ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

ସମ୍ ଅଲ୍ଟିମେଟକୁ କୁ ଜେସିଆଇ ପ୍ରାଇମ୍ ସ୍ୱୀକୃତି ମିଳିଲା

0

ଭୁବନେଶ୍ୱର: ଉତ୍ତମ ସ୍ବାସ୍ଥ୍ୟସେବା ଓ ରୋଗୀଙ୍କ ସୁରକ୍ଷା ଉପରେ ଗୁରୁତ୍ବ ଦେଉଥିବା ସମ୍ ଅଲ୍ଟିମେଟ ମେଡିକେୟାର (ସମ୍ମମ୍‌) ସଫଳତାର ଆଉ ଏକ ପାହାଚରେ ପାଦ ଦେଇଛି। ବୁଧବାର ହସ୍ପିଟାଲକୁ ଜଏଂଟ କମିଶନ ଇଂଟରନ୍ୟାସନାଲ୍ (ଜେସିଆଇ) ପ୍ରାଇମ୍ ମାନ୍ୟତା ପ୍ରାପ୍ତ ହୋଇଛି। ହସ୍ପିଟାଲ ପରିସରରେ ପ୍ରମୁଖ ମେଡିକାଲ୍ ଟେକ୍‌ନୋଲୋଜି କମ୍ଫାନୀ ବେକ୍ଟନ୍‌, ଡିକିନ୍ସନ୍ ଆଣ୍ଡ କୋ (ବିଡିଏ)ର ସହଯୋଗ ରେ ଏହି ମାନ୍ୟତା ପ୍ରଦାନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

ଓଡିଶାର ପ୍ରଥମ ହସ୍ପିଟାଲ ଭାବେ ସମ୍ମମ୍ ଏହି କାର୍ଯ୍ୟକ୍ରମକୁ ସଫଳତାର ସହ ପୂରଣ କରିବା ସହ ୯୮.୪ ପ୍ରତିଶତ ଅନୁପାଳନ ରାଶି ହାସଲ କରି ଏହି ମାନ୍ୟତା ପ୍ରାପ୍ତ କରିଛି। ସମ୍ ର ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶ ହସ୍ପିଟାଲ ପକ୍ଷରୁ ଏହି ସାର୍ଟିପିକେଟ୍ ଗ୍ରହଣ କରିଥିଲେ। ଏହି ଅବସରରେ ହସ୍ପିଟାଲର ନର୍ସିଂ ଟିମ୍ , ଫାର୍ମାସୀ ଟିମ୍, ବିଭିନ୍ନ ବିଭାଗର ମୁଖ୍ୟ ଙ୍କ ସମେତ ବିଡି ର ଇଣ୍ଡିଆ ଓ ଦକ୍ଷିଣ ଏସିଆର ମେଡିକାଲ ଆଫେୟାରସ୍ ଲିଡର୍ ଡକ୍ଟର ପଙ୍କଜ ରାଇନା ଓ ଅନ୍ୟାନ୍ୟ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

୨୦୨୨ ମସିହାରେ ହସ୍ପିଟାଲରେ ଜେସିଆଇ ପ୍ରାଇମ୍ ପ୍ରୋଗ୍ରାମ୍ ଆରମ୍ଭ ହୋଇଥିବା ବେଳେ ହସ୍ପିଟାଲର ଉପରିସ୍ଥ ଅଧିକାରୀମାନଙ୍କ ସହଯୋଗ ଓ ତତ୍ୱାବଧାନରେ ଇନ୍ଫେକ୍ସନ କଣ୍ଟ୍ରୋଲ ବିଭାଗ, ନର୍ସିଂ ଟିମ୍‌, ଫାର୍ମାସୀ ଟିମ୍‌, ଇନ୍ –ପେସେଂଟ ସର୍ଭିସେସ୍ ଟିମ୍ ଓ କ୍ୱାଲିଟି ମ୍ୟାନେଜମେଂଟ ଟିମ୍ ମିଳିତ ଭାବେ କାର୍ଯ୍ୟକରିଥିଲେ।

ଏହି ସାର୍ଟିପିକେଟ୍ ପ୍ରୋଗ୍ରାମ୍ ସହିତ ‘ଇନଭ୍ସିଭ ଫଙ୍ଗ।ଲ୍ ଇନ୍ଫେକ୍ସନ ଆଇସିୟୁ’ ଏବଂ ‘ଇନଫେକ୍ସନ୍ କନ୍‌ଟ୍ରୋଲ କେୟାର୍ ବଣ୍ଡଲ୍’ ଭଳି ଦୁଇଟି ପ୍ରସଙ୍ଗରେ ଏକାଡେମୀକ ସେସନ୍ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏହି ଦୁଇଟି ସେସନ୍‌ରେ ସମ୍ମମ୍ ର କ୍ରିଟିକାଲ୍ କେୟାର ମେଡିସନ୍ ବିଭାଗର ସିନିୟର କନ୍‌ସଲତାଣ୍ଟ ଡାକ୍ତର ଆନନ୍ଦ ମିଶ୍ର ଓ ଡାକ୍ତର ଅରୁଣ ରଥ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ ।

Leave A Reply

Your email address will not be published.