ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ନିଟ୍ ରଦ୍ଦ କରିବାକୁ ମୋଦିଙ୍କୁ ଚିଠି ଲେଖିଲେ ମମତା ବାନର୍ଜୀ

0

ନୂଆଦିଲ୍ଲୀ: ପେପର୍‌ ଲିକ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନର୍ଜୀ। ନିଟ୍ ରଦ୍ଦ କରିବାକୁ ଚିଠିରେ ମମତା ବାନାର୍ଜୀ ଦାବି କରିଛନ୍ତି। ଏହା ସହ ପୁରୁଣା ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବା ଉଚିତ୍ ବୋଲି ମମତା ଉଲ୍ଲେଖ କରିଛନ୍ତି।

ମମତା ବାନାର୍ଜୀ ଆହୁରି ଲେଖିଛନ୍ତି ଯେ, ନିଟ୍ ପରୀକ୍ଷାରେ ପେପର୍‌ ଲିକ, ପରୀକ୍ଷା ପରିଚାଳନା କରୁଥିବା ଅଧିକାରୀଙ୍କ ଦ୍ୱାରା ଲାଞ୍ଚ ନେବା, ଛାତ୍ରୀଛାତ୍ରମାନଙ୍କୁ ଗ୍ରେସ୍ ମାର୍କ ଇତ୍ୟାଦି ବିଷୟରେ ଗମ୍ଭୀର ଅଭିଯୋଗ ଆସୁଛି। ଏହି ଅଭିଯୋଗଗୁଡିକ ତୁରନ୍ତ ଧ୍ୟାନ ଏବଂ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ଆବଶ୍ୟକ ରହିଛି। ପେପର ଲିକ୍ ଦ୍ୱାରା ଲକ୍ଷାଧିକ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ପ୍ରଭାବିତ ହେଉଛି। ଏଭଳି ଘଟଣା କେବଳ ଦେଶରେ ଡାକ୍ତରୀ ପରୀକ୍ଷାର ଗୁଣବତ୍ତାକୁ ସଙ୍କୋଚନ କରେ ନାହିଁ ବରଂ ଦେଶର ସ୍ବାସ୍ଥ୍ୟ ସେବା ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପକାଇଥାଏ ବୋଲି ମମତା ଚିଠିରେ ଉଲ୍ଲେଖ କରିଛନ୍ତି।

Leave A Reply

Your email address will not be published.