ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଅନନ୍ତ ନାଗଙ୍କୁ ଫାଲକେ ସମ୍ମାନ
ଦିଲ୍ଲୀ SIR: ନିୟମ ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ଫ୍ଲାଇଟ୍‌ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ର ମୃତ
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
ଚୀନ୍‌ର କପଡ଼ା କାରଖାନାରେ ଭୟଙ୍କର ନିଆଁ, ୮ ଜଣ ଜୀବନ୍ତ ଦଗ୍ଧ
କେରଳରେ ବର୍ଷା ବିତ୍ପାତ, ୯ ମୃତ; ୬ ଜିଲ୍ଲାକୁ ଅରେଞ୍ଜ୍‌ ଆଲର୍ଟ

ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ

0

ନ୍ୟୁଜ୍ ବ୍ୟୁରୋ: ଦଶହରା, ଛଠ ପୂଜା ଓ ଦୀପାବଳି ପୂର୍ବରୁ ଖାଇବା ତେଲ ଦର ବୃଦ୍ଧିର ଆଶଙ୍କା ଦେଖାଦେଇଛି। ଅନ୍ତର୍ଜାତୀୟ ବଜାରରେ ଦର ବଢ଼ିବା ସହ କଞ୍ଚାମାଲ ଯୋଗାଣ ସମସ୍ୟା ଏହାର ପ୍ରମୁଖ କାରଣ ବୋଲି ଜଣାପଡ଼ିଛି। ଭାରତ ନିଜର ମୋଟ ଖାଇବା ତେଲ ଆବଶ୍ୟକତାର ପ୍ରାୟ ୫୮ ପ୍ରତିଶତ ଆମଦାନୀ ମାଧ୍ୟମରେ ପୂରଣ କରେ। ମାର୍ଚ୍ଚରୁ ଜୁନ୍‌ ମଧ୍ୟରେ ଖାଇବା ତେଲ ଦରରେ ପ୍ରାୟ ୧୦ରୁ ୧୨ ପ୍ରତିଶତ ବୃଦ୍ଧି ହୋଇସାରିଛି। ଏବେ ପୁଣି ୭ରୁ ୮ ପ୍ରତିଶତ ଦର ବଢ଼ିବା ଆଶଙ୍କା ରହିଛି। ଏଭଳି ହେଲେ ମାର୍ଚ୍ଚ ପରଠାରୁ ମୋଟ ଦରବୃଦ୍ଧି ୧୮ରୁ ୨୦ ପ୍ରତିଶତରେ ପହଞ୍ଚିପାରେ।

ସୋଲଭେଣ୍ଟ ଏକ୍ସଟ୍ରାକ୍ଟର୍ସ ଆସୋସିଏସନ୍‌ର ତଥ୍ୟ ଅନୁସାରେ, ସେପ୍ଟେମ୍ବର ୧୮ରେ ମୁମ୍ବାଇ ବନ୍ଦରରେ କଞ୍ଚା ପାମ୍ ତେଲ ଟନ୍‌ ପିଛା ୧,୨୬୫ ଡଲାର, ସୋୟାବିନ୍‌ ତେଲ ୧,୩୧୪ ଡଲାର ଓ ସୂର୍ଯ୍ୟମୁଖୀ ତେଲ ୧,୩୮୦ ଡଲାର ଥିଲା। ଗତବର୍ଷ ତୁଳନାରେ ପାମ୍ ଓ ସୋୟାବିନ୍‌ ତେଲ ଦର ପ୍ରାୟ ୧୧ ପ୍ରତିଶତ ଏବଂ ସୂର୍ଯ୍ୟମୁଖୀ ତେଲ ପ୍ରାୟ ୭ ପ୍ରତିଶତ ଅଧିକ ରହିଛି। ଏହା ସହ ଟଙ୍କାର ମୂଲ୍ୟ ହ୍ରାସ, ପରିବହନ ଖର୍ଚ୍ଚ ଓ ବୀମା ପ୍ରିମିୟମ ବୃଦ୍ଧି ମଧ୍ୟ ଆମଦାନୀକୃତ ତେଲର ମୂଲ୍ୟ ବଢ଼ାଉଛି। ଏମାମି ଗ୍ରୁପ୍‌ର ନିର୍ଦ୍ଦେଶକ ଆଦିତ୍ୟ ଅଗ୍ରୱାଲଙ୍କ ଅନୁସାରେ, କଞ୍ଚା ଖାଇବା ତେଲର ଆମଦାନୀ ମୂଲ୍ୟ ପ୍ରାୟ ୮ରୁ ୧୧ ପ୍ରତିଶତ ବଢ଼ିଛି। ଏହାର କିଛି ପ୍ରଭାବ ଗ୍ରାହକଙ୍କ ଉପରେ ପଡ଼ିପାରେ। ପାର୍ବଣ ଋତୁରେ ଏହି ଦରବୃଦ୍ଧି ଘରୋଇ ବଜେଟ୍‌ ଉପରେ ଅତିରିକ୍ତ ଚାପ ପକାଇବା ଆଶଙ୍କା ରହିଛି।

Leave A Reply

Your email address will not be published.