ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ଧାନ ଓ କପା ସହିତ ୧୪ଟି ଖରିପ ଫସଲର ଏମଏସପି ବୃଦ୍ଧି

0

ନୂଆଦିଲ୍ଲୀ: ଏମଏସପିକୁ ନେଇ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି। ଧାନର ସର୍ବନିମ୍ନ ସହାୟକ ରାଶି ବଢ଼ାଇଲେ କେନ୍ଦ୍ର ସରକାର। ଧାନ କୁଇଣ୍ଟାଲ ୨୩୦୦ ଟଙ୍କାକୁ ବୃଦ୍ଧି ନେଇ କେନ୍ଦ୍ରର ନିଷ୍ପତ୍ତି। ପୂର୍ବ ବର୍ଷର ଦର ଅପେକ୍ଷା ୧୧୭ ଟଙ୍କା ବୃଦ୍ଧି ପାଇଛି । ସେହିଭଳି ମୁଗର ଏମଏସପି ୮୬୮୨ ଟଙ୍କା ପ୍ରତି କୁଇଣ୍ଟାଲ ହେବ ଯାହା ଗତ ବର୍ଷ ଅପେକ୍ଷା ୧୨୪ ଟଙ୍କା ଅଧିକ ରହିଛି। କେନ୍ଦ୍ର କ୍ୟାବିନେଟ ଏହି ନିଷ୍ପତ୍ତି ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

କ୍ୟାବିନେଟର ନିଷ୍ପତି ପରେ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇ କହିଛନ୍ତି ଯେ, ଧାନ, ରାଗି, ମିଲେଟ, ବାଜରା, ମକା ଏବଂ କପା ସମେତ ୧୪ଟି ଖରିଫ ଫସଲ ଉପରେ ସର୍ବନିମ୍ନ ସହାୟତା ମୂଲ୍ୟ ଅନୁମୋଦନ କରାଯାଇଛି। ଧାନ କୁଇଣ୍ଟାଲ ୨୩୦୦ ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ ମୁଗର ଏମଏସପି କୁଇଣ୍ଟାଲ ପ୍ରତି ୮୬୮୨ ଟଙ୍କା ବୃଦ୍ଧି ପାଇଛି। ସେହିପରି ସୂର୍ଯ୍ୟମୁଖୀ ମଞ୍ଜି ଉପରେ ଏମଏସପି କୁଇଣ୍ଟାଲ ପିଛା ୯୮୩ ଟଙ୍କା ବୃଦ୍ଧି କରାଯାଇଥିବା ବେଳେ ରାଶି ଉପରେ ଏମଏସପି କୁଇଣ୍ଟାଲ ପିଛା ୬୩୨ ଟଙ୍କା, ମସୁର ଏବଂ ହରଡ଼ ଡାଲି ଉପରେ ଏମଏସପି କୁଇଣ୍ଟାଲ ପିଛା ୫୫୦ ଟଙ୍କା ଓ କପା ଉପରେ ଏମଏସପି ୫୦୧ ଟଙ୍କା ବୃଦ୍ଧି ପାଇଛି।

ଧାନ ଓ କପା ସହିତ ୧୪ଟି ଖରିଫ୍ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ପ୍ରସ୍ତାବ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି।

Leave A Reply

Your email address will not be published.