ପ୍ରମୁଖ ଖବର

ଓଡ଼ିଶାରେ ମତଦାତା ଯାଞ୍ଚ ଅଭିଯାନ ଶେଷ ପର୍ଯ୍ୟାୟରେ
ଫ୍ରାନ୍ସରେ ‘ଭାରତ ଇନୋଭେଟ୍ସ ୨୦୨୬’, ବିଶ୍ୱ ମଞ୍ଚରେ ଭାରତୀୟ ଷ୍ଟାର୍ଟଅପ୍
ଡ୍ରୋନ୍‌ରେ ଚିଠି ଓ ପାର୍ସଲ୍ ପରିବହନ: ୨ ଘଣ୍ଟାର କାମ ୭ ମିନିଟ୍‌ରେ
ଝାଡ଼ଖଣ୍ଡର ବନ୍ଦ କୋଇଲା ଖଣିରେ ବିଷାକ୍ତ ଗ୍ୟାସ ଲିକ୍; ୪ ଜଣଙ୍କ ମୃତ୍ୟୁ
ବୁର୍ଲାରେ ଏମସିଏଲ୍ ମହିଳା କର୍ମଚାରୀଙ୍କ ମୃତଦେହ ଉଦ୍ଧାର; ଆତ୍ମହତ୍ୟା ସନ୍ଦେହ
୨୦ରେ ରାଇରଙ୍ଗପୁର ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ଧୀରଜ ସେଠ୍‌ ହେବେ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ
ଆସାମର ଜୋରହାଟରେ IAF AN-32 ବିମାନ ଦୁର୍ଘଟଣା; ୫ ବାୟୁସେନା କର୍ମଚାରୀଙ୍କ ମୃତ୍ୟୁ
ଜାମିନ୍ ଖାରଜ ପରେ ଜେଲ୍ ଗଲେ ତିଖିରି ସରପଞ୍ଚ ଚାମେଲି ଓଝା
ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ବଦଳିବ ୬୪ ସ୍ଥାନର ଇଂରାଜୀ ନାମ; ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରି

ଗିରଫ ହେଲେ କୋଟିପତି ପୁଲିସ ବାବୁ

0

ବରଗଡ: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି ପୁଲିସ ବାବୁ। ବରଗଡ଼ ଜିଲ୍ଲା ଗାଇସିଲାଟ ଆଇଆଇସି ବିରବର ଭଗତ ପୁଲିସ ଦ୍ବାରା ଗିରଫ ହୋଇଛନ୍ତି।

ସୂଚନାଯୋଗ୍ୟ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ ପରେ ଭିଜିଲାନ୍ସ ଜାଲରେ ଫସିଥିଲେ ଗାଇସିଲାଟ ଥାନାଧିକାରୀ ବୀରବର ଭଗତ। ସୋମବାର ରାତି ସାଢ଼େ ୩ଟା ସମୟରେ ଭିଜିଲାନ୍ସ ବିଭାଗ ଏକକାଳୀନ ଭାବେ ଶ୍ରୀ ଭଗତଙ୍କ ଗାଇସିଲାଟ୍‌ସ୍ଥିତ ସରକାରୀ ଘର ଓ ଅଫିସ୍‌, ସମ୍ବଲପୁର ଅଇଁଠାପାଲି ଥାନା ଅନଗୁଲିଆପଡ଼ାସ୍ଥିତ ଘର ଏବଂ ସମ୍ବଲପୁର ସଦର ଥାନା ଅନ୍ତର୍ଗତ କବରାପାଲିସ୍ଥିତ ଫାର୍ମ ହାଉସ୍‌ରେ ଚଢ଼ଉ କରିଥିଲା।

ତେବେ ଚଢ଼ଉ ପରେ ସମ୍ବଲପୁର ଅଇଁଠାପାଲି ଅଞ୍ଚଳରେ ତାଙ୍କ ଦୁଇମହଲା କୋଠା, ଫାର୍ମ ହାଉସ୍‌, ସମ୍ବଲପୁର ବହିଦାରପାଲିରେ ବେନାମୀ ୨.୬୧ଏକର ଜମି, ଅଇଁଠାପାଲିରେ ୦.୨୪ ଏକର ଜମି, ସୁନ୍ଦରଗଡ଼ ବଣାଇ ଅଞ୍ଚଳରେ ୨.୧୪ ଏକର, ୧.୦୬ ଏକର ଏବଂ ୦.୧୯ ଏକର ବିଶିଷ୍ଟ ଜମିଥିବା ଜଣାପଡ଼ିଛି।

ସେହିପରି ତାଙ୍କ ପାଖରେ ୧୬୫ ଗ୍ରାମ ଓଜନର ସୁନା ଗହଣା, ନଗଦ ୭୯,୪୬୦ ଟଙ୍କା, ୨ଟି କାର୍‌ ଏବଂ ଦୁଇଟି ବାଇକ୍‌ ଥିବା ଯାଞ୍ଚରୁ ଭିଜିଲାନ୍ସ ଟିମ୍‌ ପାଇଥିଲା। ଚଢ଼ଉ ବେଳେ ଭିଜିଲାନ୍ସ ବିଭାଗର ୨ଜଣ ଡିଏସ୍‌ପି, ୭ଜଣ ଇନ୍ସପେକ୍ଟର, ୨ଜଣ ଏଏସ୍‌ଆଇଙ୍କ ସମେତ ଅନ୍ୟ କର୍ମଚାରୀ ସାମିଲ୍‌ ଥିଲେ।

Leave A Reply

Your email address will not be published.