ପ୍ରମୁଖ ଖବର

ପୁରୀ ଜିଲ୍ଲାପାଳଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା, ଜବାବ ତଲବ କଲେ ହାଇକୋର୍ଟ
ଅଦାଲତ ଅବମାନନା ମାମଲାରୁ ଉଷା ପାଢ଼ୀଙ୍କୁ ମିଳିଲା ଆଶ୍ୱସ୍ତି
ଅନୁଭବଙ୍କ ଆବେଦନ ହାଇକୋର୍ଟରେ ଖାରଜ
ବ୍ୟାନ ହେବନି ପାନ ମସଲା: ସ୍ପଷ୍ଟୀକରଣ ରଖିଲା ସ୍ବାସ୍ଥ୍ୟ ବିଭାଗ
ବରିଷ୍ଠ ନାଗରିକଙ୍କୁ ପୁରୀ ବୁଲାଇବେ ସରକାର
ଖୁବ୍‌ଶୀଘ୍ର ଖୁଲାସା ହେବ ନବ ଦାସ ହତ୍ୟା ମାମଲା : ଆଇନ ମନ୍ତ୍ରୀ
ମା’ ବିରଜାଙ୍କ ଆଶୀର୍ବାଦ ନେବେ ରାଷ୍ଟ୍ରପତି, ନାଭିଗୟାରେ କରିବେ ପିଣ୍ଡଦାନ

ବାଲେଶ୍ୱରରେ କର୍ଫ୍ୟୁ ସହ ଇଣ୍ଟରନେଟ ସେବା ବନ୍ଦ

0

ବାଲେଶ୍ୱର : ଗୋଷ୍ଠୀ ସଂଘର୍ଷ ପରେ ଅଶାନ୍ତ ହୋଇପଡିଛି ବାଲେଶ୍ୱର । ଶାନ୍ତି ଫେରାଇ ଆଣିବାକୁ କର୍ଫ୍ୟୁ ଲାଗୁ କରାଯାଇଛି । ଆଜି ଅପରାହ୍ନରୁ ଇଣ୍ଟରନେଟ ସେବା ମଧ୍ୟ ବନ୍ଦ ହୋଇଛି । ବାଲେଶ୍ୱର ପୌରପାଳିକା ଅଞ୍ଚଳରେ ଦୁଇଦିନ ପାଇଁ କର୍ଫ୍ୟୁ ଲାଗୁ କରିଛି ପ୍ରଶାସନ । ଦୁଇ ଦିନ ପର୍ଯ୍ୟନ୍ତ ବଜାରରେ ଦୋକାନ ନଖୋଲିବାକୁ ନିର୍ଦ୍ଦେଶ ଦିଆୟାଇଛି । କେବଳ ଜରୁରୀକାଳୀନ ସେବାକୁ ଛାଡିଦେଲେ ସାଧାରଣ ଚଳ ପ୍ରଚଳ ଉପରେ ରୋକ ଲଗାଯାଇଛି । ଏବେ ପରିସ୍ଥିତି ନିୟନ୍ତ୍ରଣରେ ଥିବା ବେଳେ ଲୋକମାନଙ୍କୁ ସହଯୋଗ କରିବା ସହ ଘରେ ରହିବା ପାଇଁ ଅନୁରୋଧ କରାଯାଇଛି । ଓଟି ରୋଡ଼କୁ ସଂଯୋଗ କରୁଥିବା ବିଭିନ୍ନ ପ୍ରବେଶ ପଥ ସିଲ କରାଯାଇଛି । ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ସେଣ୍ଟ୍ରାଲ ଆର୍ମ ଫୋର୍ସ ନିୟୋଜିତ କରାଯାଇଛି । ବାଲେଶ୍ୱର ସହରର ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି

ସୂଚନା ଅନୁସାରେ : ଗଣ୍ଡଗୋଳରେ ଜଡ଼ିତ ଥିବା ଲୋକଙ୍କ ମଧ୍ୟରୁ ୩୪ ଜଣଙ୍କୁ ଅଟକ ରଖି ପୋଲିସ ତଦନ୍ତ ଜାରି ରଖିଛି । ତଥ୍ୟ ପ୍ରମାଣ ଆଧାରରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଏସପି ସାଗରିକା ନାଥ ସୂଚନା ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ୭ ଟି ମାମଲା ରୁଜୁ ହୋଇଛି ଏବଂ ଆହୁରି ମାମଲା ବଢିବାର ସମ୍ଭାବନା ରହିଥିବା ସୂଚନା ଦିଆଯାଇଛି । ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ୪୦ ପ୍ଲାଟୁନ ଫୋର୍ସ ମୁତୟନ ଅଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଧିକ ଫୋର୍ସ ମୁତୟନ ହେବ ବୋଲି ଏସପି କହିଛନ୍ତି । ବାଲେଶ୍ଵର ସହରବାସୀ ଶାନ୍ତି ବଜାୟ ରଖନ୍ତୁ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

Leave A Reply

Your email address will not be published.