ପ୍ରମୁଖ ଖବର

ମହିଳା କବାଡିରେ ଭାରତକୁ ସ୍ୱର୍ଣ୍ଣ
ନାଗାଲାଣ୍ଡରେ ବିଷାକ୍ତ ମଦ ନେଲା ୧୯ ଜୀବନ
ପାରାଦୀପକୁ ମିଳିଲା ମେଗା ବନ୍ଦର ମାନ୍ୟତା
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ
୩.୩୫ କେଜି ହେରୋଇନ୍‌ ସହ ପଞ୍ଜାବ ପୁଲିସ୍‌ ଇନ୍‌ସପେକ୍ଟର ଗିରଫ
ଓଡ଼ିଶାରେ ବେଦାନ୍ତର ୧ ଲକ୍ଷ କୋଟି ନିବେଶ ଯୋଜନା, ଢେଙ୍କାନାଳରେ ହେବ ସ୍ମେଲ୍ଟର ପ୍ଲାଣ୍ଟ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ

ଲୁଣା ନଦୀରେ ଭାସିଗଲେ ୨ ଛାତ୍ରୀ

0

ଭୁବନେଶ୍ବର: ଲୁଣା ନଦୀରେ ଗାଧୋଉଥିବା ବେଳେ ଭାସିଗଲେ ୨ ଛାତ୍ରୀ। ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣଙ୍କର ପତ୍ତା ମିଳିନାହିଁ। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡାର ଲୁଣା ନଦୀରେ ଏହି ଅଘଟଣ ଘଟିଛି। ନିଖୋଜ ଛାତ୍ରୀଙ୍କୁ ଉଦ୍ଧାର କରିବାକୁ ନଦୀରେ ସର୍ଚ୍ଚ ଅପରେସନ ଜାରି ରହିଛି। ଅଗ୍ନିଶମ ବାହିନୀ ଓ ଗ୍ରାମବାସୀ ମିଳିତ ଭାବେ ନଦୀରେ ଖୋଜାଖୋଜି ଚଳାଇଛନ୍ତି। ନିଖୋଜ ଛାତ୍ରୀ ଜଣକ ହେଲେ ଅଭିଲିପ୍ସା ବେହେରା । ଅଭିଲିପ୍ସା ଓ ତାଙ୍କ ସାଙ୍ଗ ନବମ ଶ୍ରେଣୀରେ ପଢ଼ୁଥିଲେ।

ସୂଚନାଯୋଗ୍ୟ, ମଙ୍ଗଳପୁର ପଞ୍ଚାୟତ ବନ୍ଧପଡା ଗ୍ରାମର ଦୁଇ ନାବାଳିକା ରାଜଲକ୍ଷ୍ମୀ ଓ ଲଭଲୀ। ସକାଳ ସାତଟାରେ ସାଙ୍ଗହୋଇ ଲୁଣାନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ଗୋଡ଼ ଖସି ଯିବାରୁ ପ୍ରଥମେ ଲଭଲି ଲୁଣା ନଦୀରେ ଭାସିଯାଇଥିଲା । ଲଭଲି ବୁଡି ଯାଉଥିବା ବେଳେ ରାଜଲକ୍ଷ୍ମୀ ଉଦ୍ଧାର କରିବାକୁ ଚେଷ୍ଟା କରି ସେ ମଧ୍ୟ ଗଭୀର ପାଣିକୁ ଚାଲିଯାଇଥିଲା। ରାଜଲକ୍ଷ୍ମୀକୁ ଉଦ୍ଧାର କରି ପରିବାର ଲୋକେ ମହାକାଳପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଛନ୍ତି । ତାର ସ୍ବାସ୍ଥ୍ୟ ଅବସ୍ଥା ସଂପୂର୍ଣ୍ଣ ଭଲ ରହିଥିବା ଜଣାପଡିଛି। ମହାକାଳପଡା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଞ୍ଚି ନିଖୋଜ ଥିବା ଲଭଲିକୁ ଖୋଜାଖୋଜି ଜାରି ରଖିଛନ୍ତି ।

Leave A Reply

Your email address will not be published.