ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଗଂଜାମ ହିଞ୍ଜିଳିରେ ନୂଆ ଦୌରା ଜଜ୍ କୋର୍ଟ ଉଦଘାଟନ

0

ଭୁବନେଶ୍ୱର: ଆଜି ଗଂଜାମ ହିଞ୍ଜିଳିରେ ନୂଆ ଦୌରା ଜଜ୍ କୋର୍ଟ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହିତ ହିଞ୍ଜିଳିବାସୀଙ୍କ ଅନେକ ଦିନର ସ୍ୱପ୍ନ ପୂରଣ ହୋଇଛି ବୋଲି କହିଛନ୍ତି ନବୀନ । ସେହିପରି ମୁଖ୍ୟମନ୍ତ୍ରୀଙ୍କ ସହ ଉଦଘାଟନୀ ଉତ୍ସବରେ ଭର୍ଚୁଆଲରେ ଉପସ୍ଥିତ ରହି ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏସ. ମୁରଲୀଧର କହିଛନ୍ତି, ରାଜ୍ୟରେ ଲୋକଙ୍କୁ ନ୍ୟାୟ ମିଳିବା ପ୍ରକ୍ରିୟାରେ ଉନ୍ନତି ଘଟିଛି । ଟେକ୍ନୋଲଜିର ବ୍ୟବହାର ଦ୍ବାରା ନ୍ୟାୟ ପ୍ରକ୍ରିୟା ତ୍ବରାନ୍ବିତ ହୋଇଛି ବୋଲି କହିଛନ୍ତି ମୁଖ୍ୟ ବିଚାରପତି ।

ହିଞ୍ଜିଳିରେ ଦୌରା ଜଜ କୋର୍ଟ ପ୍ରତିଷ୍ଠା ହେବା ଦ୍ବାରା ବିଶେଷ କରି ଗରିବ ଓ ଦୁର୍ବଳ ଶ୍ରେଣୀର ଲୋକ ବେଶୀ ଉପକୃତ ହେବେ ।ପଦକ୍ଷେପଗୁଡିକ ନିର୍ଦ୍ଦିଷ୍ଟ କରି ସେ କହିଛନ୍ତି, ନୂତନ ଅଦାଲତ ଖୋଲିବା, ନ୍ୟାୟିକ ଅଧିକାରୀଙ୍କ ନିଯୁକ୍ତି, ଟେକ୍ନୋଲୋଜିର ବ୍ୟବହାର ଏବଂ ବିଭିନ୍ନ ଅଦାଲତରେ ମାମଲାଗୁଡ଼ିକର ଯୁକ୍ତିଯୁକ୍ତ ଏବଂ ନ୍ୟାୟିକ ବ୍ୟବସ୍ଥାର କାର୍ଯ୍ୟଦକ୍ଷତାକୁ ସୁଦୃଢ଼ କରିବା ପାଇଁ ଅନେକ ପଦକ୍ଷେପ ନିଆଯାଇଛି। ନୂତନ ଅଦାଲତ ଖୋଲିବାକୁ ସମର୍ଥନ କରିଥିବାରୁ ସେ ମୁଖ୍ୟମନ୍ତ୍ରୀ ଓ ଓଡିଶା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଓକିଲମାନେ ପୂର୍ଣ୍ଣ ପ୍ରାଣରେ ଲୋକଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଚେଷ୍ଟା କରିବେ । ତେବେ ହଞ୍ଜିଳିରେ କୋର୍ଟ ସ୍ଥାପନା ଲଗି ମୁଖ୍ୟମନ୍ତ୍ରୀ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଧନ୍ୟବାଦ ଜଣାଇଥିଲେ । କଟକରୁ ଭର୍ଚୁଆଲରେ ଯୋଡ଼ି ହୋଇ ମୁଖ୍ୟ ବିଚାରପତି ଲୋକଙ୍କୁ ନ୍ୟାୟ ମିଳିବାରେ ବିଳମ୍ବ ହେବନି ବୋଲି ଆଶା କରିଛନ୍ତି । ମାହାମରୀ ସମୟରେ ହାଇକୋର୍ଟ ସେଥିପାଇଁ ବନ୍ଦ କରାଯାଇନଥିଲା । ନୂଆ କୋର୍ଟ ସ୍ଥାପନା, ବିଚାରପତି ନିଯୁକ୍ତି, ଟେକ୍ନୋଲଜି ବ୍ୟବାହର ଦ୍ବାରା ନ୍ୟାୟିକ ପ୍ରକ୍ରିୟାରେ ଉନ୍ନତି ଘଟିଛି ବୋଲି କହିଛନ୍ତି ମୁଖ୍ୟ ବିଚାରପତି ।

Leave A Reply

Your email address will not be published.