ପ୍ରମୁଖ ଖବର

ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍‌ ବଜାରକୁ ଆଣିବ ପ୍ୟାକେଟ୍‌ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍‌ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ

ବେଣୁଗୋପାଳଙ୍କୁ ମିଳିଲା ଅନ୍ତରୀଣ ଜାମିନ୍‌

0

ମୁମ୍ବାଇ: ବେଣୁଗୋପାଳ ଧୂିତଙ୍କୁ ମିଳିଲା ଅନ୍ତରୀଣ ଜାମିନ୍‌। ‘ଆଇସିଆଇସି’ ବ୍ୟାଙ୍କ୍‌-ଭିଡିଓକନ୍‌ ଋଣ ମାମଲାରେ ଆଜି ବମ୍ବେ ହାଇକୋର୍ଟ ‘ଭିଡିଓକନ୍‌ ଗ୍ରୁପ୍‌’ର ଅଧ୍ୟକ୍ଷ ବେଣୁଗୋପାଳ ଧୂତଙ୍କୁ ଅନ୍ତରୀଣ ଜାମିନ ମଞ୍ଜୁର କରିଛନ୍ତି। ନଗଦ ୧ ଲକ୍ଷ ଟଙ୍କା ମୁଚାଲିକା ଦାଖଲ କରିବା ପରେ ତାଙ୍କୁ ବିଚାର ବିଭାଗୀୟ ହାଜତରୁ ମୁକ୍ତ କରାଯିବ।

ଧୂତଙ୍କୁ ଜାମିନ ଦେବା ବିରୋଧରେ ମଧ୍ୟ ଅଦାଲତରେ ଓକିଲମାନଙ୍କଦ୍ବାରା ‘ଇଣ୍ଟର୍‌ଭେନ୍‌ସନ୍‌ ପିଟିସନ୍‌’ ଦାଖଲ କରାଯାଇଥିଲା। ସେମାନଙ୍କ ଉପରେ ଅଦାଲତ ୨୫,୦୦୦ ଟଙ୍କା ଜରିମାନା କରିବାକୁ ଆଦେଶ ଦେଇଛନ୍ତି। ଜରିମାନା ବାବଦ ଆଦାୟ ଅର୍ଥ ମହାରାଷ୍ଟ୍ର ଲିଗାଲ୍‌ ଏଡ୍‌ ସର୍ଭିସେସ୍‌ରେ ପୈଠ କରାଯିବ।

ସେମାନଙ୍କ ‘ଇଣ୍ଟର୍‌ଭେନ୍‌ସନ୍‌ ପିଟିସନ୍‌’ ଫାଇଲ୍‌ ଓ ତାଲିକାଭୁକ୍ତ ହୋଇଛି ବୋଲି ଦାବି କରିଥିବା ଓକିଲମାନଙ୍କୁ ଅଦାଲତ ଭର୍ତ୍ସନା କରି କହିଛନ୍ତି। ଆମେ ଆପଣମାନଙ୍କ କଥାକୁ ବିଶ୍ବାସ କରିଥିଲୁ। ଭର୍ତ୍ସନା କରିବାର କାରଣ ହେଲା, ଅଦାଲତ ସେଭଳି କ‌ୌଣସି ‘ଇଣ୍ଟର୍‌ଭେନ୍‌ସନ୍‌ ପିଟିସନ୍’ ପାଇ ନ ଥିଲେ।

ଉଲ୍ଲେଖଯୋଗ୍ୟ, ୨୦୨୨ ଡିସେମ୍ବର ୨୬ ତାରିଖରେ ‘ସିବିଆଇ’ ‘ଭିଡିଓକନ୍‌ ଗ୍ରୁପ୍‌’ର ଅଧ୍ୟକ୍ଷ ବେଣୁଗୋପାଳ ଧୂତଙ୍କୁ ‘ଆଇସିଆଇସିଆଇ’ ବ୍ୟାଙ୍କ୍‌ ଋଣ ଠକେଇ ମାମଲାରେ ଗିରଫ କରିଥି‌ଲା। ଏହି ମାମଲାରେ ‘ଆଇସିଆଇସିଆଇ’ ବ୍ୟାଙ୍କ୍‌ର ପୂର୍ବତନ ‘ସିଇଓ’ ଚନ୍ଦା କୋଚ୍ଚର୍‌ ଏବଂ ତାଙ୍କ ସ୍ବାମୀ ଦୀପକ କୋଚ୍ଚର୍‌ଙ୍କୁ ମଧ୍ୟ ‘ସିବିଆଇ’ ଗିରଫ କରିଛି। ଚନ୍ଦା କୋଚ୍ଚର୍‌ ଏବଂ ତାଙ୍କ ସ୍ବାମୀ ଦୀପକ କୋଚ୍ଚର୍‌ଙ୍କ ସହାୟତାରେ ହୋଇଥିବା ‘ଆଇସିଆଇସିଆଇ’ ବ୍ୟାଙ୍କ୍‌ ଠକେଇରେ ସମ୍ପୃକ୍ତ ଥିବା ଅଭିଯୋଗରେ ଧୂତଙ୍କୁ ‘ସିବିଆଇ’ ତଦନ୍ତ ପରିସରକୁ ନେଇଛି।

Leave A Reply

Your email address will not be published.