ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

୫୦ ଲକ୍ଷ ଟଙ୍କା ପାଇଁ ଛାତ୍ରଙ୍କୁ ଅପହରଣ ପରେ ହତ୍ୟା

0

ଝାରସୁଗୁଡା; ୫୦ ଲକ୍ଷ ଟଙ୍କା ପାଇଁ ଦଶମ ଶ୍ରେଣୀ ଛାତ୍ରଙ୍କୁ ଅପହରଣ ପରେ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ପାଇଁ ମୃତ ଦେହକୁ ପୋଡି ଦେଇଛନ୍ତି ଅପହରଣକାରୀ । ଝାରସୁଗୁଡାରୁ ଆସିଛି ଏମିତି ଏକ ଚାଞ୍ଚଲ୍ୟକର ଖବର । ଆଉ ବରଗଡ ଜିଲ୍ଲା ଭେଡେନ୍ ଥାନା ପାଖ ଜଙ୍ଗଲରୁ ଅପହୃତ ଦଶମ ଶ୍ରେଣୀ ଛାତ୍ରଙ୍କ ଅଧାପୋଡା ମୃତଦେହ ଉଦ୍ଧାର ହୋଇଛି ।

ଝାରସୁଗୁଡା ଏସପିଙ୍କ ସୂଚନାନୁସାରେ, ଗୋଡଭଗା ପଟରୁ ଏକ ନୀଳରଙ୍ଗର କାରରେ ଦୁଇ-ତିନି ଜଣ ବ୍ୟକ୍ତି ଘଟଣାସ୍ଥଳକୁ ଆସି ସମର୍ଥଙ୍କ ମୃତ ଦେହକୁ ପୋଡି ଚାଲିଯାଇଥିଲେ । ପୋଲିସ ସେଠାରୁ ଏକ କଟୁରୀ, ପେଟ୍ରୋଲ ଅଣାଯାଇଥିବା ଏକ ପ୍ଲାଷ୍ଟିକ ଜାର ଜବତ କରିଛି । କିନ୍ତୁ ଅପହରଣ ପଛର ସଠିକ୍ କାରଣ ଜଣାପଡିନାହିଁ । ହେଲେ, ଅପହରଣକାରୀ ସମର୍ଥଙ୍କୁ ପୂର୍ବରୁ ଚିହ୍ନିଥିଲେ ବୋଲି ଅନୁମାନ କରୁଛି ପୁଲିସ । ୨ଜଣଙ୍କୁ ସନ୍ଦେହରେ ଅଟକ ରଖି ପଚରାଉଚୁରା କରାଯାଉଛି ।

ସୂଚନା ଅନୁସାରେ, ଝାରସୁଗୁଡା ସହରରେ ସରବାହଲର ଏକ ଆପାର୍ଟମେଣ୍ଟରେ ରହୁଥିବା ସୁନିତ ଅଗ୍ରୱାଲଙ୍କ ୧୪ବର୍ଷିୟ ପୁଅ ସମର୍ଥ, ୨୭ତାରିଖ ଅପରାହ୍ନ ୪ଟାରେ ଇଲେକ୍ଟ୍ରିକ୍ ସୁଟି ଧରି ଘରୁ ବାହାରିଥିଲେ । ସେବେଠାରୁ ଆଉ ଘରକୁ ଫେରି ନଥିଲେ । କିଛି ସମୟ ପରେ କେହି ସୁନିତଙ୍କୁ ଫୋନ ଯୋଗେ ୫୦ଲକ୍ଷ ଟଙ୍କା ମାଗିଥିଲେ ।

ଦୁର୍ବୃତ୍ତମାନେ ଟଙ୍କା ମାଗିବା ପରେ ପୁଅ ଅପହରଣ ହୋଇଥିବା ଜାଣିଥିଲେ ତାଙ୍କ ପରିବାର । ତାପରେ ଏନେଇ ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ଆଜି ସମର୍ଥଙ୍କ ମୃତ ଦେହ ବରଗଡରୁ ଉଦ୍ଧାର ହୋଇଛି । ଏହି ଘଟଣା ଝାରସୁଗୁଡାରେ ଚାଂଚଲ୍ୟ ଖେଳାଇ ଦେଇଛି । ତେବେ ଅପହରଣ ଓ ହତ୍ୟା ପଛର କାରଣ କଣ ତାହା ସ୍ପଷ୍ଟ ହୋଇନାହିଁ ।

Leave A Reply

Your email address will not be published.