ପ୍ରମୁଖ ଖବର

ବଦଳିଲା ମିଜୋରାମ ବିଧାନସଭା ନିର୍ବାଚନର ରେଜଲ୍ଟ ତାରିଖ, ୩ ତାରିଖ ବଦଳରେ ୪ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ
ଚତୁର୍ଥ ଟି-୨୦ ଜିତିବା ସହ ସିରିଜ ହାତେଇଲା ଟିମ୍ ଇଣ୍ଡିଆ
ଆସନ୍ତା ଜାନୁଆରୀ ୨ରୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା: ଜାନୁଆରୀ ୨ରୁ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହୋଇ ଫେବ୍ରୁଆରୀ ୧୨ ତାରିଖରେ ଶେଷ ହେବ
ଯୁକ୍ତ ୨ ବିଜ୍ଞାନ, କଳା ଓ ବାଣିଜ୍ୟ ପ୍ରାକ୍ଟିକାଲ ସହ ଧନ୍ଦାମୂଳକ ପାଠ୍ୟକ୍ରମର ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେବ
ନବୀନଙ୍କୁ ଭେଟିଲେ ୪ ଓଡ଼ିଆ ଶ୍ରମିକ, ପ୍ରତ୍ୟେକଙ୍କୁ ୨ ଲକ୍ଷ ଟଙ୍କାର ସହାୟତା ଦେଲେ ମୁଖ୍ୟମନ୍ତ୍ରୀ
ଆଜି ସକାଳେ ଘଟଗାଁ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା
ଏଥିରେ ପ୍ରାଣ ହରାଇଛନ୍ତି ୮ ଜଣ ଏବଂ ୮ଜଣ ଗୁରୁତର ହୋଇଛନ୍ତି
ଗୁରୁତରମାନଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବା କୁହାଯାଇଛି, ସେମାନଙ୍କୁ କଟକ ବଡ଼ ମେଡିକାଲକୁ ପଠାଯାଇଛି, ଅନ୍ୟ ୫ ଗୁରୁତରଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି
ଲକ୍ଷ୍ମୀସାଗର ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର: ୩ ଦିନ ହେବ ନିଖୋଜ ଥିଲେ

ମାଲକାନଗିରିରୁ ଚାଣ୍ଟିକୁ ବାନ୍ଧିଲା ଏନଆଇଏ

0

କୋରାପୁଟ; ମାଲକାନଗିରି ସ୍ୱାଭିମାନ ଅଞ୍ଚଳରୁ ଦୁ଼ର୍ଦ୍ଦାନ୍ତ ନକ୍ସଲ ରଞ୍ଜୁ ଖିଲ ଓରଫ ଚାଣ୍ଟିକୁ ଗିରଫ କରିଛି ଏନ୍ଆଇଏ। ଗତକାଲି ସ୍ୱାଭିମାନ ଅଞ୍ଚଳରୁ ଓଡ଼ିଶା ପୁଲିସ ସହାୟତାରେ ଗିରଫ କରିଛି ଏନଆଇଏ। ୨୦୧୨ ମସିହା ଜୁଲାଇ ମାସରେ ବିଏସ୍ଏଫ ଯବାନଙ୍କ ଉପରେ ନକ୍ସଲମାନେ ଆକ୍ରମଣ କରିଥିଲେ। ଏଥିରେ ୪ ଜଣ ଯବାନ ସହିଦ ହୋଇଥିଲେ। ଏହି ଘଟଣାରେ ସାମିଲ ଥିଲା ଚାଣ୍ଟି। ତା’ ନାଁରେ ମାମଲା ରୁଜୁ କରି ତାକୁ ଖୋଜୁଥିଲା ଏନଆଇଏ।  ଚାଣ୍ଟି ନାଁରେ ୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା। ପୂର୍ବରୁ ୨୦୧୩ ମସିହାରେ ମାଲକାନଗିରି ପୁଲିସ ଚାଣ୍ଟିକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।କିନ୍ତୁ ସେ ୨୦୧୮ ରେ ବେଲ ରେ ବାହାରିଥିଲା ଓ ପରେ ଆଉ କୋର୍ଟରେ ହାଜର ହୋଇନଥିଲା

କିଛିଦିନ ତଳେ ଏନଆଇଏ ପକ୍ଷରୁ ଚାଣ୍ଟି ସମେତ ୪ଟପ୍ କ୍ୟାଡର ନକ୍ସଲଙ୍କ ନାଁରେ ବିଭିନ୍ନ ସ୍ଥାନରେ ପୋଷ୍ଟର ମରାଯାଇଥିଲା। କୋରାପୁଟ ବସଷ୍ଟାଣ୍ଡରେ ୪ଜଣ ଟପ୍ କ୍ୟାଡର ନକ୍ସଲଙ୍କ ପୋଷ୍ଟର ଦେଖିବାକୁ ମିଳିଥିଲା। ସେମାନଙ୍କୁ ଧରାଇଦେଲେ ବା ସେମାନଙ୍କ ବିଷୟରେ ସୂଚନା ଦେଲେ ମୁଣ୍ଡପିଛା ୫ରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ରାଶି ଦିଆଯିବ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଥିଲା।

Leave A Reply

Your email address will not be published.