ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ମାଲକାନଗିରିରୁ ଚାଣ୍ଟିକୁ ବାନ୍ଧିଲା ଏନଆଇଏ

0

କୋରାପୁଟ; ମାଲକାନଗିରି ସ୍ୱାଭିମାନ ଅଞ୍ଚଳରୁ ଦୁ଼ର୍ଦ୍ଦାନ୍ତ ନକ୍ସଲ ରଞ୍ଜୁ ଖିଲ ଓରଫ ଚାଣ୍ଟିକୁ ଗିରଫ କରିଛି ଏନ୍ଆଇଏ। ଗତକାଲି ସ୍ୱାଭିମାନ ଅଞ୍ଚଳରୁ ଓଡ଼ିଶା ପୁଲିସ ସହାୟତାରେ ଗିରଫ କରିଛି ଏନଆଇଏ। ୨୦୧୨ ମସିହା ଜୁଲାଇ ମାସରେ ବିଏସ୍ଏଫ ଯବାନଙ୍କ ଉପରେ ନକ୍ସଲମାନେ ଆକ୍ରମଣ କରିଥିଲେ। ଏଥିରେ ୪ ଜଣ ଯବାନ ସହିଦ ହୋଇଥିଲେ। ଏହି ଘଟଣାରେ ସାମିଲ ଥିଲା ଚାଣ୍ଟି। ତା’ ନାଁରେ ମାମଲା ରୁଜୁ କରି ତାକୁ ଖୋଜୁଥିଲା ଏନଆଇଏ।  ଚାଣ୍ଟି ନାଁରେ ୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା। ପୂର୍ବରୁ ୨୦୧୩ ମସିହାରେ ମାଲକାନଗିରି ପୁଲିସ ଚାଣ୍ଟିକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।କିନ୍ତୁ ସେ ୨୦୧୮ ରେ ବେଲ ରେ ବାହାରିଥିଲା ଓ ପରେ ଆଉ କୋର୍ଟରେ ହାଜର ହୋଇନଥିଲା

କିଛିଦିନ ତଳେ ଏନଆଇଏ ପକ୍ଷରୁ ଚାଣ୍ଟି ସମେତ ୪ଟପ୍ କ୍ୟାଡର ନକ୍ସଲଙ୍କ ନାଁରେ ବିଭିନ୍ନ ସ୍ଥାନରେ ପୋଷ୍ଟର ମରାଯାଇଥିଲା। କୋରାପୁଟ ବସଷ୍ଟାଣ୍ଡରେ ୪ଜଣ ଟପ୍ କ୍ୟାଡର ନକ୍ସଲଙ୍କ ପୋଷ୍ଟର ଦେଖିବାକୁ ମିଳିଥିଲା। ସେମାନଙ୍କୁ ଧରାଇଦେଲେ ବା ସେମାନଙ୍କ ବିଷୟରେ ସୂଚନା ଦେଲେ ମୁଣ୍ଡପିଛା ୫ରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ରାଶି ଦିଆଯିବ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଥିଲା।

Leave A Reply

Your email address will not be published.