ପ୍ରମୁଖ ଖବର

ଫିଫା ବିଶ୍ୱକପ୍ ଫାଇନାଲ୍ ପାଇଁ କେରଳରେ ଶିକ୍ଷାନୁଷ୍ଠାନ ଛୁଟି; ଫୁଟବଲ୍ ପ୍ରେମୀ ଛାତ୍ରଛାତ୍ରୀଙ୍କ ପାଇଁ ସରକାରଙ୍କ ବଡ଼ ନିଷ୍ପତ୍ତି
୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ତାମିଲ ସିନେମାର ଜଲୱା; ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ବିଜୟ
ଜମ୍ମୁ-କାଶ୍ମୀରରେ ଭୟଙ୍କର ଆକସ୍ମିକ ବନ୍ୟା: ୧୬ ମୃତ, ଅନେକ ନିଖୋଜ
ମାତୃଭାଷା ସହ ଆଉ ଗୋଟିଏ ଭାରତୀୟ ଭାଷା ଶିଖିବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କଲେ ଅମିତ ଶାହ
୧୬ ବର୍ଷରୁ କମ୍ ବୟସ୍କଙ୍କ ପାଇଁ ସୋସିଆଲ ମିଡିଆରେ କଟକଣା ଆଣିପାରନ୍ତି କେନ୍ଦ୍ର ସରକାର
୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ଶ୍ରେଷ୍ଠ ଓଡ଼ିଆ ଫିଚର ଫିଲ୍ମ ସମ୍ମାନ ଜିତିଲା ‘ଲହରୀ’
ଜମ୍ମୁ-କାଶ୍ମୀରରେ ବାଦଲଫଟା ବର୍ଷା ଓ ଆକସ୍ମିକ ବନ୍ୟା: ୧୭ ମୃତ, ହାଇ ଆଲର୍ଟ ଜାରି
ଶ୍ରୀମନ୍ଦିରରେ ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର ଅଳଙ୍କାର ଗଣତି ଓ ଥ୍ରୀଡି ସ୍କାନିଂ

ଗାୟିକା ଅଲକା ୟାଗ୍ନିକଙ୍କର ଏମିତି କଣ ହେଲା?

0

ମୁମ୍ବାଇ: ୯୦ ଦଶକର ଅନେକ ଲୋକପ୍ରିୟ ଗୀତ ଗାଇ ସମସ୍ତଙ୍କ ମନରେ ରାଜ୍ କରୁଥିବା ଫେମସ ସଙ୍ଗୀତଜ୍ଞ ଅଲକା ୟାଗ୍ନିକଙ୍କୁ ନେଇ ଆସିଛି ଏକ ବଡ ଖବର। ବାସ୍ତବରେ, ଗାୟିକା ଏକ ବିରଳ ରୋଗର ଶିକାର ହୋଇଛନ୍ତି । ଏହି ରୋଗରେ ପଡ଼ିବା ପରଠାରୁ ସେ ତାଙ୍କର ଶ୍ରବଣ ଶକ୍ତି ହରାଇଛନ୍ତି। ସୋସିଆଲ ମିଡ଼ିଆ ଆକାଉଣ୍ଟ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ନିଜେ ଅଲକା ଏହି ସୂଚନା ଦେଇଛନ୍ତି। ବର୍ତ୍ତମାନ ଅଲକାଙ୍କ ଏପରି ସମସ୍ୟା ବିଷୟରେ ଶୁଣି ତାଙ୍କର ପ୍ରଶଂସକ ଏବଂ ଅନ୍ୟ ସେଲିବ୍ରିଟି ମାନେ ମଧ୍ୟ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

ଅଲକା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ କରି ଏହି ରୋଗର ସୂଚନା ଦେବା ସହ ତାଙ୍କର ସମସ୍ତ ପ୍ରସଂଶକ ଓ ଅନ୍ୟାନ୍ୟ ଗାୟକ ଗାୟିକା ମାନଙ୍କୁ ଅଧିକ ସାଉଣ୍ଡ ଦେଇକି ଗୀତ ନଶୁଣିବାକୁ ମଧ୍ଯ ନିବେଦନ କରିଛନ୍ତି। ଅଲକା ତାଙ୍କ ପୋଷ୍ଟର ଲେଖିଚନ୍ତି ଯେ, କିଛି ଦିନ ପୁର୍ବରୁ ମୁଁ ବିମାନରୁ ଓହ୍ଲାଇବା ବେଳେ ଅଚାନକ ମୋତେ ଲାଗିଲା ଯେ ମୋତେ କିଛି ଶୁଣାଯାଉନାହିଁ। ଏହାପରେ ମୁଁ ଡାକ୍ତରଙ୍କ ସହ ପରାମର୍ଶ କଲି। କିନ୍ତୁ ମୁଁ ନଶୁଣିପାରିବାକୁ ଏତେ ସହଜରେ ସ୍ବୀକାର କରିପାରୁନଥିଲି। ଅନେକ ସାହସ ଯୁଟେଇକି ମୁ ଶେଷରେ ମୋ ପ୍ରଶଂସକ ମାନଙ୍କୁ ଏକଥା ସ୍ପଷ୍ଟ କରୁଛି। ଡାକ୍ତରଙ୍କ ସହ ପରାମର୍ଶ କରିବା ପରେ ଜଣାପଡିଲା ଯେ ବିରଳ ନ୍ୟୁରୋ ନର୍ଭ ହିଅରିଂ ଲସ୍‌ ହୋଇଛି । ଭାଇରାଲ କାରଣରୁ ଏଭଳି ହୋଇଥିବା ଡାକ୍ତର କହିଛନ୍ତି । ଅଚାନକ ଏଭଳି ଘଟଣା ପାଇଁ ମୁଁ ସଂପୂର୍ଣ୍ଣ ସ୍ତବ୍ଧ । ମୁଁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ମୋ ପାଇଁ ପ୍ରାର୍ଥନା କରନ୍ତୁ । ଏହାଛଡା ମୋ ପ୍ରଶ୍ଂସକ ମାନଙ୍କୁ ନିବେଦନ କରୁଛି ଯେ ସେମାନେ ଦୟାକରି ଉଚ୍ଚ ଏବଂ ଲାଉଡ ମ୍ୟୁଜିକରୁ ଦୂରେଇ ରୁହନ୍ତୁ । ଏହା ସହ ଅତ୍ୟଧିକ ହେଡ୍‌ ଫୋନ ବ୍ୟବହାରରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି ଅଲକା ।

Leave A Reply

Your email address will not be published.