ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ବିଜେପି ଛାଡିଲେ ଗିରିଧର ଓ ଶିଶିର ଗମାଙ୍ଗ ;ବିଆରଏସରେ ସାମିଲ ହେବା ନେଇ ଚର୍ଚ୍ଚା

0

ଭୁବନେଶ୍ବର; ଆଜି ବିଧିବଦ୍ଧ ଭାବେ ବିଜେପିରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆଦିବାସୀ ନେତା ଗିରିଧର ଗମାଙ୍ଗ ଓ ପୁଅ ଶିଶିର ଗମାଙ୍ଗ। ପ୍ରେସ୍ ମିଟ୍ କରି ଏନେଇ ସୂଚନା ଦେଇଛନ୍ତି। ଆଜି ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ପତ୍ର ଲେଖି ସେ ନିଜର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ତେବେ ଖୁବଶୀଘ୍ର ସେ କେ. ଚନ୍ଦ୍ରଶେଖର ରାଓଙ୍କ ଉପସ୍ଥିତିରେ ଶିଶିର ଗମାଙ୍ଗଙ୍କ ସହ ଗିରିଧର ଗମାଙ୍ଗ ଭାରତ ରାଷ୍ଟ୍ର ସମିତି ବା ବିଆରଏସରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି

ଗିରିଧର ଗମାଙ୍ଗ ନିଜ ଇସ୍ତଫା ପତ୍ରରେ ଲେଖିଛନ୍ତି ଯେ, ଓଡିଶାର ଲୋକଙ୍କ ପାଇଁ ଗଲା କିଛି ବର୍ଷ ଧରି ସେ ନିଜ ରାଜନୈତିକ, ସାମାଜିକ ଓ ନୈତିକ କର୍ତ୍ତବ୍ୟ କରିପାରିନାହାଁନ୍ତି । ସେଥିପାଇଁ ସେ ବିଜେପିରୁ ଇସ୍ତଫା ଦେଉଛନ୍ତି । ତେବେ ନିଜ ଇସ୍ତଫା ପତ୍ରରେ ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଦେଇଛନ୍ତି ଗିରିଧର ଗମାଙ୍ଗୋ । ଅନ୍ୟପଟେ ତାଙ୍କ ପୁଅ ଶିଶିର ଗମାଙ୍ଗୋ ମଧ୍ୟ ବିଜେପି ଛାଡିଛନ୍ତି । ସେ କହିଛନ୍ତି, ୨୦୧୫ ମସିହାରେ ମୋଦୀଙ୍କ ନେତୃତ୍ୱ ଦକ୍ଷତା ଦେଖି ସେ ବିଜେପିରେ ସାମିଲ ହୋଇଥିଲେ । ହେଲେ ଏହି ସମୟ ଭିତରେ ସେ ତାଙ୍କ ଆଦିବାସୀ ସମ୍ପ୍ରଦାୟ ପାଇଁ କିଛି ବି କରିପାରିନାହାଁନ୍ତି । ସେଥିପାଇଁ ସେ ବିଜେପିରୁ ଇସ୍ତଫା ଦେଉଥିବା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.