ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ବଙ୍ଗୋପସାଗର ରେ ଦାନା ବାନ୍ଧୁଛି ଲଘୁଚାପ କ୍ଷେତ୍ର, ଅଧିକ ଘନୀଭୂତ ହେବା ସମ୍ଭାବନା

0

ଭୁବନେଶ୍ବର: ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ଏହା କ୍ରମଶଃ ଉତ୍ତର ପୂର୍ବ ଦିଗ ରେ ଅଗ୍ରସର ହୋଇ ୨୩ ତାରିଖ ରାତି କିମ୍ବା ୨୪ ତାରିଖ ସକାଳ ସୁଦ୍ଧା କେନ୍ଦ୍ରୀୟ ବଙ୍ଗୋପସାଗର ରେ ଡିପ୍ରେଶନ ରେ ପରିଣତ ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ୨୪ ଘଣ୍ଟା ରେ ଏହି କ୍ଷେତ୍ର ଆହୁରି ଘନୀଭୂତ ହୋଇ ଡିପ ଡିପ୍ରେଶନ ରେ ପରିଣତ ହେବା ପାଇଁ ପାଣିପାଗ ଅନୁକୂଳ ରହିଛି।

ପାଣିପାଗ ସମ୍ବନ୍ଧିତ କିଛି ମଡେଲ ମାନଙ୍କ ଆକଳନ ଅନୁଯାୟୀ ଲଘୁଚାପ କ୍ଷେତ୍ର ଟି ପ୍ରଥମେ ଉତ୍ତର ପୂର୍ବ ଦିଗ ରେ କେନ୍ଦ୍ରୀୟ ବଙ୍ଗୋପସାଗର ଆଡ଼କୁ ଗତି କରିବ ଓ ଡିପ୍ରେଶନ ରେ ପରିଣତ ହେବ । ପରବର୍ତ୍ତୀ ସମୟ ରେ ରିକର୍ଭ କରି ପଶ୍ଚିମ ଉତ୍ତର ପଶ୍ଚିମ ଦିଗ ରେ ଅଗ୍ରସର ହୋଇ ୨୫ ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗର ରେ ପହଞ୍ଚିବାର ସମ୍ଭାବନା ରହିଛି। ତେବେ ସିଷ୍ଟମ୍ ଟି ସୃଷ୍ଟି ହେବା ପରେ ଏହାର ଗତିପଥ ଧୀରେ ଧୀରେ ସ୍ପଷ୍ଟ ହେବ।

ଏହି କ୍ଷେତ୍ର ପ୍ରଭାବ ରେ ଉତ୍ତର ଓଡ଼ିଶା , ପଶ୍ଚିମବଙ୍ଗ ରେ ୨୪-୨୬ ତାରିଖ ଯାଏଁ ବର୍ଷା ସମ୍ଭାବନା ରହିଛି। ଉତ୍ତର ପଶ୍ଚିମ ତତ୍ ସଂଲଗ୍ନ ଉତ୍ତର ବଙ୍ଗୋପସାଗର ଏହି ସମୟ ରେ ଅଶାନ୍ତ ରହିବ। ପବନ ର ବେଗ କେତେ ରହିବ ତାହା ଗତିପଥ ସ୍ପଷ୍ଟ ହେବା ପରେ ଜଣାପଡ଼ିବ।

ପୂର୍ବାନୁମାନ- ସାର୍ଥକ ମିଶ୍ର

Leave A Reply

Your email address will not be published.