ଭୁବନେଶ୍ବର: ନିର୍ବାଚନ ଶେଷ ପରେ ବି ରାଜନୀତି ତାତି କମିନି। ଆଜି ବିଜେପି ରାଜରାସ୍ତାକୁ ଆସିବାକୁ ଧମକ ଦେଇଛି। ବିଜେପି ଯୁବ ମୋର୍ଚ୍ଚା ଉପ ସଭାପତି ସଂଗ୍ରାମ ପାତ୍ର ଆଜି ଗଣମାଧ୍ୟମକୁ କହିଛନ୍ତି ଯେ ଦଳର ଯୁବ ସଭାପତି ଅଭିଳାଷ ପଣ୍ଡାଙ୍କ ଆକ୍ରମଣ ଘଟଣାରେ ସେମାନେ ଆନ୍ଦୋଳନ କରିବେ। ଡିଜି ଅଫିସ ଘେରାଉ କରିବ ଯୁବମୋର୍ଚ୍ଚା। ଘଟଣାର ତିନି ଦିନ ପରେ କାହିିଁକି ଓ କାହା ଚାପରେ ଏହି ଘଟଣାରେ ସଂପୃକ୍ତ ଥିବା ବିଜେଡି ବିଧାୟକ ଓ ସରପଞ୍ଚ ତଥା ଅନ୍ୟ ସହଯୋଗୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ ସେ ନେଇ ଶ୍ରୀ ପାତ୍ର ଅସନ୍ତୋଷ ଝାଡ଼ିଛନ୍ତି। ଆସନ୍ତା ୨୪ ଘଣ୍ଟାର ସମୟ ଦେଇଛି ବିଜେପି। ଅନ୍ୟଥା ଯାହା ବି ପରିସ୍ଥିତି ହେବ, ସେଥିପାଇଁ ଡିଜି ଦାୟୀ ରହିବେ ବୋଲି ଦଳ କହିଛି। ଏପରିକି ଭୁନବେଶ୍ବରରେ ସଂପୃକ୍ତ ନେତାଙ୍କୁ ଅଣ୍ଡାମାଡ଼ ହେବ ବିଜେପି ଯୁବ ମୋର୍ଚ୍ଚା ଚେତାବନୀ ଦେଇଛି।
ପ୍ରମୁଖ ଖବର
ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍-ଓଏଏସ୍ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା