ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

ପ୍ରବଳ ବର୍ଷାରେ ଦବିଲା ଡୁମଡୁମା ଫ୍ଲାଏଓଭର

0

ଭୁବନେଶ୍ୱର: ଭୁବନେଶ୍ୱରରେ ଦବିଲା ଏନଏଚ ଫ୍ଲାଏଓଭର ରାସ୍ତା। ଭୁବନେଶ୍ୱର ଦେଇ ଯାଇଥିବା ୧୬ ନମ୍ୱର ଜାତୀୟ ରାଜପଥରେ ସୋମବାର ଦିନ ଦବିଯାଇଛି ରାସ୍ତା। ଡୁମଡୁମା ଫ୍ଲାଏଓଭର ରାସ୍ତାଟି ଦବିଯାଇଛି । ପ୍ରବଳ ବର୍ଷା ଫଳରେ ରାସ୍ତାଟି ପ୍ରାୟ ୩ ଫୁଟ ଦବିଯାଇଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଭୁବନେଶ୍ୱରରୁ ଏକ ମିନି ଟ୍ରକ୍‌ ଖୋର୍ଦ୍ଧା ଅଭିମୁଖେ ଯାଉଥିଲା। ଆଇଗିଣିଆ ନିକଟସ୍ଥ ୧୬ ନମ୍ୱର ଜାତୀୟ ରାଜପଥର ଓଭରବ୍ରିଜ୍‌ ପାର୍ଶ୍ୱରେ ହଠାତ୍‌ ଟ୍ରକ୍‌ ଚକା ଦବି ଯାଇଥିଲା। ଗାଡିର ଆଗପଟ ଡାହାଣ ଚକା ହଠାତ୍ ଫସି ଯାଇଥିଲା, ଫଳରେ ଟ୍ରକ୍ ଡ୍ରାଇଭର ଆହତ ହୋଇଛନ୍ତି। ଯାହାକୁ ନେଇ ଯାତାୟାତ କରୁଥିବା ଲୋକଙ୍କ ମଧ୍ୟରେ ଭୟ ଖେଳିଯାଇଛି। ଆଉ କିଛି ସମୟ ପାଇଁ ଗାଡି ଚଳାଚଳ ଠପ୍ ହୋଇଯାଇଥିଲା।

ଖବର ପାଇ ଏନ୍‌ଏଚ୍‌ଏଆଇ ଓ ରାସ୍ତା ନିର୍ମାଣ କରିଥିବା ଠିକା ସଂସ୍ଥାର କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗାଡିଟିକୁ ସେମାନେ ଗାତରୁ ବାହାର କରିଥିବା ବେଳେ ରାସ୍ତା ମରାମତି କାମ ଆରମ୍ଭ କରିଛନ୍ତି। ତେବେ ରାସ୍ତାଟି ପ୍ରାୟ ୬ ମାସ ତଳେ ନିର୍ମାଣ ହୋଇଥିଲା। ହେଲେ ନିମ୍ନମାନର କାମ ଯୋଗୁଁ ରାସ୍ତାଟି ଦବିଯାଇଥିବା ନେଇ ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା।

Leave A Reply

Your email address will not be published.