ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ସିଭିଅର୍ ହିଟ୍ ୱେଭ୍ ପାଇଁ ରେଡ୍ ଆଲର୍ଟ ଜାରି

0
  • ଆହୁରି ବଢିବ ତାପମାତ୍ରା, ଆସନ୍ତା ଏକ ସପ୍ତାହ ଯାଏଁ ଭୀଷଣ ଗ୍ରୀଷ୍ମ ପ୍ରବାହ
  • ୨୬-୨୯ ଏପ୍ରିଲ ରେ ସର୍ବାଧିକ ପ୍ରଭାବ

ଭୁବନେଶ୍ବର: ତାତି ରେ ଜଳୁଛି ସାରା ଓଡ଼ିଶା । ପଶ୍ଚିମ / ଉତ୍ତର ପଶ୍ଚିମ ଦିଗ ରୁ ରାଜ୍ୟ କୁ ଗରମ ଓ ଶୁଷ୍କ ପବନ ପ୍ରବାହ ଯୋଗୁଁ ଦିନ ତାପମାତ୍ରା ବୃଦ୍ଧି ପାଉଛି। ତେବେ ଆସନ୍ତା ଏକ ସପ୍ତାହ ଯାଏଁ ରାଜ୍ୟ ରେ ଆହୁରି ବଢିବ ଦିନ ତାପମାତ୍ରା। ଦିନ ତାପମାତ୍ରା କ୍ରମଶଃ ୪-୬°C ଯାଏଁ ବୃଦ୍ଧି ପାଇବାର ସମ୍ଭାବନା ରହିଛି।
ବିଶେଷ କରି ଏପ୍ରିଲ ୨୬-୨୯ ଯାଏଁ ରାଜ୍ୟ ରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ।

ତେବେ ଅଧିକାଂଶ ଅଞ୍ଚଳରେ ୪୦.୦°C ଉପରେ ଦିନ ତାପମାତ୍ରା ଅନିଭୂତ ହେବ। ଅନେକ ଅଞ୍ଚଳ ରେ ୪୨.୦ C ଉପରେ ପାରଦ ରହିବ। ସେହିପରି ଏହି ସମୟ ରେ ଆଭ୍ୟନ୍ତର ଓଡ଼ିଶା ର କିଛି ଅଞ୍ଚଳ ରେ ଦିନ ତାପମାତ୍ରା ୪୫.୦°C ଟପିବ ବୋଲି ଆକଳନ କରାଯାଉଛି। ଗରମ ସହ ଗୁଳୁଗୁଳି ଅନୁଭୁତ ହେବ। ରାଜଧାନୀ ଭୁବନେଶ୍ବର ରେ ଆସନ୍ତା ୨୭-୨୯ ତାରିଖ ବେଳକୁ ଦିନ ତାପମାତ୍ରା ୪୩.୦°C ଟପି ପାରେ। ଏହି ସମୟ ରେ ବର୍ଷା ସମ୍ଭାବନା କ୍ଷୀଣ।

ସାର୍ଥକ ମିଶ୍ର

Leave A Reply

Your email address will not be published.