ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ

ଗୁଳି କରି ୧୨ ଲକ୍ଷ ଲୁଟ୍

0
  • ଗୁଳି କରି ବ୍ୟାଙ୍କ ସମ୍ମୁଖରୁ ୧୨ ଲକ୍ଷ ଲୁଟ୍
  • ବାଇକ୍‌ରେ ଆସି ପେଟ୍ରୋଲ୍ ପମ୍ପ କର୍ମଚାରୀଙ୍କୁ ଗୁଳି କଲେ ୬ ଦୁର୍ବୃତ୍ତ

ସୋର: ବାଲେଶ୍ୱର ଜିଲା ସୋରରେ ଦିବାଲୋକରେ ମଙ୍ଗଳବାର ବଡ ଧରଣର ଲୁଟ୍ ହୋଇଛି। କୁପାରୀ ଆଗରପଡା ରାସ୍ତା ବର୍ତନା ବ୍ୟାଙ୍କ ନିକଟରୁ ଏହି ଲୁଟ୍ ହୋଇଛି। ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ପ୍ରାୟ ୧୨ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଛନ୍ତି ଲୁଟେରା। ବାଇକରେ ଆସି ୬ ଜଣ ଦୁର୍ବୃତ୍ତ ଗୁଳି ଚାଳନା କରି ଟଙ୍କା ବ୍ୟାଗ୍ ଧରି ଲୁଟ କରିଛନ୍ତି। ପେଟ୍ରୋଲ ପମ୍ପର ୨ କର୍ମଚାରୀ ଟଙ୍କା ବ୍ୟାଗ୍ ନେଇ ବ୍ୟାଙ୍କ ଯାଉଥିଲେ। ଦୁର୍ବୃତ୍ତ ଟଙ୍କା ବ୍ୟାଗ ନେବା ପାଇଁ ତାଙ୍କ ଉପରକୁ ଗୁଳି ଚଳାଇଥିଲେ ଗୁଳିଟି ବ୍ୟକ୍ତିଙ୍କ ଗୋଡରେ ବାଜିଛି। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.