ପ୍ରମୁଖ ଖବର

ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା ଗିରଫ
ପରଲୋକରେ ଲୋକପ୍ରିୟ ଅଭିନେତା ଅଚ୍ୟୁତ ପୋତଦାର୍
କଟକ ସହରରେ ଗଣେଶ ପୂଜା ପାଇଁ ଗାଇଡଲାଇନ ଜାରି
ଶିଶୁ ବାଟିକା ପିଲାମାନଙ୍କୁ ମିଳିବ ମାଗଣା ୟୁନିଫର୍ମ
ବନ୍ଦ ହୋଇଯିବ ଭୁବନେଶ୍ଵର-ଦୁବାଇ ବିମାନ ସେବା
ଆଳି ଏକମାଣିଆ ମଇଁଷି ମୃତ୍ୟୁ ଘଟଣା : ମିଳିବ କ୍ଷତିପୂରଣ

ଆହତ ହେଲେ ମମତା

0

ଭୁବନେଶ୍ବର: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ବାଚନ ପ୍ରଚାର ବେଳେ ଆହତ ହେବାର ସୂଚନା ମିଳୁଛି। ଲୋକସଭା ନିର୍ବାଚନ ପାଇଁ ପ୍ରଚାର କରିବା ପାଇଁ ମମତା ପଶ୍ଚିମବଙ୍ଗର ଦୁର୍ଗାପୁରରେ ପହଞ୍ଚିଥିଲେ। ପ୍ରଚାର ଶେଷ ‌କରି ଫେରିବା ସମୟରେ ହେଲିକପ୍ଟରରେ ଚଢ଼ିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।

ସୂଚନାଯୋଗ୍ୟ, ମମତା ଦୁର୍ଗାପୁରରୁ ଆସନସୋଲ ଯାଉଥିଲେ। ସେଠାରେ ସେ ଟିଏମସି ପ୍ରାର୍ଥୀ ଶତ୍ରୁଘ୍ନ ସିହ୍ନାଙ୍କ ସମର୍ଥନରେ ଏକ ରାଲିକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ଥିଲା। ଦୁର୍ଗାପୁରରେ ହେଲିକପ୍ଟର ଚଢିବା ସମୟରେ ମମତା ବାନାର୍ଜୀ ଆହତ ହୋଇଛନ୍ତି। ମମତା ଯେତେବେଳେ ହେଲିକପ୍ଟର ଭିତରକୁ ଯାଉଥିଲେ ସେତେବେଳେ ସନ୍ତୁଳନ ହରାଇ ସେ ପଡିଯାଇଥିଲେ। ବର୍ତ୍ତମାନ ତାଙ୍କ ଅବସ୍ଥା କିପରି ରହିଛି ତାହା ଜଣାପଡିନାହିଁ।

ତେବେ ଏହା ପୂର୍ବରୁ ଜାନୁଆରୀ ମାସରେ ମଧ୍ୟ ଦିଦି ଦୁର୍ଘଟଣାର ଶିକାର ହୋଇଥିଲେ। ତାଙ୍କ କାର୍‌ ଅନ୍ୟ ଏକ କାର୍‌ ସହ ଧକ୍କା ହେବା ଫଳରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା।

Leave A Reply

Your email address will not be published.