ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନବ ଦାସ ହତ୍ୟାକାଣ୍ଡ: ଆଜି ଚାର୍ଜସିଟ୍ ଦାଖଲ କରିଛି କ୍ରାଇମବ୍ରାଞ୍ଚ

0

ଝାରସୁଗୁଡା: ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣାରେ ଆଜି ଝାରସୁଗୁଡାର ଜେଏମଏଫସି କୋର୍ଟରେ ଚାର୍ଜସିଟ ଦାଖଲ କରିଛି କ୍ରାଇମବ୍ରାଞ୍ଚ । ହତ୍ୟାକାଣ୍ଡର ୧୧୮ ଦିନ ପରେ ଚାର୍ଜସିଟ୍ ଦାଖଲ ହୋଇଛି । ତଦନ୍ତକାରୀ ଡିଏସପି ଏହାର ଚାର୍ଜସିଟ ଦାଖଲ କରିଥିବା ବେଳେ କାହିଁକି ନବ ଦାସଙ୍କୁ ପୋଲିସ ଏଏସଆଇ ଗୋପାଳ ଦାସ ହତ୍ୟା କରିଥିଲେ ତାହା ଉଲ୍ଲେଖ ରହିଛି। ମୋଟ ୫୪୩ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି କ୍ରାଇମବ୍ରାଞ୍ଚ।

କ୍ରାଇମବ୍ରାଞ୍ଚ ପକ୍ଷରୁ ଜାରି କରାଯାଇଥିବା ପ୍ରେସ ରିଲିଜରେ କୁହାଯାଇଛି ଯେ ନବଙ୍କ ପ୍ରତି ଗୋପାଳଙ୍କ ମନରେ ବ୍ୟକ୍ତିଗତ ଆକ୍ରୋଶ ଓ ରାଗ ସୃଷ୍ଟି ହୋଇଥିଲା। ନବ ଦାସ ଓ ତାଙ୍କ ସମର୍ଥକଙ୍କ ପଟୁ ବିପଦ ଥିବା ଗୋପାଳ ଭାବୁଥିଲେ। ସେମାନେ ତାଙ୍କୁ ମାରି ଦେଇ ପାରନ୍ତି ବୋଲି ସେ ଭାବୁଥିଲେ। ତେଣୁ ସେ ନବ ଦାସଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ।  ଏପରିକି ନବକିଶୋର ଦାସ ଓ ତାଙ୍କ ସମର୍ଥକଙ୍କଠାରୁ ଜୀବନ ପ୍ରତି ଭୟ ଥିବା ଗୋପାଳ ଅନୁଭବ କରୁଥିଲା । ତେଣୁ ସେ ସୁସ୍ଥ ମସ୍ତିଷ୍କରେ ନବକିଶୋର ଦାସଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା ।

ସେହିପରି ମାନସିକ ଭାବେ ସଂପୂର୍ଣ୍ଣ ସୁସ୍ଥ ଥିଲା ଗୋପାଳ । ତା’ର ପରିବାର ଲୋକେ ଗୋପାଳ ବାଇପୋଲାର ଡିଜଅର୍ଡରରେ ପୀଡ଼ିତ ଥିବା ନେଇ ଅଭିଯୋଗ କରିବା ପରେ ଡିଏମଇଟିଙ୍କ ଦ୍ବାରା ଏକ ସ୍ବତନ୍ତ୍ର ମେଡିକାଲ୍ ବୋର୍ଡ ଗଠନ କରାଯାଇଥିଲା । ତେବେ ଯାଞ୍ଚରୁ ଗୋପାଳଠାରେ ସେପରି କୌଣସି ମାନସିକ ରୋଗ ନଥିବା ଜଣାପଡିଥିଲା । ଏହାପରେ ଗୋପାଳର ସହକର୍ମୀ ଓ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରି ତା’ର ମାନସିକ ସ୍ଥିତି ସ୍ବାଭାବିକ ଥିବା ଜଣାପଡିଥିଲା । ତଦନ୍ତ ବେଳେ ମଧ୍ୟ ଗୋପାଳ ସହଯୋଗ କରିବା ସହ ପଚରା ଯାଇଥିବା ସମସ୍ତ ପ୍ରଶ୍ନର ସ୍ବାଭାବିକ ଭାବେ ଉତ୍ତର ଦେଇଥିଲା । ତେଣୁ ଗୋପାଳର ମାନସିକ ସ୍ଥିତି ସ୍ବାଭାବିକ ଥିବା ତଦନ୍ତ ବେଳେ ଜଣାପଡିଛି।

ସୂଚନାଯୋଗ୍ୟ, ଗତ ଜାନୁଆରୀ ୨୯ ତାରିଖରେ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ତତ୍‌କାଳୀନ ପୁଲିସ ଏଏସଆଇ ଗୋପାଳ ଦାସ ନବଙ୍କୁ ଗୁଳି କରି ହତ୍ୟା କରିଥିଲେ। ଗିରଫ କରାଯିବା ପରେ ପ୍ରଥମେ ଗୋପାଳଙ୍କୁ ଝାରସୁଗୁଡ଼ା ଜେଲରେ ରଖିଯାଇଥିଲା। ପରେ ତାଙ୍କୁ ଚୌଦ୍ୱାର ଜେଲକୁ ସ୍ଥାନାନ୍ତର କରାଯାଇଥିଲା। ନବ ଦାସ ହତ୍ୟାକାଣ୍ଡକୁ ନେଇ ରାଜ୍ୟ ରାଜନୀତି ବେଶ ସରଗରମ ହୋଇଥିଲା। ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଏହାର ତଦନ୍ତଭାର କ୍ରାଇମବ୍ରାଞ୍ଚକୁ ଦେଇଥିଲେ ରାଜ୍ୟ ସରକାର।

 

Leave A Reply

Your email address will not be published.