ପ୍ରମୁଖ ଖବର

କ୍ରସ୍‌ ଭୋଟିଂ ପରେ କଡ଼ା କାର୍ଯ୍ୟାନୁଷ୍ଠାନ: କଂଗ୍ରେସରୁ ନିଲମ୍ବିତ ହେଲେ ୩ ବିଧାୟକ
ହର୍ମୁଜ ଅତିକ୍ରମ କରି ଭାରତରେ ପହଞ୍ଚିଲା ‘ନନ୍ଦାଦେବୀ’ LPG ଜାହାଜ; ଓଡ଼ିଆ କ୍ୟାପଟେନଙ୍କ ସଫଳତା
୧୧ ଜିଲ୍ଲାରେ ୨୩ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ
ପୁରୀ: ବୋମା ଭିଡୁଥିବା ବେଳେ ବିସ୍ଫୋରଣରେ ଛିଡିଗଲା ଯୁବକଙ୍କ ପାପୁଲି
ସୁପ୍ରିମକୋର୍ଟଙ୍କ ବଡ଼ ରାୟ; ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମାଆ ବି ପାଇବେ ମାଟର୍ନିଟୀ ଲିଭ୍
ଭୁବନେଶ୍ୱର ଗସ୍ତରେ ରାଜନାଥ ସିଂହ
୨୯୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଟିଏମସି

ଫାଣ୍ଡି ଅଧିକାରୀଙ୍କ ସମେତ ୨ କନେଷ୍ଟବଳ ସସପେଣ୍ଡ

0

ବୌଦ୍ଧ: ବୌଦ୍ଧ: ଗଞ୍ଜେଇ କାରବାରରେ ଜଣେ ଫାଣ୍ଡି ଅଧିକାରୀ ସମେତ ୨ କନେଷ୍ଟବଳ ନିଲମ୍ବିତ। ବୌଦ୍ଧ ଜିଲ୍ଲାରେ ଗଞ୍ଜେଇ ଚାଷ ପଛରେ ପୋଲିସର ସଂପୃକ୍ତିକୁ ନେଇ ସବୁବେଳେ ଅଭିଯୋଗ ହୋଇଆସୁଛି। ତେବେ ତିନିଜଣ ପୋଲିସ କର୍ମଚାରୀଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ଏହି ଅଭିଯୋଗର ସତ୍ୟତାକୁ ପ୍ରମାଣିତ କରିଛି ।

ସୂଚନାଯୋଗ୍ୟ: ଗତ ୧୬ ତାରିଖ ଦିନ ବଡଗୋଛାପଡା ଗାଁର ଚନ୍ଦନ ପ୍ରଧାନ ଓ ସରଜିତ ମଲ୍ଲିକ ଏକ ବାଇକ ଯୋଗେ ଗଞ୍ଜେଇ ଚାଲାଣ କରୁଥିବାବେଳେ ବେରେଡାବାଡି ଛକ ନିକଟରୁ ବଘିଆପଡା ଫାଣ୍ଡି ଅଧିକାରୀ ସନାତନ ପ୍ରଧାନ ଓ ଦୁଇଜଣ କନଷ୍ଟେବଳ ସଞ୍ଜିବ କୁମାର ପ୍ରଧାନ ଓ କେଶବ ପ୍ରଧାନଙ୍କୁ ଧରିବାପରେ ଛାଡି ଦେଇଥିଲେ । ଅଭିଯୁକ୍ତମାନଙ୍କ ବିରୋଧରେ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବାବେଳେ ଦୁଇଟି ବ୍ୟାଗରେ ଥିବା ଜବତ ଗଞ୍ଜେଇକୁ ପୋଲିସ କର୍ମଚାରୀମାନେ ସାଙ୍ଗରେ ନେଇ ନିଜ ସରକାରୀ କ୍ୱାର୍ଟରରେ ରଖିଥିଲେ ।

ତେବେ ଘଟଣା ସଂପର୍କରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜାଣିବାପରେ ବୌଦ୍ଧ ଥାନା ଅଧିକାରୀ ମାଧବାନନ୍ଦ ନାଏକଙ୍କୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ପୋଲିସ କର୍ମଚାରୀଙ୍କ ସରକାରୀ କ୍ୱାର୍ଟରରୁ ଦୁଇଟି ବ୍ୟାଗରେ ଥିବା ୧୩ କିଲୋ ଗଞ୍ଜେଇ ସହ ଏକ ମଟରସାଇକେଲ ଉଦ୍ଧାର ହେବାପରେ ଫାଣ୍ଡି ଅଧିକାରୀ ଓ ଦୁଇ କନେଷ୍ଟବଳଙ୍କୁ ଆରକ୍ଷୀ ଅଧିକ୍ଷକ ନିଳମ୍ବିତ କରିବା ସହିତ ମାମଲାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି ।

Leave A Reply

Your email address will not be published.