ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ବରିଷ୍ଠ ଆଇପିଏସ୍ ଡି ଏସ୍‌ କୁଟ୍ଟେଙ୍କୁ ରାଷ୍ଟ୍ରପତି ପୁଲିସ ପଦକ

0

ଭୁବନେଶ୍ବର: ୧୯୯୭ ବ୍ୟାଚ୍‌ର ବରିଷ୍ଠ ଆଇପିଏସ୍ (ଏଡ଼ିଜି ପାହ୍ୟାର ଅଫିସର) ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବତନ୍ତ୍ର ସଚିବ ଧୀରେନ୍ଦ୍ର ଶାମ୍ବାଜୀ କୁଟ୍ଟେଙ୍କୁ ରାଷ୍ଟ୍ରପତି ପୁଲିସ ପଦକ ମିଳିବ। ୨୦୨୩ ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଏହି ଘୋଷଣା କରିଛନ୍ତି। ଶ୍ରୀ କୁଟ୍ଟେ ଜଣେ ଦକ୍ଷ ଓ ସଚ୍ଚୋଟ ପୁଲିସ ଅଫିସର ଭାବେ ଓଡ଼ିଶା ପୁଲିସରେ ଜଣାଶୁଣା।

ସୂଚନାଯୋଗ୍ୟ; ୨୦୧୩ରେ ସେ ଡିଆଇଜି ଥିବା ବେଳେ ଉଲ୍ଲେଖନୀୟ କୃତିତ୍ବ ପାଇଁ ପୁଲିସ ପଦକ ପାଇଥିଲେ। ଶ୍ରୀ କୁଟ୍ଟେଙ୍କ ବ୍ୟତୀତ କଟକ ଭିଜିଲାନ୍ସରେ କାର୍ଯ୍ୟରତ କନଷ୍ଟେବଳ ପ୍ରଫୁଲ୍ଲ କୁମାର ରାଉତଙ୍କୁ ବି ରାଷ୍ଟ୍ରପତି ପୁଲିସ ପଦକ ମିଳିବ। ୨୦୨୩ ଅଗଷ୍ଟ ୧୫ ତାରିଖ ଦିନ ଉଭୟଙ୍କୁ ଏହି ପଦକ ପ୍ରଦାନ କରାଯିବ।

Leave A Reply

Your email address will not be published.