ପ୍ରମୁଖ ଖବର

ଦେହରେ ନିଆଁ ଲଗାଇ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
ଅନଲାଇନ ଗେମ୍ ଖେଳିବାକୁ ମନା କରିବାରୁ ଜୀବନ ହାରିଲେ ନାବାଳକ
ରାକ୍ଷୀରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ପିଉସା ସମେତ ୫ ଅଟକ
ସ୍ୱାଧୀନତା ଦିବସ ପାଇଁ ଜାରି ହେଲା ଟ୍ରାଫିକ୍‌ କଟକଣା
ଭୁବନେଶ୍ୱରର ଘରୋଇ କଲେଜ ପରିସରରେ ଯୁବକଙ୍କ ଆତ୍ମାହୁତି ଉଦ୍ୟମ
ସବୁ ସରକାରୀ କାର୍ଯ୍ୟାଳୟରେ ଲାଗିବ ଏଆଇ କ୍ୟାମେରା
ବିଧାନସଭା ଆଗରେ ୭ ବର୍ଷୀୟ ଝିଅ ସହ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ

୮ରେ ଖୋଲିବନି ରତ୍ନ ଭଣ୍ଡାର

0

ପୁରୀ: ଜୁଲାଇ ୮ରେ ଖୋଲିବନି ରତ୍ନ ଭଣ୍ଡାର। ଚର୍ଚ୍ଚା ପରେ ପ୍ରତିକ୍ରିୟା ରଖିଲେ ଆଇନମନ୍ତ୍ରୀ ପୃଥ୍ବିରାଜ ହରିଚନ୍ଦନ। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ତାର ଆସନ୍ତା ୮ ତାରିଖରେ ଖୋଲାଯିବ ବୋଲି ମଧ୍ୟାହ୍ନ ସମୟରେ ଏଏସ୍‌ଆଇର ଜଣେ ଅଧିକାରୀ କହିଥିଲେ। ଏହାକୁ ନେଇ ପୂରା ରାଜ୍ୟରେ ରତ୍ନଭଣ୍ଡାରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା।

ଏବେ ରତ୍ନଭଣ୍ଡାର ଖୋଲିବନି ବୋଲି କହିଛନ୍ତି ଆଇନ ମନ୍ତ୍ରୀ। ରତ୍ନ ଭଣ୍ଡାର ଖୋଲିବା ନେଇ କୌଣସି ନିଷ୍ପତ୍ତି ନେଇନାହାନ୍ତି ରାଜ୍ଯ ସରକାର। ଛତିଶା ନିଯୋଗ ବୈଠକରେ କୌଣସି ନିଷ୍ପତ୍ତି ନିଆଯାଇନି। ବିଶୃଙ୍ଖଳିତ ଭାବରେ ଜଣେ ଏଏସଆଇ ଅଧିକାରୀ ଏପରି ମନ୍ତବ୍ଯ ଦେଇଛନ୍ତି ବୋଲି ଆଇନ ମନ୍ତ୍ରୀ କହିଛନ୍ତି। ସଂପୃକ୍ତ ଏଏସଆଇ ଅଧିକାରୀଙ୍କ ଉପରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ରତ୍ନଭଣ୍ଡାର ଖୋଲିବା ଉପରେ ସରକାର ନିଷ୍ପତ୍ତି ନେବା ପ୍ରକ୍ରିୟାରେ ଅଛନ୍ତି। ସରକାର ହିଁ ଏ ବାବଦରେ ନିଷ୍ପତ୍ତି ନେବେ ବୋଲି ପୃଥ୍ବୀରାଜ କହିଛନ୍ତି।

Leave A Reply

Your email address will not be published.