ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବଙ୍ଗୋପସାଗର ରେ ଦାନା ବାନ୍ଧୁଛି ଲଘୁଚାପ କ୍ଷେତ୍ର, ଅଧିକ ଘନୀଭୂତ ହେବା ସମ୍ଭାବନା

0

ଭୁବନେଶ୍ବର: ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ଏହା କ୍ରମଶଃ ଉତ୍ତର ପୂର୍ବ ଦିଗ ରେ ଅଗ୍ରସର ହୋଇ ୨୩ ତାରିଖ ରାତି କିମ୍ବା ୨୪ ତାରିଖ ସକାଳ ସୁଦ୍ଧା କେନ୍ଦ୍ରୀୟ ବଙ୍ଗୋପସାଗର ରେ ଡିପ୍ରେଶନ ରେ ପରିଣତ ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ୨୪ ଘଣ୍ଟା ରେ ଏହି କ୍ଷେତ୍ର ଆହୁରି ଘନୀଭୂତ ହୋଇ ଡିପ ଡିପ୍ରେଶନ ରେ ପରିଣତ ହେବା ପାଇଁ ପାଣିପାଗ ଅନୁକୂଳ ରହିଛି।

ପାଣିପାଗ ସମ୍ବନ୍ଧିତ କିଛି ମଡେଲ ମାନଙ୍କ ଆକଳନ ଅନୁଯାୟୀ ଲଘୁଚାପ କ୍ଷେତ୍ର ଟି ପ୍ରଥମେ ଉତ୍ତର ପୂର୍ବ ଦିଗ ରେ କେନ୍ଦ୍ରୀୟ ବଙ୍ଗୋପସାଗର ଆଡ଼କୁ ଗତି କରିବ ଓ ଡିପ୍ରେଶନ ରେ ପରିଣତ ହେବ । ପରବର୍ତ୍ତୀ ସମୟ ରେ ରିକର୍ଭ କରି ପଶ୍ଚିମ ଉତ୍ତର ପଶ୍ଚିମ ଦିଗ ରେ ଅଗ୍ରସର ହୋଇ ୨୫ ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗର ରେ ପହଞ୍ଚିବାର ସମ୍ଭାବନା ରହିଛି। ତେବେ ସିଷ୍ଟମ୍ ଟି ସୃଷ୍ଟି ହେବା ପରେ ଏହାର ଗତିପଥ ଧୀରେ ଧୀରେ ସ୍ପଷ୍ଟ ହେବ।

ଏହି କ୍ଷେତ୍ର ପ୍ରଭାବ ରେ ଉତ୍ତର ଓଡ଼ିଶା , ପଶ୍ଚିମବଙ୍ଗ ରେ ୨୪-୨୬ ତାରିଖ ଯାଏଁ ବର୍ଷା ସମ୍ଭାବନା ରହିଛି। ଉତ୍ତର ପଶ୍ଚିମ ତତ୍ ସଂଲଗ୍ନ ଉତ୍ତର ବଙ୍ଗୋପସାଗର ଏହି ସମୟ ରେ ଅଶାନ୍ତ ରହିବ। ପବନ ର ବେଗ କେତେ ରହିବ ତାହା ଗତିପଥ ସ୍ପଷ୍ଟ ହେବା ପରେ ଜଣାପଡ଼ିବ।

ପୂର୍ବାନୁମାନ- ସାର୍ଥକ ମିଶ୍ର

Leave A Reply

Your email address will not be published.