ପ୍ରମୁଖ ଖବର

ଖରିଫ ଧାନ ବିକ୍ରି ପାଇଁ ଆଗ୍ରିଷ୍ଟାକ୍‌ ବାଧ୍ୟତାମୂଳକ ନୁହେଁ
ଆସାମରେ ବନ୍ୟା ନେଲା ଆଉ ୨ ଜୀବନ, ମୃତ୍ୟୁସଂଖ୍ୟା ୧୦୦
ଆଇଗିଣୀଆ ଫ୍ଲାଏଓଭରରେ ବସ୍ ଧକ୍କା, ବାଇକ୍ ଆରୋହୀ ମୃତ
ପ୍ରବଳ ବର୍ଷାରେ ରାଉରକେଲା ଷ୍ଟେସନର ନବନିର୍ମିତ ସେଡ୍ ଭୁଶୁଡ଼ିଲା
ଆଉ ଲମ୍ବା ଧାଡ଼ିରେ ଠିଆ ହେବାକୁ ପଡ଼ିବନି, ‘ଅନ୍ନପୂର୍ଣ୍ଣା ଶସ୍ୟ ଏଟିଏମ୍‌’ରୁ ମିଳିବ ରାସନ
ଲାଲକିଲ୍ଲାରେ ଶୁଭିବ ‘ବନ୍ଦେ ମାତରମ୍‌’
ଡିଜି ପାହ୍ୟାକୁ ସଞ୍ଜୀବ ପଣ୍ଡା ଓ ଯଶୱନ୍ତ ଜେଠୱାଙ୍କ ପଦୋନ୍ନତି
ହୀରାକୁଦରେ ପୁଣି ୪ ଗେଟ୍‌ ଖୋଲିଲା, ୧୨ ଗେଟ୍‌ରେ ଚାଲିଛି ବନ୍ୟାଜଳ ନିଷ୍କାସନ
ମାଲକାନଗିରି ଜଙ୍ଗଲରୁ କେବିସି ମଞ୍ଚରେ ‘ଜଙ୍ଗଲ ରାଣୀ’ ଜୟନ୍ତୀ ବୁରୁଡ଼ା

ପୋଷ୍ଟମର୍ଟମ କହିଲା ୬ଜଣ ମରିଛନ୍ତି

0

ରାଉରକେଲା: ପ୍ରାଣଘାତୀ ତାତି ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଉଛି। ରାଉରକେଲାରେ ୩୫ଜଣଙ୍କର ଇତିମଧ୍ୟରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ହେଲେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ପ୍ରଶାସନ ଶବ ବ୍ୟବଚ୍ଛେଦ କରି ଭିନ୍ନ ରିପୋର୍ଟ ସହିତ ସାମ୍ନାକୁ ଆସିଛି। ଏଯାଏ ମୋଟ ୨୪ ଜଣଙ୍କର ଶବ ବ୍ୟବଚ୍ଛେଦ ହୋଇଥିବା ବେଳେ ସେଥିମଧ୍ୟରୁ ୬ଜଣଙ୍କର ହିଁ ମୃତ୍ୟୁ ଅଂଶୁଘାତ ଜନିତ ବୋଲି ପ୍ରଶାସନ କହିଛି। ଅନ୍ୟମାନଙ୍କ ମୃତ୍ୟୁର କାରଣ ଭିନ୍ନ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ଆଜି ଅତିରିକ୍ତ ଜିଲ୍ଲାପାଳ ଗଣମାଧ୍ୟମକୁ କହିଛନ୍ତି ଯେ ୩୦ ତାରିଖରୁ ଆଜି ପର୍ଯ୍ୟନ୍ତ ଯେତେ ସବୁ ଅଭିଯୋଗ ଆସିଥିଲା, ସେମାନଙ୍କର ପୋଷ୍ଟମର୍ଟମ କରାଯାଉଛି। ୪ଜଣଙ୍କର ପରିବାର ବିନା ପୋଷ୍ଟମର୍ଟମରେ ଶବ ନେଇଯାଇଛନ୍ତି। ଏଣୁ ବାକି ସମସ୍ତଙ୍କର ଶବ ବ୍ୟବଚ୍ଛେଦ ପରେ ସରକାରଙ୍କୁ ବିଧିବଦ୍ଧ ଭାବେ ରିପୋର୍ଟ ଦିଆଯିବ। ଏମିତିରେ ବି ତହସିଲଦାର ଓ ମେଡ଼ିକାଲ ଅଫିସର ଉଭୟ ଯୁଗ୍ମ ଅନୁଧ୍ୟାନ କରୁଛନ୍ତି।

Leave A Reply

Your email address will not be published.