ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ

0

ନ୍ୟୁଜ୍ ବ୍ୟୁରୋ: ଦଶହରା, ଛଠ ପୂଜା ଓ ଦୀପାବଳି ପୂର୍ବରୁ ଖାଇବା ତେଲ ଦର ବୃଦ୍ଧିର ଆଶଙ୍କା ଦେଖାଦେଇଛି। ଅନ୍ତର୍ଜାତୀୟ ବଜାରରେ ଦର ବଢ଼ିବା ସହ କଞ୍ଚାମାଲ ଯୋଗାଣ ସମସ୍ୟା ଏହାର ପ୍ରମୁଖ କାରଣ ବୋଲି ଜଣାପଡ଼ିଛି। ଭାରତ ନିଜର ମୋଟ ଖାଇବା ତେଲ ଆବଶ୍ୟକତାର ପ୍ରାୟ ୫୮ ପ୍ରତିଶତ ଆମଦାନୀ ମାଧ୍ୟମରେ ପୂରଣ କରେ। ମାର୍ଚ୍ଚରୁ ଜୁନ୍‌ ମଧ୍ୟରେ ଖାଇବା ତେଲ ଦରରେ ପ୍ରାୟ ୧୦ରୁ ୧୨ ପ୍ରତିଶତ ବୃଦ୍ଧି ହୋଇସାରିଛି। ଏବେ ପୁଣି ୭ରୁ ୮ ପ୍ରତିଶତ ଦର ବଢ଼ିବା ଆଶଙ୍କା ରହିଛି। ଏଭଳି ହେଲେ ମାର୍ଚ୍ଚ ପରଠାରୁ ମୋଟ ଦରବୃଦ୍ଧି ୧୮ରୁ ୨୦ ପ୍ରତିଶତରେ ପହଞ୍ଚିପାରେ।

ସୋଲଭେଣ୍ଟ ଏକ୍ସଟ୍ରାକ୍ଟର୍ସ ଆସୋସିଏସନ୍‌ର ତଥ୍ୟ ଅନୁସାରେ, ସେପ୍ଟେମ୍ବର ୧୮ରେ ମୁମ୍ବାଇ ବନ୍ଦରରେ କଞ୍ଚା ପାମ୍ ତେଲ ଟନ୍‌ ପିଛା ୧,୨୬୫ ଡଲାର, ସୋୟାବିନ୍‌ ତେଲ ୧,୩୧୪ ଡଲାର ଓ ସୂର୍ଯ୍ୟମୁଖୀ ତେଲ ୧,୩୮୦ ଡଲାର ଥିଲା। ଗତବର୍ଷ ତୁଳନାରେ ପାମ୍ ଓ ସୋୟାବିନ୍‌ ତେଲ ଦର ପ୍ରାୟ ୧୧ ପ୍ରତିଶତ ଏବଂ ସୂର୍ଯ୍ୟମୁଖୀ ତେଲ ପ୍ରାୟ ୭ ପ୍ରତିଶତ ଅଧିକ ରହିଛି। ଏହା ସହ ଟଙ୍କାର ମୂଲ୍ୟ ହ୍ରାସ, ପରିବହନ ଖର୍ଚ୍ଚ ଓ ବୀମା ପ୍ରିମିୟମ ବୃଦ୍ଧି ମଧ୍ୟ ଆମଦାନୀକୃତ ତେଲର ମୂଲ୍ୟ ବଢ଼ାଉଛି। ଏମାମି ଗ୍ରୁପ୍‌ର ନିର୍ଦ୍ଦେଶକ ଆଦିତ୍ୟ ଅଗ୍ରୱାଲଙ୍କ ଅନୁସାରେ, କଞ୍ଚା ଖାଇବା ତେଲର ଆମଦାନୀ ମୂଲ୍ୟ ପ୍ରାୟ ୮ରୁ ୧୧ ପ୍ରତିଶତ ବଢ଼ିଛି। ଏହାର କିଛି ପ୍ରଭାବ ଗ୍ରାହକଙ୍କ ଉପରେ ପଡ଼ିପାରେ। ପାର୍ବଣ ଋତୁରେ ଏହି ଦରବୃଦ୍ଧି ଘରୋଇ ବଜେଟ୍‌ ଉପରେ ଅତିରିକ୍ତ ଚାପ ପକାଇବା ଆଶଙ୍କା ରହିଛି।

Leave A Reply

Your email address will not be published.