ପ୍ରମୁଖ ଖବର

ସାମୁଦ୍ରିକ ଭିତ୍ତିଭୂମି ବିକାଶର ନୂଆ ରୋଡମ୍ୟାପ୍ ଦେଲେ ମୁଖ୍ୟମନ୍ତ୍ରୀ
ଆଗାମୀ କିଛି ବର୍ଷରେ ଦେଶର ଅଗ୍ରଣୀ ଔଦ୍ୟୋଗିକ ହବ୍ ପାଲଟିବ ପାରାଦୀପ
ବିଶ୍ୱ ଦରବାରରେ ଓଡ଼ିଆ ଅସ୍ମିତାକୁ ସୁଦୃଢ଼ କରୁଛି ବୋଇତ ବନ୍ଦାଣ ପରମ୍ପରା
ପୀତବାସ ପଣ୍ଡାଙ୍କ ସାନଭାଇ ପୂର୍ଣ୍ଣଚନ୍ଦ୍ରଙ୍କ ପରଲୋକ
ପୂର୍ବ ଏସିଆର ଗେଟ୍‌-ୱେ ଭାବେ ଓଡ଼ିଶାର ପରିଚୟ ସୁଦୃଢ଼ ହେଉଛି
ପାନୀୟ ଜଳର ମାନ ନେଇ ବିସଲେରି ଅଡୁଆରେ, FSSAI ନେଲା କାର୍ଯ୍ୟାନୁଷ୍ଠାନ
ଆୟୁଷ୍ମାନ ଯୋଜନାରେ ଅଢ଼େଇ ବର୍ଷରେ ୨୫ ଲକ୍ଷରୁ ଅଧିକ ରୋଗୀଙ୍କୁ ଚିକିତ୍ସା
ଏସିଆରେ ତୃତୀୟ ସ୍ଥାନରେ ଭାରତ, ମୋଦିଙ୍କୁ ନେଇ ରିପୋର୍ଟରେ ଉଲ୍ଲେଖ

ହର୍ମୁଜ ପ୍ରଣାଳୀ ପାର କରି ଭାରତ ଆସୁଛି ଏଲପିଜି ବୋଝେଇ ୨ ଜାହାଜ

0

ନ୍ୟୁଜ୍ ବ୍ୟୁରୋ: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ପରିପ୍ରେକ୍ଷୀରେ ବିଶ୍ୱ ତୈଳ ଓ ଗ୍ୟାସ ଯୋଗାଣ ନେଇ ଚିନ୍ତା ବଢ଼ୁଥିବା ବେଳେ ଭାରତ ପାଇଁ ଏକ ଆଶ୍ୱାସନଦାୟକ ଖବର ସାମ୍ନାକୁ ଆସିଛି। ଏଲପିଜି ବୋଝେଇ ଦୁଇଟି ଭାରତୀୟ ଜାହାଜ ସୁରକ୍ଷିତ ଭାବରେ ହର୍ମୁଜ ପ୍ରଣାଳୀ ଅତିକ୍ରମ କରି ଭାରତ ଅଭିମୁଖେ ଯାତ୍ରା କରୁଛି। ‘ଶିବାଲିକ୍’ ଓ ‘ନନ୍ଦା ଦେବୀ’ ନାମକ ଏହି ଦୁଇଟି ଭାରତୀୟ ପତାକାଧାରୀ ଜାହାଜରେ ମୋଟ ୯୨,୭୦୦ ମେଟ୍ରିକ୍ ଟନ୍‌ ଏଲପିଜି ଗ୍ୟାସ ରହିଛି।

ସୂଚନା ଅନୁସାରେ, ଏହି ଜାହାଜ ଦୁଇଟି ଆସନ୍ତା ୧୬ ଓ ୧୭ ମାର୍ଚ୍ଚରେ ଯଥାକ୍ରମେ ଗୁଜରାଟର ମୁନ୍ଦ୍ରା ଓ କାଣ୍ଡ୍ଲା ବନ୍ଦରରେ ପହଞ୍ଚିବାର ସମ୍ଭାବନା ରହିଛି। ମଧ୍ୟପ୍ରାଚ୍ୟର ସଂଘର୍ଷ ଯୋଗୁଁ ବାଣିଜ୍ୟିକ ଏଲପିଜି ଯୋଗାଣରେ ବାଧା ସୃଷ୍ଟି ହୋଇଥିବା ବେଳେ ଏହି ଜାହାଜଗୁଡ଼ିକର ଆଗମନ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ମନାଯାଉଛି। ଜାହାଜ ଚଳାଚଳ ମନ୍ତ୍ରଣାଳୟର ସୂଚନା ଅନୁସାରେ ବର୍ତ୍ତମାନ ପର୍ସିଆନ୍‌ ଗଲ୍ଫରେ ୨୨ଟି ଭାରତୀୟ ପତାକାଧାରୀ ଜାହାଜ ଅବସ୍ଥିତ ଅଛି। ଏହି ଜାହାଜଗୁଡ଼ିକରେ ମୋଟ ୬୧୧ ଜଣ ନାବିକ ରହିଛନ୍ତି। ସେଥିରୁ ୬ଟି ଏଲପିଜି ଟ୍ୟାଙ୍କର, ଗୋଟିଏ ତରଳ ପ୍ରାକୃତିକ ଗ୍ୟାସ ବାହକ ଜାହାଜ ଓ ୪ଟି ଅଶୋଧିତ ତୈଳ ଟ୍ୟାଙ୍କର ରହିଛି।

ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ କହିଛି ଯେ ପଶ୍ଚିମ ଏସିଆର ସଂଘର୍ଷ ପରିପ୍ରେକ୍ଷୀରେ ଏଲପିଜି ଯୋଗାଣ ସ୍ଥିତି ସରକାର ପାଇଁ ଚିନ୍ତାର ବିଷୟ ହୋଇ ରହିଛି। ତଥାପି ଦେଶର କୌଣସି ବଣ୍ଟନ କେନ୍ଦ୍ରରେ ଏଲପିଜି ଅଭାବ ଦେଖାଯାଇନାହିଁ। ହେଲେ ପରିସ୍ଥିତିକୁ ନେଇ ଲୋକମାନଙ୍କ ମଧ୍ୟରେ ଆତଙ୍କ ବୃଦ୍ଧି ପାଇଥିବାରୁ ଏଲପିଜି ବୁକିଂରେ ହଠାତ୍ ବୃଦ୍ଧି ଘଟିଛି। ବର୍ତ୍ତମାନ ପ୍ରତିଦିନ ପ୍ରାୟ ୮୦ ଲକ୍ଷ ବୁକିଂ ହେଉଥିବା ସୂଚନା ମିଳିଛି।

Leave A Reply

Your email address will not be published.