ପ୍ରମୁଖ ଖବର

ସେନାରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ହେଲେ ଗୋଲ୍ଡେନ ବୟ ନୀରଜ ଚୋପ୍ରା
ବେଙ୍ଗାଲୁରୁରେ ଭଡ଼ାଘରୁ ଓଡ଼ିଆ ଦମ୍ପତିଙ୍କ ମୃତଦେହ ଉଦ୍ଧାର
ୟୁନିଟ୍‌-୧ ପରିବା ମାର୍କେଟ୍‌ରେ ନିଆଁ
ପୋଲିସ ଏସଆଇ ନିଯୁକ୍ତି ସ୍କାମ; ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର
ହୃଦଘାତରେ ଗାୟକ ଋଷଭ ଟଣ୍ଡନଙ୍କ ପରଲୋକ
ସୋର ସବ୍ ଜେଲରୁ କଏଦୀ ଫେରାର ଘଟଣାରେ ଦୁଇ ଜେଲ ୱାର୍ଡର ନିଲମ୍ବିତ
ପୀତବାସ ପଣ୍ଡା ହତ୍ୟା ମାମଲା: ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ସମେତ ୧୨ ଗିରଫ

ଗଭୀର ଖାଇରେ ଖସିଲା କାର୍: ୪ ମୃତ, ୨ ଆହତ

0

ଜମ୍ମୁ : ମଙ୍ଗଳବାର ସନ୍ଧ୍ୟାରେ ଜମ୍ମୁ-କଶ୍ମୀରର କିସ୍ତୱାର ଜିଲ୍ଲାର ଡାଚାନ ଅଞ୍ଚଳରେ ଏକ ମାରୁତି କାର୍ ଗଭୀର ଖାଇରେ ଖସିପଡ଼ିବାରୁ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି।

ଏହି ଦୁର୍ଘଟଣା ସମ୍ପର୍କରେ ଜମ୍ମୁ-କଶ୍ମୀର ପୁଲିସର ଜଣେ ଅଧିକାରୀ କହିଛନ୍ତି ଯେ ଏକ ମାରୁତି କାର୍ ହେରୋଇନ୍ ନାଲା ଡାଚନଠାରେ ଖାଇକୁ ଖସିପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ପୁଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି। ତେବେ କାର୍ ଚାଳକ କାର୍ ଉପରୁ ନିୟନ୍ତ୍ରଣ ହରାଇବାରୁ ଏହି ଦୁଃଖଦ ଘଟଣା ଘଟିଛି। ମୃତକ ଓ ଆହତଙ୍କ ପରିଚୟ ପୁଲିସ ଏପର୍ଯ୍ୟନ୍ତ ପ୍ରକାଶ କରିନାହିଁ।

ଏହା ପୂର୍ବରୁ ଦେଢ଼ ମାସ ତଳେ ମେ ୨୪ ତାରିଖରେ କିସ୍ତୱାରରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଥିଲା। ଯେଉଁଥିରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିଲେ। ଡାଙ୍ଗଦୁରୁ ପାୱାର ପ୍ରୋଜେକ୍ଟ (ଡାଚାନ ଅଞ୍ଚଳ)ରେ ଏହି ଦୁର୍ଘଟଣା ଘଟିଛି।

Leave A Reply

Your email address will not be published.