ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ରତ୍ନଭଣ୍ଡାର ଖୋଲିବା ବେଳେ ବନ୍ଦ ହେବନି ଭକ୍ତଙ୍କ ଦର୍ଶନ

0

ପୁରୀ: ଆଜି ରତ୍ନଭଣ୍ଡାର ତଦାରଖ କମିଟିର ଦ୍ଵିତୀୟ ବୈଠକ। ଆସନ୍ତା ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିପାରେ। ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ଏହି ସୂଚନା ଦେଇଛନ୍ତି। ଆଜି କମିଟିର ଦ୍ୱିତୀୟ ବୈଠକ ବସିଥିଲା। ବୈଠକ ପରେ ଜଷ୍ଟିସ ବିଶ୍ୱନାଥ ରଥ କହିଛନ୍ତି, ୧୪ରେ ଖୋଲିବାକୁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ। ଆଶା କରୁଛୁ ସରକାର ୧୪ରେ ଖୋଲିବାକୁ ଅନୁମତି ଦେବେ। ସରକାରଙ୍କ ଅନୁମତି ପାଇଲେ ରତ୍ନଭଣ୍ଡାର ଖୋଲାଯିବ। ଯେ କୌଣସି ପ୍ରକାରେ ତାଲା ଖୋଲାଯିବ। ଯେଉଁ ଚାବି ଥାଉ…କିମ୍ବା ଯେଉଁ ଚାବି ଅଛି, ସେହି ଚାବିରେ ଖୋଲୁ କି ନଖୋଲୁ, ଯେ କୌଣସି ପ୍ରକାରରେ ଆମେ ତାଲା ଖୋଲିବୁ।

ଅନ୍ୟପକ୍ଷେ, ରତ୍ନଭଣ୍ଡାର ଖୋଲିବା ବେଳେ ଭକ୍ତଙ୍କ ଦର୍ଶନ ବନ୍ଦ ହେବନି ବୋଲି ଜଷ୍ଟିସ ବିଶ୍ବନାଥ ରଥବଡ଼ ସୂଚନା ଦେଇଛନ୍ତି। ରତ୍ନଭଣ୍ଡାର ଖୋଲାଯିବା ବେଳେ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରିବେ । ହୁଏତ ଭକ୍ତମାନଙ୍କୁ ସାମାନ୍ୟ ଦୂରରୁ ଦର୍ଶନ କରିବାକୁ ପଡ଼ିପାରେ। ତେବେ ଭକ୍ତମାନେ ଆମକୁ ସହଯୋଗ କରିବେ ଆଶା ଅଛି ବୋଲି ଜଷ୍ଟିସ ରଥ କହିଛନ୍ତି। ଆଜି ଦାଖଲ ହୋଇଛି ଟ୍ରେଜେରୀରୁ ମିଳିଥିବା ଡୁପ୍ଲିକେଟ ଚାବି । ଗତ ୬ ତାରିଖରେ ହୋଇଥିଲା ତଦାରଖ କମିଟିର ପ୍ରଥମ ବୈଠକ।

୨୦୧୮ ମସିହାରୁ ରତ୍ନଭଣ୍ଡାର ଚାବିକୁ ନେଇ ରାଜ୍ୟବାସୀଙ୍କ ମଧ୍ୟରେ ଦ୍ଵନ୍ଦ ରହିଥିଲା। ଏମିତିକି ଚାବି ହଜିଯାଇଥିବା ଚର୍ଚ୍ଚା ହେଉଥିଲା। ତେଣୁ ଆଜିର ବୈଠକରେ ଚାବି ଉପସ୍ଥାପନ ପରେ ଲୋକଙ୍କ ମଧ୍ୟରେ ଥିବା ଦ୍ବନ୍ଦ ହଟିବ ବୋଲି ଆଶା କରାଯାଉଛି। । ବର୍ତ୍ତମାନ ମହାପ୍ରଭୁ ଜଗନ୍ନାଥ ନବଦିନାତ୍ମକ ଯାତ୍ରାରେ ଆଡ଼ପ ମଣ୍ଡପ ଅଭିମୁଖେ ବିଜେ କରିସାରିଛନ୍ତି । ତେଣୁ ଏହି ସମୟରେ ରାଜ୍ୟ ସରକାର ରତ୍ନଭଣ୍ଡାର ଖୋଲିବା ପାଇଁ ପଦକ୍ଷେପ ନେବେ ବୋଲି ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.