ପ୍ରମୁଖ ଖବର

ଆଜ୍ଞାମାଳ ବିଜେ ପରେ ସିଂହଦ୍ୱାର ଅଭିମୁଖେ ତିନି ରଥ, କାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା
ୱାଙ୍ଗଚୁକଙ୍କ ଅନଶନକୁ ନେଇ ହାଇକୋର୍ଟରେ ପିଆଇଏଲ୍, ଜରୁରୀ ଚିକିତ୍ସା ସେବା ଦାବି
ନୋଏଡାରେ ଇ-ସ୍କୁଟରରେ ନିଆଁ, ଅଗ୍ନିକାଣ୍ଡରେ ୨ ମୃତ; ୧୦୦ରୁ ଅଧିକ ଲୋକ ଉଦ୍ଧାର
ଓଡ଼ିଶାକୁ ରେଳର ଡବଲ୍ ଉପହାର, ଦୁଇ ପ୍ରମୁଖ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରୀ
ସରକାରୀ ଡାକ୍ତରଙ୍କ ପାଇଁ କଡ଼ା ନିର୍ଦ୍ଦେଶ, ପ୍ରଥମେ ଜେନେରିକ୍ ଔଷଧ ଲେଖିବାକୁ ତାଗିଦ
ବର୍ଷା ଭିତରେ ରଥଯାତ୍ରା ପ୍ରସ୍ତୁତି: ସମୁଦ୍ର ଅଶାନ୍ତ, ପୁରୀରେ ସତର୍କତା
ଶୁଦ୍ଧ ପେଟ୍ରୋଲ ଚାହୁଁଥିଲେ ଅଧିକ ଦାମ ଦିଅନ୍ତୁ: ଗଡ଼କରୀ
ଶ୍ରୀମନ୍ଦିରରେ ଡିଜିଟାଲ ହୁଣ୍ଡି ‘ସମର୍ପଣ’ ଲୋକାର୍ପିତ, ଘରେ ବସି ଦାନ କରିପାରିବେ ଭକ୍ତ

ଶପଥ ନେଲେ ଓଡିଶା ସାଂସଦ

0

ନୂଆଦିଲ୍ଲୀ: ଶପଥ ନେଇଛନ୍ତି ନବ ନିର୍ବାଚିତ ସାଂସଦ। ଅଷ୍ଟାଦଶ ଲୋକସଭାର ଆଜି ଦ୍ଵିତୀୟ କାର୍ଯ୍ୟ ଦିବସ। ଉଦଘାଟନୀ ଦିବସରେ ୨୮୦ ନବନିର୍ବାଚିତ ସାଂସଦ ଶପଥ ଗ୍ରହଣ କରିଥିବା ବେଳେ ଆଜି ଅବଶିଷ୍ଟ ୨୬୪ ସାଂସଦ ଶପଥ ପାଠ କରୁଛନ୍ତି। ଓଡିଶାର ୨୧ ସାଂସଦଙ୍କ ମଧ୍ୟରୁ ଅଧିବେଶର ପ୍ରଥମ ଦିନରେ ଦୁଇ ଓଡିଆ ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ ଶପଥ ଗ୍ରହଣ କରିଥିବା ବେଳେ ଆଜି ଅବଶିଷ୍ଟ ୧୯ ସାଂସଦ ଶପଥ ନେଇଛନ୍ତି। ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ସଂସ୍କୃତ ଭାଷାରେ ଶପଥ ନେଇଥିଲେ। ସେହିପରି ସାନ୍ତାଳୀ ଭାଷାରେ ଶପଥ ନେଇଛନ୍ତି ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ। ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ, ବରଗଡ ସାଂସଦ ପ୍ରଦୀପ ପୁରୋହିତ, କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା, ସମ୍ବିତ ପାତ୍ର ଓଡ଼ିଆ ଭାଷାରେ ଶପଥ ନେଇଥିଲେ।

ନବ ନିର୍ବାଚିତ ସାସଂଦମାନେ ନିଜ ନିଜ ରାଜ୍ୟରେ ପ୍ରଚଳିତ ଭାଷାରେ ଲୋକସଭାରେ ଶପଥ ଗ୍ରହଣ କରିଥିଲେ। ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ। ଓଡ଼ିଶାର ସାଂସଦମାନେ ଓଡ଼ିଆ ଭାଷାରେ ଶପଥ ଗ୍ରହଣ କରୁଥିବା ବେଳେ ପ୍ରତାପ ଷଡଙ୍ଗୀ ଆଜି ଲୋକସଭାରେ ସଂସ୍କୃତରେ ଶପଥ ନେଇଥିଲେ । ଯାହା ସବୁଠାରୁ ଭିନ୍ନ ଥିଲା। ରାଜ୍ୟରେ ବିଜେପିର ବିଜୟ ପରେ ରାଜ୍ୟବାସୀଙ୍କୁ ସଂସ୍କୃତରେ ଧନ୍ୟବାଦ ଜଣାଇଥିଲେ ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ। ସେହିଭଳି ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ ଲୋକସଭାରେ ଆଜି ସଂସ୍କୃତ ଭାଷାରେ ଶପଥ ଗ୍ରହଣ କରିଥିଲେ।

ସେହିପରି କଳାହାଣ୍ଡି ସାଂସଦ ମାଳବିକା ଦେବୀ ଏବଂ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ଇଂରାଜୀରେ ଶପଥ ପାଠ କରିଥିବା ବେଳେ ବାକି ସାଂସଦ ଓଡିଆ ଭାଷାରେ ଶପଥ ଗ୍ରହଣ କରିଥିଲେ। ଅଭିମନ୍ୟୁ ସେଠୀ, ବୈଜୟନ୍ତ ପଣ୍ଡା, ସଙ୍ଗୀତା କୁମାରୀ ସିଂହଦେଓ, ଅପରାଜିତା ଷଡଙ୍ଗୀ, ପ୍ରଦୀପ ପୁରୋହିତ ସାଂସଦ ଭାବେ ଶପଥ ନେଇଛନ୍ତି।

Leave A Reply

Your email address will not be published.