ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା

ପଞ୍ଜାବରେ ବଡ଼ ଟ୍ରେନ୍‌ ଦୁର୍ଘଟଣା: ଦୁଇ ଲୋକୋ-ପାଇଲଟ ଗୁରୁତର

0

ଚଣ୍ଡିଗଡ଼: ଆଜି ଅର୍ଥାତ ରବିବାର ପଞ୍ଜାବରେ ପୁଣି ଏକ ବଡ଼ ଟ୍ରେନ୍‌ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଦୁଇ ଲୋକୋ-ପାଇଲଟ ଗୁରୁତର ହୋଇଛନ୍ତି। ପଞ୍ଜାବର ଫତେହଗଡ ସାହିବର ସରହିନ୍ଦର ମାଧୋପୁର ନିକଟରେ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଦୁଇ ମାଲବାହୀ ଟ୍ରେନ୍‌ ପରସ୍ପର ଧକ୍କା ହୋଇଛି ।

ସୂଚନାଯୋଗ୍ୟ, ପଞ୍ଜାବର ଫତେହଗଡ ସାହିବରେ ରବିବାର ଭୋର୍ ପ୍ରାୟ ସାଢ଼େ ୩ଟାରେ ସରହିନ୍ଦ ରେଳ ଷ୍ଟେସନଠାରୁ କିଛି ଦୂରରେ ଥିବା ମାଧୋପୁର ଚୌକି ନିକଟରେ ଏକ ଟ୍ରେନ ଦୁର୍ଘଟଣା ଘଟିଛି। ୨ ମାଲ୍ ଗାଡ଼ି ସହ ପାସେଞ୍ଜର ଟ୍ରେନ୍ ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କା ଯୋଗୁ ଏକ ମାଲ୍ ଗାଡ଼ିର ଇଞ୍ଜିନ୍ ଓଲଟି ପଡିଥିଲା। ଏହା ଯୋଗୁ ପାସେଞ୍ଜର ଟ୍ରେନ୍ ସହିତ ମଧ୍ୟ ଧକ୍କା ହୋଇଥିଲା।

ଏହି ଦୁର୍ଘଟଣାରେ ଦୁଇ ଜଣ ଲୋକ ପାଇଲଟ ଆହତ ହୋଇଛନ୍ତି। ସେମାନେ ସାହାରନପୁର ୟୁପିର ବିକାଶ କୁମାର ଏବଂ ହିମାଂଶୁ କୁମାର ବୋଲି ଚିହ୍ନଟ କରାଯାଇଛି। ସେମାନଙ୍କୁ ୧୦୮ ଆମ୍ବୁଲାନ୍ସ ସାହାଯ୍ୟରେ ସିଭିଲ ହସ୍ପିଟାଲ ଫତେହଗଡ ସାହିବରେ ଭର୍ତ୍ତି କରାଯାଇଥିଲା। ତେବେ ସେମାନଙ୍କ ଅବସ୍ଥା ଗୁରୁତର ରହିଛି।

ଏହି ଦୁର୍ଘଟଣାରେ ମାଲ୍ ଗାଡ଼ିର ବଗି ପରସ୍ପର ଉପରେ ଚଢ଼ି ଯାଇଥିଲା। ପାସେଞ୍ଜର ଟ୍ରେନ୍ ଧକ୍କା ହେବା ମାତ୍ରେ ଏଥିରେ ଯାତ୍ରା କରୁଥିବା ଶହ ଶହ ଯାତ୍ରୀ ଭୟରେ ଚିତ୍କାର କରିବା ଆରମ୍ଭ କରିଥିଲେ। ଏହି ଦୁର୍ଘଟଣାରେ ବହୁ ଲୋକ ଆହତ ହୋଇଥିବା କୁହାଯାଉଛି।

Leave A Reply

Your email address will not be published.