ପ୍ରମୁଖ ଖବର

ଅପରାଧୀଙ୍କୁ ମିଳିବ କଡ଼ା ଜବାବ, ସହିଦ ହେବାକୁ ବି ପ୍ରସ୍ତୁତ: ଡିଜିପି
ଏସ୍‌ବିଆଇର ତଥ୍ୟ ଲିକ୍‌: ଡାର୍କ ୱେବ୍‌ରେ ୩.୭୫ ଲକ୍ଷ ରେକର୍ଡ, ତଦନ୍ତ ଆରମ୍ଭ
ଟାଇଗର ଶ୍ରଫଙ୍କ ଉପରକୁ ଗୁଳିମାଡ଼ ମାମଲା: ଆଉ ୪ ଗିରଫ
୨୦୨୯ ସୁଦ୍ଧା ନିଶାମୁକ୍ତ ଭାରତ ଲକ୍ଷ୍ୟ: ଅମିତ ଶାହ

ଶ୍ରୀରାମଙ୍କୁ ଦର୍ଶନ କରୁଥିବା ବେଳେ କୂଅ ଭିତରେ ପଡିଗଲେ ଭକ୍ତ

0

ଇନ୍ଦୋର; ମଧ୍ୟପ୍ରଦେଶ ଇନ୍ଦୋର ଠାରେ ରାମନବମୀ ପାଳନ ଅବସରରେ ଶ୍ରୀରାମଙ୍କୁ ଦର୍ଶନ କରୁଥିବା ବେଳେ କୂଅ ଭିତରେ ପଡିଗଲେ ଭକ୍ତ। ପଟେଲ ନଗର ନିକଟରେ ଥିବା ବେଲେଶ୍ୱର ମହାଦେବଙ୍କ ଝୁଲେଲାଲ ମନ୍ଦିର ନିକଟରେ ଏହି ଦୁର୍ଘଟଣା ହୋଇଛି । ଏଠାରେ ଥିବା ଏକ ବଡ କୂଅ ଉପରେ ଚଢି ଭକ୍ତମାନେ ଶ୍ରୀରାମଙ୍କ ଦର୍ଶନ କରୁଥିବା ବେଳେ କୁଅର କାନ୍ଥ ଭାଙ୍ଗିଯିବାରୁ ୨୫ରୁ ଅଧିକ ଭକ୍ତ କୁଅ ଭିତରକୁ ଗଳିପଡିଛନ୍ତି । ସୂଚନା ପାଇବା ପରେ ଅଗ୍ନିଶମ ବିଭାଗ ତରଫରୁ ଖବର ଲେଖାହେବା ପର୍ଯ୍ୟନ୍ତ ୧୦ ଜଣଙ୍କୁ ଉଦ୍ଧାର କରାଯାଇଛି ।

ସୂଚନା ମୁତାବକ ମନ୍ଦିର ଭିତରେ ପୂଜାପାଠ ଚାଲୁଥିବା ବେଳେ ହଠାତ ମନ୍ଦିରର ପାଚେରୀ ଭାଙ୍ଗିଯାଇଥିଲା । ଏପଟେ କିଛି ଭକ୍ତ କୁଅ ଉପରେ ଚଢି ଶ୍ରୀରାମଙ୍କ ଦର୍ଶନ କରୁଥିଲେ । ହେଲେ ମନ୍ଦିର ପାଚେରୀ ଭାଙ୍ଗିବା ପରେ ଭକ୍ତଙ୍କ ଭିତରେ ଧାଁ ଦଉଡ ଆରମ୍ଭ ହୋଇଯାଇଥିଲା । ଏସବୁ ଭିତରେ କୁଅ ଉପରେ ଚଢି ଦର୍ଶନ କରୁଥିବା ଭକ୍ତମାନେ କୁଅ ଭିତରକୁ ଗଳିପଡିଥିଲେ ।

ସ୍ଥାନୀୟ ପୋଲିସ କମିଶନର ମକରନ୍ଦ ଦେଓସ୍କରଙ୍କ ସମେତ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ଘଟଣା ସ୍ଥଳରେ ପହଂଚିଛନ୍ତି । ପୋଲିସ ତରଫରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମନ୍ଦିର ଭିତରେ ଥିବା ସମସ୍ତ ଭକ୍ତଙ୍କୁ ମନ୍ଦିରରୁ ବାହାରକୁ ବାହାର କରିଦିଆଯାଇଛି । ହେଲେ ଯେଉଁ ଲୋକମାନଙ୍କ ଉପରେ ପାଚେରୀ ପଡିଯାଇଥିଲା ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା କିଭଳି ରହିଛି ସେନେଇ କୌଣସି ସୂଚନା ମିଳିପାରି ନାହିଁ ।

Leave A Reply

Your email address will not be published.