ପ୍ରମୁଖ ଖବର

ନିଖୋଜର ୧୨ ଦିନ ପରେ ଏସସିବିରୁ ଯୁବକ ଉଦ୍ଧାର
ଦିଲ୍ଲୀ ବିସ୍ଫୋରଣ ପଛରେ ବାଂଲାଦେଶ ଲିଙ୍କ୍‌
୪୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ
୨ ସନ୍ଦିଗ୍ଧ ବାଂଲାଦେଶୀ ଅଟକ, ବନ୍ଧୁକ ସହ ୧୦ଟି କଟୁରୀ ଜବତ
ଡିସେମ୍ବର ୧ରୁ ଆନ୍ଦୋଳନକୁ ଓହ୍ଲାଇବେ ପ୍ରାଥମିକ ଶିକ୍ଷକ
ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ
ଟ୍ରାଫିକ୍ ଜରିମାନା ୫୦% ହ୍ରାସ କଲେ ଓଡ଼ିଶା ସରକାର
ଜଙ୍ଗଲରୁ ବିପୁଳ ବିସ୍ଫୋରକ ଜବତ

୨୪ ଘଣ୍ଟା ରେ ବଙ୍ଗୋପସାଗର ରେ ସୃଷ୍ଟି ହେବ ବାତ୍ୟା , ପଶ୍ଚିମବଙ୍ଗ – ବାଂଲାଦେଶ ମୁହାଁ

0

ଭୁବନେଶ୍ବର: ଆଜି ସକାଳେ କେନ୍ଦ୍ରୀୟ ବଙ୍ଗୋପସାଗର ରେ ଡିପ୍ରେଶନ ସୃଷ୍ଟି ହୋଇଛି। ଏହା ଏବେ ଉତ୍ତର ପୂର୍ବ ଦିଗ ରେ ଅଗ୍ରସର ହେଉଛି। ଆସନ୍ତା କାଲି ସକାଳେ ଏହା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ରେ ବାତ୍ୟା ରୂପ ନେବ। ପରେ ଏହା ଉତ୍ତର ଦିଗ କୁ ଗତି କରି ଭୀଷଣ ରେ ପରିଣତ ହେବ ଏବଂ ୨୬ ତାରିଖ ରାତି ରେ ବାଂଲାଦେଶ ତତ୍ ସଂଲଗ୍ନ ପଶ୍ଚିମବଙ୍ଗ ଉପକୂଳ ସାଗରଦ୍ଵିପ ଓ ଖେପୁରା ମଧ୍ୟରେ ଏକ ଭୀଷଣ ବାତ୍ୟା ଆକାର ରେ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ଅଛି।।

ବାତ୍ୟା ର ଯଦିଓ ପ୍ରତ୍ୟେକ୍ଷ ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ ତେବେ ପ୍ରଭାବ ଅନୁଭୁତ ହେବ। ବିଶେଷ କରି ଉପକୂଳ ଓ ଉତ୍ତର ଓଡ଼ିଶା ରେ ବାତ୍ୟା ର ପ୍ରଭାବ ଅନୁଭୂତ ହେବ। ୨୪- ୨୫ ତାରିଖ ଦିନ ଉପକୂଳ ଓଡ଼ିଶା ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା ଜିଲ୍ଲା ର କିଛି ଅଞ୍ଚଳ ରେ ବର୍ଷା ସମ୍ଭାବନା ରହିଛି।
୨୬-୨୭ ରେ ଉତ୍ତର ଉପକୂଳ ଓଡ଼ିଶା ର ବିଭିନ୍ନ ଅଞ୍ଚଳ ରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।

ବିଶେଷ କରି ବାଲେଶ୍ଵର, ଭଦ୍ରକ, ମୟୂରଭଞ୍ଜ, କେନ୍ଦ୍ରାପଡା ଜିଲ୍ଲା ର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଉତ୍ତର – ଆଭ୍ୟନ୍ତର , ଉପକୂଳ ଓଡ଼ିଶା ଓ ଆଖପାଖ ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରେ ବର୍ଷା ସମ୍ଭାବନା ରହିଛି ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ସେହିପରି ୨୫ ରାତି ରୁ ଉତ୍ତର ଉପକୂଳ ଓଡ଼ିଶା ରେ ଘଣ୍ଟା ପ୍ରତି ୫୦-୬୦କିମି ପବନ ବହିବାର ସମ୍ଭାବନା ରହିଛି। ଉପକୂଳ ଓଡ଼ିଶା ରେ କୋହଲା ପାଗ ସହ ୪୦କିମି ଘଣ୍ଟା ପ୍ରତି ପବନ ବହିବାର ସମ୍ଭାବନା ରହିଛି। ଏହି ସମୟ ରେ ସମୁଦ୍ର ଅଶାନ୍ତ ରହିବା ହେତୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି।

ପୂର୍ବାନୁମାନ- ସାର୍ଥକ ମିଶ୍ର

Leave A Reply

Your email address will not be published.