ପ୍ରମୁଖ ଖବର

ଆସନ୍ତା ୨୬ ତାରିଖରେ ପ୍ରକାଶ ପାଇବ +୨ ରେଜଲ୍ଟ, ବାହାରିବ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷାଫଳ
୨୪ରେ ଅବପାତର ରୂପ ନେବ ଲଘୁଚାପ, ଓଡିଶାରେ ଜାରି ରହିବ କାଳବୈଶାଖୀ
ଘଷିପୁରାରେ ବଦ୍ରି ପାତ୍ରଙ୍କ ସମର୍ଥକଙ୍କ ଗୁଣ୍ଡାଗର୍ଦ୍ଦି ଅଭିଯୋଗ, ଆକ୍ରମଣରେ ସୌମ୍ୟଙ୍କ ସମର୍ଥକ ଗୁରୁତର
ବଲିଉଡ୍‌ ଅଭିନେତା ଶାହରୁଖ ଖାନ୍‌ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି
ସିଂଗାପୁର ପରେ ଭାରତରେ କୋଭିଡର ନୂଆ ଭାରିଆଣ୍ଟ, ଦେଶରେ ୩୨୪ ସଂକ୍ରମିତ ଚିହ୍ନଟ
ହାଇକୋର୍ଟରୁ ମିଳିଲା ଜାମିନ, ଜେଲ୍‌ରୁ ବାହାରିଲେ ଆଜୀବନ କାରା ଦଣ୍ଡାଦେଶ ପାଇଥିବା ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀ

ଭାରତ-ପାକିସ୍ତାନ ସୀମାରେ ଭୟଙ୍କର ବିସ୍ଫୋରଣ

0

ନୂଆଦିଲ୍ଲୀ; ଗତକାଲି ବିଳମ୍ବିତ ରାତିରେ ଜମ୍ମୁ-କଶ୍ମୀର କଠୁଆ ଜିଲ୍ଲାର ସୀମା ନିକଟସ୍ଥ ପୁଲିସ ଷ୍ଟେସନ ନିକଟରେ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏ ନେଇ ଆତଙ୍କ ଖେଳିଯାଇଛି।  ବିସ୍ଫୋରଣ ଯୋଗୁଁ ଆଖପାଖରେ ଥିବା ଘର କ୍ଷତିଗ୍ରସ୍ତ ହେଇଛି। କିଛି ଘରର କାଚ ଭାଙ୍ଗି ଯାଇଥିବା ଜଣାପଡିଛି।

ତେବେ ଏଥିରେ କେହି ମୃତାହତ ହୋଇଥିବା ନେଇ ଖବର ଆସିନାହିଁ। ସ୍ଥାନୀୟ ପୁଲିସ ଖବର ପାଇ ସର୍ଚ୍ଚ ଅପରେସନ କରୁଛି। ପୂରା ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି। ଘଟଣାସ୍ଥଳରୁ ଫରେନସିକ ଟିମ୍ କିଛି ସାମଗ୍ରୀ ଜବତ କରିଥିବା ସୂଚନା ରହିଛି।

ସ୍ଥାନୀୟ ପୁଲିସର ସୂଚନା ମୁତାବକ, କଠୁଆ ଜିଲ୍ଲାର ହୀରାନଗରରେ ଆନ୍ତର୍ଜାତୀୟ ସୀମାକୁ ଲାଗି ରହିଥିବା ବିପିପି ସାନ୍ୟାଲ ନିକଟରେ ବିସ୍ଫୋରଣ ଘଟିବା ଭଳି ଜୋରରେ ଶବ୍ଦ ଶୁଣିବାକୁ ମିଳିଥିଲା। ସୂଚନା ମିଳିବା ପରେ ପୂରା ଅଞ୍ଜଳକୁ ଘେରାବନ୍ଦି କରାଯାଇଛି । ତଲାସି ଅଭିଯାନ ଜାରି ରହିଛି।

Leave A Reply

Your email address will not be published.