ପ୍ରମୁଖ ଖବର

ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍‌ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍‌ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍‌ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍‌ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍‌ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ

ଦକ୍ଷିଣ ଆଫ୍ରିକାକୁ ୯-୨ ଗୋଲରେ ହରାଇଲା ଅଷ୍ଟ୍ରେଲିଆ

0

ରାଉରକେଲା/ଭୁବନେଶ୍ବର: ଆଜି ଦକ୍ଷିଣ ଆଫ୍ରିକାକୁ ହରାଇଲା ଅଷ୍ଟ୍ରେଲିଆ। ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯାଇଥିବା ହକି ବିଶ୍ବକପରେ ଦକ୍ଷିଣ ଆଫ୍ରିକାକୁ ୯-୨ ଗୋଲରେ ହରାଇଛି ଅଷ୍ଟ୍ରେଲିଆ । ଆଜି ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ୪ଟି ମ୍ୟାଚ ଖେଳାଯାଉଛି । ପୁଲ-ଏ ର ଦୁଇଟି ଓ ପୁଲ-ବି ର ଦୁଇଟି ଲେଖାଏଁ ମ୍ୟାଚ ଖେଳାଯାଉଛି । ପୁଲ-ଏ ର ପ୍ରଥମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ।

ସେହିପରି ଅପରାହ୍ଣ ୩ଟାରେ ଫ୍ରାନ୍ସ ଓ ଆର୍ଜେଣ୍ଟିନା ମଧ୍ୟରେ ମୁକାବିଲା ହୋଇଥିଲା । ତେବେ ଶେଷ ସୁଦ୍ଧା ଉଭୟ ଟିମ୍ ୫-୫ ଗୋଲ ଦେଇଥିବାରୁ ଅମିମାଂସିତ ରହିଛି ମ୍ୟାଚ । ତେଣୁ ଉଭୟ ଟିମ୍ ପଏଣ୍ଟ ବାଣ୍ଟି ନେଇଛନ୍ତି । ସେହିପରି ସଂଧ୍ୟା ୫ଟାରୁ ଆରମ୍ଭ ହୋଇଛି ପୁଲ-ବି ର ମୁକାବିଲା । ପ୍ରଥମେ ବେଲଜିୟମ ଓ ଜାପାନ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଜାପାନ ବିପକ୍ଷରେ ମ୍ୟାଚ୍‌ ବେଲଜିୟମ ବିଜୟ ହାସଲ କରିଥିଲା। ବେଲଜିୟମ ୭-୧ ଗୋଲ୍‌ରେ ଜାପାନକୁ ପରାସ୍ତ କରିଥିଲା। ବେଲଜିୟମ୍‌ ପକ୍ଷରୁ ବୋନ୍‌ ଟୋମ୍‌ ସର୍ବାଧିକ ୫ଟି ଗୋଲ୍‌ ଦେଇଥିଲେ।

ତେବେ ପୁରୁଷ ହକି ବିଶ୍ବକପ୍‌-୨୦୨୩ର ଅନ୍ତିମ ପୁଲ୍‌ ମ୍ୟାଚ୍‌ରେ ଜର୍ମାନି ବିଜୟୀ ହୋଇଛି। ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ କୋରିଆକୁ ୭-୨ ଗୋଲ୍‌ରେ ପରାସ୍ତ କରିଛି। ଜର୍ମାନି ପକ୍ଷରୁ ୱେଲେନ୍‌ ନିକଲାସ ସର୍ବାଧିକ ୩ଟି ଗୋଲ୍‌ ଦେଇଥିଲେ। ।

Leave A Reply

Your email address will not be published.