ପ୍ରମୁଖ ଖବର

ମିଶନ ଶକ୍ତି ଅଧୀନରେ ୫,୦୦୦ ମହିଳାଙ୍କ ପାଇଁ ସ୍ୱୟଂରକ୍ଷା ପ୍ରଶିକ୍ଷଣ ଆରମ୍ଭ
ଆସାମ-କେରଳ-ପୁଡୁଚେରୀରେ ମତଦାନ ସମାପ୍ତ, ଇଭିଏମରେ ସିଲ୍ ହେଲା ନେତାଙ୍କ ଭାଗ୍ୟ
ପୁନଃ ନିର୍ବାଚିତ ହେଲେ ସ୍ନାତକ ପର୍ଯ୍ୟନ୍ତ ମାଗଣା ଶିକ୍ଷା: ଆସାମ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
ବାଲିଅନ୍ତାରେ ଅତ୍ୟାଧୁନିକ ଜିଆଇଏସ୍‌ ସବଷ୍ଟେସନ ଉଦଘାଟନ, ଆଉ ହେବନି ପାଓ୍ବାର୍‌ କଟ୍

୫ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିବ ଡେଲ କମ୍ପାନୀ

0

ନୂଆଦିଲ୍ଲୀ; ବଡ ବଡ କମ୍ପାନୀ ମାନଙ୍କର ଛଟେଇ କରିବାର ଅଭିଯାନ ଶେଷ ହଉନି। ଟ୍ୱିଟର, ଆମାଜନ, ମାଇକ୍ରୋସଫ୍ଟ ଭଳି ବଡ ବଡ କମ୍ପାନୀ ପରେ ଏବେ ଛଟେଇ କରିବ ଲାପଟପ କମ୍ପାନୀ ଡେଲ । ଡେଲ ଟେକ୍ନୋଲୋଜି କମ୍ପାନୀ ପ୍ରାୟ ୬ ହଜାର ୬୫୦ କର୍ମଚାରୀଙ୍କୁ ଛଟେଇ କରିବା ନେଇ ସୋମବାର ରିପୋର୍ଟ ପ୍ରକାଶ କରିଛି ବ୍ଲୁମବର୍ଗ । ଡେଲ କମ୍ପାନୀର ଲାପଟପର ଚାହିଦା କମୁଥିବାରୁ କମ୍ପାନୀ ୫ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିବାକୁ ନିଷ୍ପତିି ନେଇଛି ।

ବ୍ୟକ୍ତିଗତ କମ୍ପ୍ୟୁଟରର ଚାହିଦା ହ୍ରାସ ହେତୁ ପ୍ରାୟ ୬,୬୫୦ କର୍ମଚାରୀଙ୍କୁ ଛଟେଇ କରିବାକୁ ଯୋଜନା ଘୋଷଣା କରିଛି। ଡେଲ୍ର ସହ-ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବ୍ଲୁମବର୍ଗର ଏକ ରିପୋର୍ଟ ଅନୁଯାୟୀ ଜେଫ୍ କ୍ଲାର୍କ ଦାବି କରିଛନ୍ତି ଯେ ଭବିଷ୍ୟତ ଅନିଶ୍ଚିତତା ସହ କମ୍ପାନୀ କଠିନ ବଜାର ସ୍ଥିତିର ସମ୍ମୁଖୀନ ହେଉଛି। ତେଣୁ କିଛି କର୍ମଚାରୀଙ୍କୁ ଛଟେଇ କରି ଖର୍ଚ୍ଚ କମାଇବାକୁ ଲକ୍ଷ ରଖିଛି କମ୍ପାନୀ । ବଜାର ଚାହିଦା କମୁଥିବାରୁ ବିଶ୍ୱର ବଡ ବଡ କମ୍ପାନୀମାନେ ହଜାର ହଜାର ଛଟେଇ କରୁଛନ୍ତି। ଯେଉଁଥି ପାଇଁ ଅନେକ ଭାରତୀୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଋଷ-ୟୁକ୍ରେନ ଯୁଦ୍ଧ ଏବଂ କରୋନା ମହାମାରୀ ଯୋଗୁ ବିଶ୍ୱ ବଜାରରେ ଏଭଳି ସ୍ଥିିତିି ଦେଖିବାକୁ ମିଳିଛି ।

Leave A Reply

Your email address will not be published.