ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

କୁମ୍ଭୀର ଆକ୍ରମଣରେ ବାଳକ ମୃତ

0

ଅନୁଗୁଳ: ମହାନଦୀ କୂଳରେ ଗୋଧୋଇବା ବେଳେ ଜଣେ ବାଳକକୁ କୁମ୍ଭୀର ଆକ୍ରମଣ କରିଛି। ଏଥିରେ ବାଳକର ମୃତ୍ୟୁ ହୋଇଛି। ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଅଧିନ ଘାଟସାହି ନିକଟ ମହାନଦୀ କୂଳରେ ଆସ ପୂର୍ବାହ୍‌ଣରେ ଏହି ଅଘଟଣ ଘଟିଛି। ମୃତ ବାଳକର ନାମ ସମୀର ନାୟକ। ବୟସ ମାତ୍ର ୮ ବର୍ଷ।

ସୂଚନାଯୋଗ୍ୟ; ପିଲାଟି ଆଜି ଟିକରପଡା ମହାନଦୀ କୂଳରେ ଖେଳୁଥିଲ। ଏହି ସମୟରେ  ହଠାତ୍ ଏକ କୁମ୍ଭୀର ସମୁଦ୍ରରୁ ଆସି ନାବାଳକକୁ ଟାଣି ନେଇଥିଲା।ପରେ  ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବାହିନୀ ପିଲାଟିକୁ ମହାନଦୀରେ ଖୋଜାଖୋଜି କରିଥିଲେ। ଖୋଜାଖୋଜି କରିବାର କିଛି ସମୟ ପରେ ମହାନଦୀରୁ ବାଳକର ମୃତଦେହ ଉଦ୍ଧାର କରାଯାଇଥିଲା। ପିଲାଟିର ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି। ବାଳକର ମୃତ୍ୟୁ ଘଟଣାରେ ଗଭୀର ଶୋକପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୬ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 

Leave A Reply

Your email address will not be published.