ପ୍ରମୁଖ ଖବର

୧୮ରେ ଖୋଲିବ ସ୍କୁଲ୍, ପ୍ରଥମ ଦିନରୁ ଓଡ଼ିଶାର ସବୁ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଦିଆଯିବାକୁ ନିର୍ଦ୍ଦେଶ
ଉତ୍ତରାଖଣ୍ଡରେ ଘାଟିରୁ ଖସିଲା ଯାତ୍ରୀବାହୀ ଗାଡି, ଦୁର୍ଘଟଣାରେ ୧୨ ଜଣ ତୀର୍ଥ ଯାତ୍ରୀ ମୃତ୍ୟୁବରଣ କରିଥିବା ବେଳେ ଅନେକ ଆହତ ହୋଇଛନ୍ତି
ଖୋର୍ଦ୍ଧା ରୋଡ଼ ପ୍ଲାଟଫର୍ମ ଭିତରେ ଅଗ୍ନିକାଣ୍ଡ; ୩ ନମ୍ବର ପ୍ଲାଟଫର୍ମ ଭିତରେ ଥିବା ପୋଷ୍ଟ ଆଫିସରେ ଲାଗିଲା ନିଆଁ , ଅଗ୍ନିକାଣ୍ଡ ଯୋଗୁଁ ପୋଷ୍ଟ ଅଫିସରେ ଥିବା ଆସବାବ ପତ୍ର ଜଳି ଯାଇଛି
ବିଶିଷ୍ଟ କଥାକାର ସଞ୍ଜୟ ପଣ୍ଡା ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ଓ ମାନସରଞ୍ଜନ ସାମଲ ପାଇବେ ବାଲ୍ ସାହିତ୍ୟ ପୁରସ୍କାର
ଭୁବନେଶ୍ବର: ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଦାନ୍ତେଓ୍ବାଡା ଜିଲ୍ଲା ନାରାୟଣପୁରରେ ଯବାନଙ୍କ ଗୁଳିରେ ୮ ଜଣ ନକ୍ସଲ ନିହତ
ଭୁବନେଶ୍ୱରରେ ପହଞ୍ଚିଲା କୁଏତରେ ଭୟାବହ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ୨ ଓଡ଼ିଆଙ୍କ ପାର୍ଥିବ ଶରୀର
ମହମ୍ମଦ ଜହୁର ଓ ସନ୍ତୋଷ ଗୌଡ଼ଙ୍କ ମରଶରୀର ଆଜି ସକାଳେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛି
କୁଏତରେ ପ୍ରାଣ ହରାଇଥିବା ଦୁଇ ଓଡିଆଙ୍କ ପରିବାରକୁ ସହାୟତା ରାଶି ଘୋଷଣା, ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

୫୦ ଲକ୍ଷ ଟଙ୍କା ପାଇଁ ଛାତ୍ରଙ୍କୁ ଅପହରଣ ପରେ ହତ୍ୟା

0

ଝାରସୁଗୁଡା; ୫୦ ଲକ୍ଷ ଟଙ୍କା ପାଇଁ ଦଶମ ଶ୍ରେଣୀ ଛାତ୍ରଙ୍କୁ ଅପହରଣ ପରେ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ପାଇଁ ମୃତ ଦେହକୁ ପୋଡି ଦେଇଛନ୍ତି ଅପହରଣକାରୀ । ଝାରସୁଗୁଡାରୁ ଆସିଛି ଏମିତି ଏକ ଚାଞ୍ଚଲ୍ୟକର ଖବର । ଆଉ ବରଗଡ ଜିଲ୍ଲା ଭେଡେନ୍ ଥାନା ପାଖ ଜଙ୍ଗଲରୁ ଅପହୃତ ଦଶମ ଶ୍ରେଣୀ ଛାତ୍ରଙ୍କ ଅଧାପୋଡା ମୃତଦେହ ଉଦ୍ଧାର ହୋଇଛି ।

ଝାରସୁଗୁଡା ଏସପିଙ୍କ ସୂଚନାନୁସାରେ, ଗୋଡଭଗା ପଟରୁ ଏକ ନୀଳରଙ୍ଗର କାରରେ ଦୁଇ-ତିନି ଜଣ ବ୍ୟକ୍ତି ଘଟଣାସ୍ଥଳକୁ ଆସି ସମର୍ଥଙ୍କ ମୃତ ଦେହକୁ ପୋଡି ଚାଲିଯାଇଥିଲେ । ପୋଲିସ ସେଠାରୁ ଏକ କଟୁରୀ, ପେଟ୍ରୋଲ ଅଣାଯାଇଥିବା ଏକ ପ୍ଲାଷ୍ଟିକ ଜାର ଜବତ କରିଛି । କିନ୍ତୁ ଅପହରଣ ପଛର ସଠିକ୍ କାରଣ ଜଣାପଡିନାହିଁ । ହେଲେ, ଅପହରଣକାରୀ ସମର୍ଥଙ୍କୁ ପୂର୍ବରୁ ଚିହ୍ନିଥିଲେ ବୋଲି ଅନୁମାନ କରୁଛି ପୁଲିସ । ୨ଜଣଙ୍କୁ ସନ୍ଦେହରେ ଅଟକ ରଖି ପଚରାଉଚୁରା କରାଯାଉଛି ।

ସୂଚନା ଅନୁସାରେ, ଝାରସୁଗୁଡା ସହରରେ ସରବାହଲର ଏକ ଆପାର୍ଟମେଣ୍ଟରେ ରହୁଥିବା ସୁନିତ ଅଗ୍ରୱାଲଙ୍କ ୧୪ବର୍ଷିୟ ପୁଅ ସମର୍ଥ, ୨୭ତାରିଖ ଅପରାହ୍ନ ୪ଟାରେ ଇଲେକ୍ଟ୍ରିକ୍ ସୁଟି ଧରି ଘରୁ ବାହାରିଥିଲେ । ସେବେଠାରୁ ଆଉ ଘରକୁ ଫେରି ନଥିଲେ । କିଛି ସମୟ ପରେ କେହି ସୁନିତଙ୍କୁ ଫୋନ ଯୋଗେ ୫୦ଲକ୍ଷ ଟଙ୍କା ମାଗିଥିଲେ ।

ଦୁର୍ବୃତ୍ତମାନେ ଟଙ୍କା ମାଗିବା ପରେ ପୁଅ ଅପହରଣ ହୋଇଥିବା ଜାଣିଥିଲେ ତାଙ୍କ ପରିବାର । ତାପରେ ଏନେଇ ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ଆଜି ସମର୍ଥଙ୍କ ମୃତ ଦେହ ବରଗଡରୁ ଉଦ୍ଧାର ହୋଇଛି । ଏହି ଘଟଣା ଝାରସୁଗୁଡାରେ ଚାଂଚଲ୍ୟ ଖେଳାଇ ଦେଇଛି । ତେବେ ଅପହରଣ ଓ ହତ୍ୟା ପଛର କାରଣ କଣ ତାହା ସ୍ପଷ୍ଟ ହୋଇନାହିଁ ।

Leave A Reply

Your email address will not be published.