ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଲୁଣା ନଦୀରେ ଭାସିଗଲେ ୨ ଛାତ୍ରୀ

0

ଭୁବନେଶ୍ବର: ଲୁଣା ନଦୀରେ ଗାଧୋଉଥିବା ବେଳେ ଭାସିଗଲେ ୨ ଛାତ୍ରୀ। ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣଙ୍କର ପତ୍ତା ମିଳିନାହିଁ। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡାର ଲୁଣା ନଦୀରେ ଏହି ଅଘଟଣ ଘଟିଛି। ନିଖୋଜ ଛାତ୍ରୀଙ୍କୁ ଉଦ୍ଧାର କରିବାକୁ ନଦୀରେ ସର୍ଚ୍ଚ ଅପରେସନ ଜାରି ରହିଛି। ଅଗ୍ନିଶମ ବାହିନୀ ଓ ଗ୍ରାମବାସୀ ମିଳିତ ଭାବେ ନଦୀରେ ଖୋଜାଖୋଜି ଚଳାଇଛନ୍ତି। ନିଖୋଜ ଛାତ୍ରୀ ଜଣକ ହେଲେ ଅଭିଲିପ୍ସା ବେହେରା । ଅଭିଲିପ୍ସା ଓ ତାଙ୍କ ସାଙ୍ଗ ନବମ ଶ୍ରେଣୀରେ ପଢ଼ୁଥିଲେ।

ସୂଚନାଯୋଗ୍ୟ, ମଙ୍ଗଳପୁର ପଞ୍ଚାୟତ ବନ୍ଧପଡା ଗ୍ରାମର ଦୁଇ ନାବାଳିକା ରାଜଲକ୍ଷ୍ମୀ ଓ ଲଭଲୀ। ସକାଳ ସାତଟାରେ ସାଙ୍ଗହୋଇ ଲୁଣାନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ଗୋଡ଼ ଖସି ଯିବାରୁ ପ୍ରଥମେ ଲଭଲି ଲୁଣା ନଦୀରେ ଭାସିଯାଇଥିଲା । ଲଭଲି ବୁଡି ଯାଉଥିବା ବେଳେ ରାଜଲକ୍ଷ୍ମୀ ଉଦ୍ଧାର କରିବାକୁ ଚେଷ୍ଟା କରି ସେ ମଧ୍ୟ ଗଭୀର ପାଣିକୁ ଚାଲିଯାଇଥିଲା। ରାଜଲକ୍ଷ୍ମୀକୁ ଉଦ୍ଧାର କରି ପରିବାର ଲୋକେ ମହାକାଳପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଛନ୍ତି । ତାର ସ୍ବାସ୍ଥ୍ୟ ଅବସ୍ଥା ସଂପୂର୍ଣ୍ଣ ଭଲ ରହିଥିବା ଜଣାପଡିଛି। ମହାକାଳପଡା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଞ୍ଚି ନିଖୋଜ ଥିବା ଲଭଲିକୁ ଖୋଜାଖୋଜି ଜାରି ରଖିଛନ୍ତି ।

Leave A Reply

Your email address will not be published.