ପ୍ରମୁଖ ଖବର

ଆଇଏଏସ ସ୍ତରରେ ଅଦଳବଦଳ: ୧୩ ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ସରକାର
ସି-ସୋର ଚିଟଫଣ୍ଡ ମାମଲାରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି
ଦେଶରେ ଇନ୍ଧନ ଅଭାବ ନାହିଁ, ଆଶ୍ୱାସନା ଦେଲେ ପେଟ୍ରୋଲିୟମ ମନ୍ତ୍ରୀ
ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ
ଖରାଦିନେ ହେବନି ବିଦ୍ୟୁତ୍ କାଟ୍: ସୁରେଶ ପୂଜାରୀ
ହର୍ମୁଜ୍ ପ୍ରଣାଳୀ ପାର କରି ମୁମ୍ବାଇ ପହଞ୍ଚିଲା ଭାରତୀୟ ତୈଳ ଟ୍ୟାଙ୍କର

ପ୍ରବଳ ବର୍ଷାରେ ଦବିଲା ଡୁମଡୁମା ଫ୍ଲାଏଓଭର

0

ଭୁବନେଶ୍ୱର: ଭୁବନେଶ୍ୱରରେ ଦବିଲା ଏନଏଚ ଫ୍ଲାଏଓଭର ରାସ୍ତା। ଭୁବନେଶ୍ୱର ଦେଇ ଯାଇଥିବା ୧୬ ନମ୍ୱର ଜାତୀୟ ରାଜପଥରେ ସୋମବାର ଦିନ ଦବିଯାଇଛି ରାସ୍ତା। ଡୁମଡୁମା ଫ୍ଲାଏଓଭର ରାସ୍ତାଟି ଦବିଯାଇଛି । ପ୍ରବଳ ବର୍ଷା ଫଳରେ ରାସ୍ତାଟି ପ୍ରାୟ ୩ ଫୁଟ ଦବିଯାଇଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଭୁବନେଶ୍ୱରରୁ ଏକ ମିନି ଟ୍ରକ୍‌ ଖୋର୍ଦ୍ଧା ଅଭିମୁଖେ ଯାଉଥିଲା। ଆଇଗିଣିଆ ନିକଟସ୍ଥ ୧୬ ନମ୍ୱର ଜାତୀୟ ରାଜପଥର ଓଭରବ୍ରିଜ୍‌ ପାର୍ଶ୍ୱରେ ହଠାତ୍‌ ଟ୍ରକ୍‌ ଚକା ଦବି ଯାଇଥିଲା। ଗାଡିର ଆଗପଟ ଡାହାଣ ଚକା ହଠାତ୍ ଫସି ଯାଇଥିଲା, ଫଳରେ ଟ୍ରକ୍ ଡ୍ରାଇଭର ଆହତ ହୋଇଛନ୍ତି। ଯାହାକୁ ନେଇ ଯାତାୟାତ କରୁଥିବା ଲୋକଙ୍କ ମଧ୍ୟରେ ଭୟ ଖେଳିଯାଇଛି। ଆଉ କିଛି ସମୟ ପାଇଁ ଗାଡି ଚଳାଚଳ ଠପ୍ ହୋଇଯାଇଥିଲା।

ଖବର ପାଇ ଏନ୍‌ଏଚ୍‌ଏଆଇ ଓ ରାସ୍ତା ନିର୍ମାଣ କରିଥିବା ଠିକା ସଂସ୍ଥାର କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗାଡିଟିକୁ ସେମାନେ ଗାତରୁ ବାହାର କରିଥିବା ବେଳେ ରାସ୍ତା ମରାମତି କାମ ଆରମ୍ଭ କରିଛନ୍ତି। ତେବେ ରାସ୍ତାଟି ପ୍ରାୟ ୬ ମାସ ତଳେ ନିର୍ମାଣ ହୋଇଥିଲା। ହେଲେ ନିମ୍ନମାନର କାମ ଯୋଗୁଁ ରାସ୍ତାଟି ଦବିଯାଇଥିବା ନେଇ ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା।

Leave A Reply

Your email address will not be published.