ପ୍ରମୁଖ ଖବର

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଡାଇରିଆ: ୪୪ ଛାତ୍ର ଏସସିବି ମେଡିକାଲରେ ଭର୍ତ୍ତି
ନବରଙ୍ଗପୁର: ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାର ୪ ଜଣ ଗୁରୁତର
ଟ୍ରେନ୍‌ରୁ ଖସି ସିଆର୍‌ପିଏଫ୍‌ ଯବାନ ଗୁରୁତର
ରାଜ୍ୟସଭାକୁ ୪ ଜଣଙ୍କୁ ମନୋନୀତ କଲେ ରାଷ୍ଟ୍ରପତି
ଲୋକପ୍ରିୟ ତେଲୁଗୁ ଅଭିନେତା କୋଟା ଶ୍ରୀନିବାସ ରାଓଙ୍କ ପରଲୋକ
ବାଲେଶ୍ଵର ପୀଡ଼ିତାଙ୍କୁ ଏମ୍ସ ଯାଇ ଭେଟିଲେ ମୁଖ୍ୟମନ୍ତ୍ରୀ
ଏଫଏମ ଛାତ୍ରୀ ଆତ୍ମାହୁତୀ ଘଟଣାରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲେ ନବୀନ

ବଦଳିବ ଲକ୍ଷ୍ମୀ ବସର ନାଁ, ହେବ ‘ମୁଖ୍ୟମନ୍ତ୍ରୀ ବସ ସେବା’

0

ଭୁବନେଶ୍ବର: ହଟିବ ଲକ୍ଷ୍ମୀ ବସର ନାଁ। ଲକ୍ଷ୍ମୀ ବସ ବଦଳରେ ଲେଖା ହେବ ‘ମୁଖ୍ୟମନ୍ତ୍ରୀ ବସ ସେବା’। ଲକ୍ଷ୍ମୀ ବସ୍‌ ଭବିଷ୍ୟତ ନେଇ ଆଜି ସ୍ପଷ୍ଟ କରିଛନ୍ତି ପରିବହନ ମନ୍ତ୍ରୀ ବିଭୁତି ଜେନା। ଲକ୍ଷ୍ମୀ ବସ୍‌ ନାଁ ବଦଳାଇ ଏହାକୁ ମୁଖ୍ୟମନ୍ତ୍ରୀ ବସ୍‌ ସେବା କରାଯିବ ବୋଲି କହିଛନ୍ତି ମନ୍ତ୍ରୀ। ଯାହା ଅତିଶୀଘ୍ର ଆଗାମୀ ଦିନରେ କାର୍ଯ୍ୟକାରୀ କରାଯିବ। ଏହା ସହିତ ନିରବଚ୍ଛିନ୍ନ ଭାବରେ ଲୋକଙ୍କୁ ବସ୍‌ ସେବା ଯୋଗାଇ ଦିଆଯିବ ବୋଲି ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି।

ଲକ୍ଷ୍ମୀ ବସ୍‌ ନାଁକୁ ନେଇ ବଡ଼ ଅପ୍‌ଡେଟ ସାମ୍ନାକୁ ଆସିଛି। ରାଜ୍ୟର ପ୍ରତି କୋଣ ଅନୁକୋଣରେ ଗଡ଼ୁଛି ଲକ୍ଷ୍ମୀ ବସ୍‌। ପୂର୍ବରୁ ଥିବା ବିଜେଡି ସରକାର ଏହି ଯୋଜନା ଆରମ୍ଭ କରିଥିଲେ। ତେବେ ଓଡ଼ିଶାରେ ସରକାର ବଦଳିଛି। ତେଣୁ ଯୋଜନା ବି ବଦଳାଯିବାକୁ ଯୋଜନା କରାଯାଇଛି। ଏହାରି ଭିତରେ ଭାଜପା ସରକାର ଲକ୍ଷ୍ମୀ ବସ ନାଁ ପରିବର୍ତ୍ତନ କରିବେ ନାଁ ସେହି ନାଁ ରହିବ ତାହାକୁ ନେଇ ଚର୍ଚ୍ଚା ଚାଲଥିବା ବେଳେ ଆଜି ଏହାକୁ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଲକ୍ଷ୍ମୀ ବସ୍‌ ନାଁ ବଦଳାଇ ମୁଖ୍ୟମନ୍ତ୍ରୀ ବସ୍‌ ସେବା କରାଯିବ। ଏହା ଅତିଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.