ଭ ହେବ ।

ସୂଚନା ଅନୁସାରେ, ଚଳିତଥର ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହ ଗାନ୍ଧି ମାର୍ଗରେ ଅନୁଷ୍ଠିତ ହେବ । ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗ ଦେଇ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିବେ । ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ  ରାଜ୍ୟ ମୁଖ୍ୟ ସଚିବ, ପୁଲିସ ଡିଜି ଓ ଅନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କ ସହ ଉପସ୍ଥିତ ରହିବେ । ଅନ୍ୟପକ୍ଷରେ ୨୦ଟି ଜିଲ୍ଲାରେ ମନ୍ତ୍ରୀ, ୧୦ଟି ଜିଲ୍ଲାରେ ଜିଲ୍ଲାପାଳ ଏବଂ ବ୍ରହ୍ମପୁର ଓ ରାଉରକେଲାରେ ଆରଡିସି ପତାକା ଉତ୍ତୋଳନ କରିବେ ।

ତେବେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହ ପାଇଁ ୨୨ ଓ ୨୩ତାରିଖ ଅପରାହ୍ନ ୨ଟାରୁ ସାଢ଼େ ୫ଟା ଏବଂ ୨୪ ତାରିଖ ସକାଳ ୭ଟାରୁ ସକାଳ ସାଢ଼େ ୧୦ଟା ପର୍ଯ୍ୟନ୍ତ ଅଭ୍ୟାସ ପରେଡ ଅନୁଷ୍ଠିତ ହେବ । ସେହିପରି  ୨୬ତାରିଖ ସକାଳ ସାଢ଼େ ୬ଟାରୁ ପରେଡ ସରିବା ପର୍ଯ୍ୟନ୍ତ ରାମମନ୍ଦିର ଛକଠୁ ରାଜମହଲ ଛକ ପର୍ଯ୍ୟନ୍ତ, ହାଉସିଂ ବୋର୍ଡ ଛକଠୁ ରବିନ୍ଦ୍ର ମଣ୍ଡପ ଛକ, ଏଜି ଛକରୁ ପିଏମଜି ଛକ ପର୍ଯ୍ୟନ୍ତ ଟ୍ରାଫିକ କଟକଣା ରହିବ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.