ପ୍ରମୁଖ ଖବର

ଦେହରେ ନିଆଁ ଲଗାଇ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
ଅନଲାଇନ ଗେମ୍ ଖେଳିବାକୁ ମନା କରିବାରୁ ଜୀବନ ହାରିଲେ ନାବାଳକ
ରାକ୍ଷୀରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ପିଉସା ସମେତ ୫ ଅଟକ
ସ୍ୱାଧୀନତା ଦିବସ ପାଇଁ ଜାରି ହେଲା ଟ୍ରାଫିକ୍‌ କଟକଣା
ଭୁବନେଶ୍ୱରର ଘରୋଇ କଲେଜ ପରିସରରେ ଯୁବକଙ୍କ ଆତ୍ମାହୁତି ଉଦ୍ୟମ
ସବୁ ସରକାରୀ କାର୍ଯ୍ୟାଳୟରେ ଲାଗିବ ଏଆଇ କ୍ୟାମେରା
ବିଧାନସଭା ଆଗରେ ୭ ବର୍ଷୀୟ ଝିଅ ସହ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ

ପ୍ରକାଶ ପାଇଲା ଆଇଏଏସ ପରୀକ୍ଷା ଫଳ: ଟପ୍ ୪ରେ ୪ ଝିଅ

0

ଭୁବନେଶ୍ବର: ପ୍ରକାଶ ପାଇଲା ଆଇଏଏସ  ରେଜଲ୍ଟ ୨୦୨୨ । ଏଥର ଝିଅଙ୍କ ବାଜିମାତ୍। ମେରିଟ୍ ଲିଷ୍ଟରେ ଟପ୍‌ରେ ରହିଛନ୍ତି ଇଶିତା କିଶୋରୀ । ଦ୍ବିତୀୟ ସ୍ଥାନରେ ଅଛନ୍ତି ଗରିମା ଲୋହିଆ । ତୃତୀୟ ସ୍ଥାନରେ ଅଛନ୍ତି ଉମା ହାରାତି ଏନ୍‌ । ପ୍ରଥମ ୪ ଜଣ କୃତୀ ଝିଅ ଅଛନ୍ତି । ଏଥର କୃତକାର୍ଯ୍ୟ ହୋଇଛନ୍ତି ୯୩୩ ଜଣ । ୬୭ ସ୍ଥାନରେ ଅଛନ୍ତି ଓଡ଼ିଆ ଝିଅ କସ୍ତୁରୀ ପଣ୍ଡା । ୫୧୬ ସ୍ଥାନରେ ଅଛନ୍ତି ତେଜସ୍ବିନୀ ବେହେରା ।

ତେବେ ଓଡିଶାର ସର୍ବଭାରତୀୟ ସ୍ତରରେ ଜଗତସିଂହପୁର ନାଉଗାଁର ଅନୁପ ଦାସ ୩୮ ରୢାଙ୍କ ହାସଲ କରିଛନ୍ତି। ସେହିପରି ବାରିପଦାର ଝିଅ ପ୍ରଣିତା ଦାସ ଜାତୀୟ ସ୍ତରରେ ୪୨ ରାଙ୍କ ହାସଲ କରି ସଫଳତା ପାଇଛନ୍ତି । ଓଡ଼ିଶାରୁ ସୌମ୍ୟରଞ୍ଜନ ଦାଶ ୧୩୬ତମ ସ୍ଥାନ, ସୋନାଲି ମିଶ୍ର- ୧୪୦, ଦୁର୍ଗା ପ୍ରସାଦ ଅଧିକାରୀ-୧୬୨, ଲକ୍ଷ୍ମୀପ୍ରିୟା ଉପାଧ୍ୟାୟ-୧୭୬, ସୁଶ୍ରୀ ଶୁଭାଙ୍ଗୀ ଖୁଣ୍ଟିଆ-୨୬୧, ଆକ୍ରିତି ସେଠୀ- ୨୪୯ ସ୍ଥାନରେ ରହିଛନ୍ତି। ସତ୍ୟପ୍ରକାଶ ମିଶ୍ର ୨୬୧,  ୩୩୪ ରାଙ୍କରେ ଆୟୁଷୀ ପ୍ରଧାନ, ୫୧୬ ରାଙ୍କରେ ତେଜସ୍ବିନୀ ବେହେରା, ରାକେଶ କୁମାର ସାହୁ ୫୭୫, ଶୁଭସ୍ନିଗ୍ଧା ସେଠୀ ୬୮୦ ରାଙ୍କରେ ରହିଛନ୍ତି। ୬୭୦ ତମ ସ୍ଥାନରେ ପ୍ରଥମା ପ୍ରତୀକ୍ଷା ପ୍ରଧାନ, ଶୁଭମ୍ ମିଶ୍ରଙ୍କ ୬୮୮ତମ ସ୍ଥାନ, ନିବେଦିତା ଦାସ-୮୪୮, ମାନସ ଜ୍ୟୋତି ଦାସ-୮୮୧ ଓ ହରେକୃଷ୍ଣ ମେହେର ୯୩୧ ରାଙ୍କରେ ରହିଛନ୍ତି।

ସର୍ବଭାରତୀୟ ସ୍ତରର ପରୀକ୍ଷାରେ ମୋଟ ୯୩୩ଜଣ ପରୀକ୍ଷାର୍ଥୀ ସଫଳତା ହାସଲ କରିଥିବା ବେଳେ ଓଡ଼ିଶାରୁ ମୋଟ ୧୮ଜଣ କୃତକାର୍ଯ୍ୟ ହୋଇଛନ୍ତି। ସିଭିଲ୍‌ ସର୍ଭିସରେ ୧୮୦ ଜଣ ଆଇଏଏସ, ୩୮ ଜଣ ଆଇଏଫଏସ ଏବଂ ୨୦୦ ଜଣ ଆଇପିଏସ ଭାବେ କୃତକାର୍ଯ୍ୟ ହୋଇଛନ୍ତି।

Leave A Reply

Your email address will not be published.