ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

୭୧ ହଜାର ଯୁବକଙ୍କୁ ନିଯୁକ୍ତିପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ

0

ନୂଆଦିଲ୍ଲୀ; ଆଜି ଦ୍ୱିତୀୟଥର ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଭର୍ଚ୍ଚୁଆଲ୍ ମାଧ୍ୟମରେ ୭୧ ହଜାର ବେରୋଜଗାରଙ୍କୁ ସରକାରୀ ଚାକିରୀ ପାଇଁ ନିଯୁକ୍ତିପତ୍ର ବାଣ୍ଟିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି କି ଦେଶର ଶିକ୍ଷିତ ବେରୋଜଗାରମାନଙ୍କୁ ନିଯୁକ୍ତି ଦେଇ ସରକାର ନିଜ ସୁଶାସନର ପରିଚୟ ଦେଇଛନ୍ତି । ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ପାଳନ କରୁଛନ୍ତି ବୋଲି ସେ କହିଛନ୍ତି । ଯୋଗ୍ୟତା ତୁଳନାରେ ନିଯୁକ୍ତି ଓ ପଦୋନ୍ନତୀ ଫଳରେ ଯୁବକମାନଙ୍କର ଭରସା ଜାଗ୍ରତ ହୋଇଥାଏ । ଏହି ପାରଦର୍ଶିତା ସେମାନଙ୍କୁ ପ୍ରତିଯୋଗିତାରେ ଭାଗ ନେବାକୁ ପ୍ରେରିତ କରିଥାଏ । ଆମ ସରକାର ଦେଶ ଭିତରେ ନିରନ୍ତର ଭାବେ କାର୍ଯ୍ୟ କରୁଛି ବୋଲି ସେ କହିଛନ୍ତି ।

କେନ୍ଦ୍ର ସରକାର ଆଜି ବଣ୍ଟନ କରିଥିବା ୭୧ ହଜାର ନିଯୁକ୍ତି ପତ୍ରରେ ସାରା ଦେଶର ବିଭିନ୍ନ ସରକାରୀ ବିଭାଗର କନିଷ୍ଠ ଅଭିଜ୍ଞତା , ଲୋକପାଇଲଟ, ଟେକ୍ନିସୟାନ, ନିରୀକ୍ଷକ, ଉପ ନିରୀକ୍ଷକ, କନେଷ୍ଟବଳ, ଗ୍ରମୀଣ ଡାକସେବକ ଭଳି ପଦ ପାଇଁ ନିଯୁକ୍ତିପତ୍ର ବାଣ୍ଟିଛନ୍ତି ।

ଉଲ୍ଲେଖଯୋଗ୍ୟ: ଗତବର୍ଷ ଅକ୍ଟୋବର ମାସରେ ବି ରୋଜଗାର ମେଳାର ଆରମ୍ଭ କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ୭୫ ହଜାର ଶିକ୍ଷିତ ବେକାର ଯୁବକଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରାଯାଇଥିଲା ।

Leave A Reply

Your email address will not be published.