ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

ଅନନ୍ତ ନାଗଙ୍କୁ ଫାଲକେ ସମ୍ମାନ

0

ନୂଆଦିଲ୍ଲୀ: ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହ ପାଇଁ ସୋମବାର ଗୁଜରାଟର ନର୍ମଦା ଜିଲ୍ଲା ଏକତା ନଗରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ମଙ୍ଗଳବାର ହେବାକୁ ଥିବା ସମାରୋହରେ ସେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ୨୦୨୪ ବର୍ଷର ଚଳଚ୍ଚିତ୍ର ପାଇଁ ବିଜେତାମାନଙ୍କୁ ପୁରସ୍କୃତ କରିବେ। ପ୍ରଥମଥର ପାଇଁ ଦିଲ୍ଲୀ ବାହାରେ ଏକତା ନଗରରେ ଏହି ସମାରୋହ ଆୟୋଜିତ ହେଉଛି। ଭାରତୀୟ ସିନେମାରେ ୫ ଦଶନ୍ଧିରୁ ଅଧିକ ସମୟର ଅବଦାନ ପାଇଁ ବରିଷ୍ଠ କନ୍ନଡ଼ ଅଭିନେତା ଅନନ୍ତ ନାଗଙ୍କୁ ୨୦୨୪ର ଦାଦାସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯିବ।

‘ଆର୍ଟିକଲ୍‌ ୩୭୦’କୁ ଶ୍ରେଷ୍ଠ ଫିଚର୍‌ ଫିଲ୍ମ ଏବଂ ୟାମି ଗୌତମଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ମିଳିଛି। ‘ବ୍ରହ୍ମୟୁଗମ୍‌’ ଓ ‘ଚନ୍ଦୁ ଚାମ୍ପିଅନ୍‌’ ପାଇଁ ମମୁଟି ଓ କାର୍ତ୍ତିକ ଆର୍ଯ୍ୟନ୍‌ ଯୁଗ୍ମ ଭାବେ ଶ୍ରେଷ୍ଠ ଅଭିନେତା ହୋଇଛନ୍ତି। ‘ଅମରନ୍‌’ ପାଇଁ ରାଜକୁମାର ପେରିଆସାମୀ ଶ୍ରେଷ୍ଠ ନିର୍ଦ୍ଦେଶକ ଏବଂ ‘କଲ୍‌କି ୨୮୯୮ ଏଡି’ ଶ୍ରେଷ୍ଠ ଲୋକପ୍ରିୟ ଚଳଚ୍ଚିତ୍ର ପୁରସ୍କାର ପାଇଛି।

Leave A Reply

Your email address will not be published.