ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ବିବାହ ବନ୍ଧନରେ ବାନ୍ଧି ହେଲେ କ୍ରିକେଟର କୁଲଦୀପ ଯାଦବ

0

ଉତ୍ତରାଖଣ୍ଡ: ଭାରତୀୟ କ୍ରିକେଟ ଦଳର ପ୍ରମୁଖ ସ୍ପିନର କୁଲଦୀପ ଯାଦବ ତାଙ୍କ ପିଲାଦିନର ବନ୍ଧୁ ଓ ଦୀର୍ଘଦିନର ସାଥୀ ଭାଂଶିକାଙ୍କୁ ବିବାହ କରିଛନ୍ତି। ଗତ ୧୪ ମାର୍ଚ୍ଚରେ ଉତ୍ତରାଖଣ୍ଡର ମସୁରୀ ସ୍ଥିତ ଏକ ଆଲିଶାନ ହୋଟେଲରେ ରାଜକୀୟ ଆୟୋଜନ ମଧ୍ୟରେ ଏହି ବିବାହ ସମ୍ପନ୍ନ ହୋଇଥିଲା।
ହିମାଳୟ ପର୍ବତମାଳାର ମନୋରମ ପରିବେଶ ମଧ୍ୟରେ ଆୟୋଜିତ ଏହି ବିବାହ ଉତ୍ସବ ରାଜକୀୟ ଠାଟ୍‌ବାଟ୍‌ରେ ସଜାଯାଇଥିଲା। ବିବାହ ମଣ୍ଡପକୁ ସୁନା ଓ ହାତୀଦାନ୍ତ ରଙ୍ଗର ସଜାଣାରେ ଆକର୍ଷଣୀୟ ଭାବେ ସଜାଯାଇଥିଲା। ବିବାହ ସମୟରେ କୁଲଦୀପ ବେଜ୍‌ ଓ ସୁନା ରଙ୍ଗର ଶେରୱାନି ପିନ୍ଧିଥିବାବେଳେ ଭାଂଶିକା ପାରମ୍ପରିକ ଲାଲ୍‌ ଲେହେଙ୍ଗା ପିନ୍ଧି ଦେଖାଯାଇଥିଲେ। ପାରମ୍ପରିକ ଉତ୍ତର ଭାରତୀୟ ଶୈଳୀରେ ଦୁହେଁର ବିବାହ ଅନୁଷ୍ଠାନ ସମ୍ପନ୍ନ ହୋଇଥିଲା। ବିବାହ ପୂର୍ବରୁ ଶୁକ୍ରବାର ରାତିରେ ସଙ୍ଗୀତ ସମାରୋହ ଆୟୋଜିତ ହୋଇଥିଲା, ଯେଉଁଥିରେ ପ୍ରସିଦ୍ଧ ଗାୟକ ବିସମିଲ ସୁଫି ସଙ୍ଗୀତ ପ୍ରସ୍ତୁତ କରିଥିଲେ। ଏହି ଅବସରରେ ପୂର୍ବତନ କ୍ରିକେଟର ସୁରେଶ ରାଇନା ଓ ମହମ୍ମଦ କୈଫ ସହିତ ୟୁଜଭେନ୍ଦ୍ର ଚହଲ ଓ ରିଙ୍କୁ ସିଂହ ଭଳି ଖେଳାଳିମାନେ ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟ, କୁଲଦୀପ ଓ ଭାଂଶିକା ଗତ ବର୍ଷ ଜୁନ୍‌ ୪ ତାରିଖରେ ଲକ୍ଷ୍ନୌରେ ନିର୍ବନ୍ଧ କରିଥିଲେ।

Leave A Reply

Your email address will not be published.