ପ୍ରମୁଖ ଖବର

ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ଏୟାର ଇଣ୍ଡିଆର ଦୁଇ ପାଇଲଟ୍‌ ଡ୍ରଗ୍‌ ଟେଷ୍ଟରେ ପଜିଟିଭ୍‌
ତାମିଲନାଡୁର ଚାଷୀଙ୍କ ପାଇଁ ବଡ଼ ଘୋଷଣା, ୭୫ ହଜାର ପର୍ଯ୍ୟନ୍ତ କୃଷି ଋଣ ସମ୍ପୂର୍ଣ୍ଣ ଛାଡ଼
ତାରାପୀଠ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ, ୫ ମୃତ; ୫ ଆହତ
ଅଶୋକ ଧାମ ମନ୍ଦିରରେ ଦଳାଚକଟା, ୭ ଭକ୍ତଙ୍କ ମୃତ୍ୟୁ; ୧୨ ଆହତ
ଏଲପିଜି ଇ-କେୱାଇସିର ଶେଷ ତାରିଖ ବଢ଼ିଲା, ଅଗଷ୍ଟ ୨୩ ପର୍ଯ୍ୟନ୍ତ ସୁଯୋଗ

ସମ୍ ଶୀତଳାପଲ୍ଲୀ କ୍ୟାମ୍ପସ୍‌ରେ ଏପ୍ରିଲ୍ ୨୮ରେ ମାଗଣା ମଧୁମେହ ଚିକିତ୍ସା ଶିବିର

0

ବ୍ରହ୍ମପୁର, ୨୫/୪: ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ସ୍ଥାନୀୟ ଶୀତଳାପଲ୍ଲୀ କ୍ୟାମ୍ପସ୍‌ରେ ଆସନ୍ତା ଏପ୍ରିଲ୍ ୨୮ ତାରିଖ ଦିନ ମଧୁମେହ ରୋଗୀଙ୍କ ନିମନ୍ତେ ସମ୍ପୂର୍ଣ୍ଣ ମାଗଣାରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜିତ ହେବ। ସକାଳ ୯ ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି ଶିବିରରେ ଡାକ୍ତର ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ରୋଗୀମାନଙ୍କୁ ଚିକିତ୍ସା କରିବେ ଓ ପରାମର୍ଶ ଦେବେ। ଜନସାଧାରଣ ଏହି ମାଗଣା ମଧୁମେହ ଚିକିତ୍ସା ଶିବିରକୁ ଆସି ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇପାରିବେ ବୋଲି ହସ୍ପିଟାଲ୍‌ର ନିର୍ଦ୍ଦେଶକ ଶ୍ରୀ ଦେବ ପ୍ରସାଦ ଦାଶ ସୂଚନା ଦେଇଛନ୍ତି ।

ଏହି ମାଗଣା ଚିକିତ୍ସା ଶିବିରରେ ରୋଗୀମାନେ ମଧୁମେହ ରୋଗର ବିଶେଷଜ୍ଞ ଡାକ୍ତରମାନଙ୍କର ପରାମର୍ଶ ନେଇପାରିବେ। ଡାଇବେଟିସ୍‌ରେ ପାଦର ଯତ୍ନ, ଗ୍ଲୁକୋମିଟର ସାହାଯ୍ୟରେ ରକ୍ତ ଶର୍କରାର ପରୀକ୍ଷଣ, ରକ୍ତଚାପର ପରୀକ୍ଷା, ଆଖିର ପରୀକ୍ଷା (ରେଟିନୋପାଥି ସ୍କ୍ରିନିଂ) ଏବଂ ସ୍ନାୟୁରୋଗ ବିଷୟରେ ଏହି ଶିବିରରେ ପରାମର୍ଶ ଦିଆଯିବ।

ଉପଯୁକ୍ତ ଖାଦ୍ୟ ଗ୍ରହଣ, ଶାରୀରିକ ବ୍ୟାୟାମ, ଶରୀରର ଓଜନ ନିୟନ୍ତ୍ରଣ, ରକ୍ତ ଶର୍କରା ପରୀକ୍ଷାର ଗୁରୁତ୍ୱ ଏବଂ ମଧୁମେହ ରୋଗୀଙ୍କ କ୍ଷେତ୍ରରେ ଇସିଜି, ୟୁରିନ୍ ମାଇକ୍ରୋ ଆଲ୍‌ବୁମିନ୍‌, ଲିପିଡ ପ୍ରୋଫାଇଲ୍‌, ଏଚ୍‌ବିଏ୧ସି, ଫଣ୍ଡୋସ୍କୋପି ଭଳି ପରୀକ୍ଷାର ଗୁରୁତ୍ୱ ସମ୍ପର୍କରେ ମଧ୍ୟ ରୋଗୀମାନଙ୍କୁ ଉପଦେଶ ଦିଆଯିବ। ଏଥି ସହିତ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ସିବିସି, ଏଚ୍‌ବିଏ୧ସି, ଏଫ୍‌ବିଏସ୍‌, ପିପିବିଏସ୍‌, କିଡ୍‌ନୀ ଫଙ୍କସନ୍ ଟେଷ୍ଟ, ଲିପିଡ ପ୍ରୋଫାଇଲ୍ (କୋଲେଷ୍ଟ୍ରାଲ୍ ଟେଷ୍ଟିଂ) ଓ ୟୁରିନ୍ ଆର୍‌/ଏମ୍ ଭଳି ସ୍ୱାସ୍ଥ୍ୟ ପରୀକ୍ଷାର ପ୍ୟାକେଜ୍‌ରେ ରିହାତି ଦିଆଯିବ ବୋଲି ଶ୍ରୀ ଦାଶ କହିଛନ୍ତି। ଅନେକ ଲୋକ ମଧୁମେହ ଭଳି ସମସ୍ୟା ସମ୍ପର୍କରେ ଅବଗତ ନଥିବା ବେଳେ ଲୋକମାନଙ୍କୁ ମାଗଣା ସ୍ୱାସ୍ଥ୍ୟ ଶିବିର ଓ ପରାମର୍ଶ ଜରିଆରେ ଏହି ରୋଗ ସମ୍ପର୍କରେ ସଚେତନ କରାଇବା ଆମର ଲକ୍ଷ୍ୟ ବୋଲି ଶ୍ରୀ ଦାଶ କହିଛନ୍ତି।

Leave A Reply

Your email address will not be published.